କଟକ: ଓଡ଼ିଶାର ମାଧ୍ୟମିକ ଶିକ୍ଷା ପରିଷଦ (BSE) ପକ୍ଷରୁ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳାଫଳ ଆସନ୍ତା ମେ’ ୨ ତାରିଖରେ ପ୍ରକାଶ ପାଇଁ ତାରିଖ ଘୋଷଣା ହୋଇଛି। ଗତ ମାର୍ଚ୍ଚ ୧୧ ତାରିଖରେ ପରୀକ୍ଷା ଶେଷ ହୋଇଛି। ବୋର୍ଡର ସୂଚନା ଅନୁଯାୟୀ, ମେ’ ୨ ତାରିଖ ଅପରାହ୍ଣ ୪ଟାରେ ଆନୁଷ୍ଠାନିକ ଭାବେ ଫଳାଫଳ ଘୋଷଣା କରାଯିବ। ତାପରେ ସନ୍ଧ୍ୟା ୬ଟା ପରଠାରୁ ଛାତ୍ରଛାତ୍ରୀମାନେ ଅନଲାଇନ୍ରେ ନିଜର ରେଜଲ୍ଟ ଦେଖିପାରିବେ। ଏହା ପାଇଁ ବୋର୍ଡର ଅଫିସିଆଲ୍ ୱେବସାଇଟ୍ www.bseodisha.ac.in କିମ୍ବା www.bseodisha.nic.in ଉପଲବ୍ଧ ରହିବ। କେବଳ ରୋଲ୍ ନମ୍ବର ଓ ଜନ୍ମତାରିଖ ଦେଲେ ମାତ୍ର କିଛି ସେକେଣ୍ଡ୍ରେ ସ୍କ୍ରିନ୍ରେ ଫଳାଫଳ ଦେଖାଯିବ। ଏହି ଡିଜିଟାଲ୍ ବ୍ୟବସ୍ଥା ଦ୍ୱାରା ଛାତ୍ରଛାତ୍ରୀମାନେ ସାଇବର କାଫେ କିମ୍ବା ନିଜ ମୋବାଇଲ୍ରୁ ଘରେ ବସି ଖୁବ୍ ସହଜରେ ମାର୍କସିଟ୍ ଡାଉନଲୋଡ୍ କରିପାରିବେ।
ଲକ୍ଷାଧିକ ଛାତ୍ରଛାତ୍ରୀଙ୍କ ଅପେକ୍ଷାର ଅବସାନ ହେବାକୁ ଯାଉଛି।
ବିପଦସଙ୍କୁଳ କାଠ ପୋଲ ଭରଷାରେ ଦେସିଙ୍କୁଳି ଗ୍ରାମବାସୀ
ଦେବଗଡ଼:ନିର୍ବାଚନ ପରେ ନିର୍ବାଚନ ଯାଉଛି ସତ କିନ୍ତୁ ଜିଲ୍ଲାରେ ବଦଳୁନି ଗ୍ରାମାଞ୍ଚଳର ଗମନାଗମନର ଚିତ୍ର।ନାଳ ଉପରେ ଥିବା ପୁରୁଣା ପୋଲଟି ବହୁ ବର୍ଷ ହେବ ବର୍ଷାରେ ଧୋଇ ଯିବାରୁ ଭୁସୁଡି ପଡିବା ସହିତ ନାଳ ଉପରେ ପୋଲ ନିର୍ମାଣ କରିବା ପାଇଁ…



