ଭୁବନେଶ୍ୱର: ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ବିଧାନସଭା ନିକଟରେ ଥିବା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି । ଏହି ଅବସରରେ ବାଚସ୍ପତି ଶ୍ରୀମତୀ ସୁରମା ପାଢୀ ମଧ୍ୟ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଏକ ସୋସିଆଲ ମିଡିଆ ପୋଷ୍ଟ ରେ ଲେଖିଛନ୍ତି, “ବିଶିଷ୍ଟ ସାନ୍ତାଳୀ ସାହିତ୍ୟିକ, ମହାନ ସଂସ୍କାରକ ତଥା ଅଲ୍ ଚିକି ଲିପିର ସ୍ରଷ୍ଟା ଗୁରୁ ଗୋମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀରେ ମୋର ଭକ୍ତିପୂତ ପ୍ରଣାମ। ସାଂସ୍କୃତିକ ଅସ୍ମିତାର ରକ୍ଷା ଏବଂ ସାନ୍ତାଳୀ ଭାଷାକୁ ବିଶ୍ୱ ଦରବାରରେ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିବାରେ ତାଙ୍କର ଅବଦାନ ଅତୁଳନୀୟ। ଆସନ୍ତୁ, ଏହି ପବିତ୍ର ଦିବସରେ ତାଙ୍କରି ଆଦର୍ଶରେ ଆମର ଏହି ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ଅକ୍ଷୁର୍ଣ୍ଣ ରଖିବା ସହ ଏକ ସମୃଦ୍ଧ ସମାଜ ଗଠନ ପାଇଁ ସଙ୍କଳ୍ପବଦ୍ଧ ହେବା।”
ଆଜି ସରୁଛି ନୂତନ ସୁଭଦ୍ରା ପଞ୍ଜିକରଣ
ଭୁବନେଶ୍ୱର: ଆଜି ଶେଷ ହେଉଛି ସୁଭଦ୍ରା ନୂତନ ପଞ୍ଜିକରଣ ତାରିଖ। ଏପ୍ରିଲ୍ ୧ରୁ ଆରମ୍ଭ ହୋଇଥିବା ନୂତନ ପଞ୍ଜିକରଣ ଅବଧି ଏବେ ଶେଷ ହେଉଛି। ଯେଉଁମାନେ କୌଣସି କାରଣରୁ ଆବେଦନ କରି ନାହାନ୍ତି, ସେମାନେ ଆଜି ଆବେଦନ କରିପାରିବେ। ମାନଦଣ୍ଡ ଅନୁଯାୟୀ,…


