ନୂଆ ଓଡ଼ିଶାର ସ୍ଵପ୍ନ ଦେଖିବା ଜରୁରୀ: ମୁଖ୍ୟ ସଚିବ

ଭୁବନେଶ୍ବର: ଡିଜିଟାଲ ଯୁଗରେ ରାଜସ୍ୱ ପ୍ରଶାସନର ବଦଳୁଛି ଭୂମିକା । ଭୂ-ପରିଚାଳନା କ୍ଷେତ୍ରରେ ଦୁର୍ନୀତିମୁକ୍ତ ଓ ସ୍ୱଚ୍ଛ ଶାସନ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି । ତେଣୁ ନୂଆ କରି ପ୍ରଶାସନିକ ସେବାରେ ଯୋଗ ଦେଉଥିବା ଅଧିକାରୀ ନୂଆ ଓଡ଼ିଶାର ସ୍ଵପ୍ନ ଦେଖିବା ଜରୁରୀ । ଓଡିଶା ପ୍ରଶାସନିକ ସେବା ୨୦୨୩ ବ୍ୟାଚର ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇ ଏହି ଆହ୍ୱାନ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ।
ରାଜସ୍ୱ ଅଧିକାରୀ ପ୍ରଶିକ୍ଷଣ ପ୍ରତିଷ୍ଠାନ ବା ROTI ଗୋଠପାଟଣାରେ ଓଡିଶା ପ୍ରଶାସନିକ ସେବା ୨୦୨୩ ବ୍ୟାଚ୍‌ର ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଡିଜିଟାଲ ଯୁଗରେ ରାଜସ୍ୱ ପ୍ରଶାସନର ବଦଳୁଥିବା ଭୂମିକା ଉପରେ ଆଲୋକପାତ କରିଛନ୍ତି । ଏହି ପରିପ୍ରେକ୍ଷୀରେ ସେ ନୂଆ ଓଡ଼ିଶାର ସ୍ଵପ୍ନ ଦେଖିବା ପାଇଁ ଅଧିକାରୀମାନଙ୍କୁ ଉପଦେଶ ଦେଇଛନ୍ତି । ଓଡ଼ିଶା ରାଜସ୍ୱ ସେବାକୁ ଅଧିକ ସରଳ ଓ ସାଧାରଣ ଜନତାଙ୍କ ପାଇଁ ସହଜ କରିବାକୁ ଅଧିକାରୀମାନଙ୍କୁ ସେ ପରାମର୍ଶ ଦେଇଛନ୍ତି ।
7’S’ ଉପରେ ଗୁରୁତ୍ଵ ଦେବାକୁ ପରାମର୍ଶ ଦେଇ ଭୂ-ପରିଚାଳନା କ୍ଷେତ୍ରରେ ଦୁର୍ନୀତିମୁକ୍ତ ଏବଂ ସ୍ୱଚ୍ଛ ଶାସନ ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି । ଜମିଜମା କ୍ଷେତ୍ରରେ ସଚ୍ଚୋଟତାକୁ ସର୍ବାଧିକ ଗୁରୁତ୍ଵ ଦେବାକୁ କହିବା ସହ ରାଜ୍ୟରେ ଥିବା ୧ କୋଟି ୧୯ ଲକ୍ଷ ଏକର ସରକାରୀ ଜମିକୁ ସୁରକ୍ଷା ଦେବା ଦାୟିତ୍ଵ ଓଡ଼ିଶାର ରାଜସ୍ୱ ଅଧିକାରୀଙ୍କର ବୋଲ କହିଛନ୍ତି । ଓଡ଼ିଶାକୁ ୨୦୩୬ରେ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ସେ ଅଧିକାରୀମାନଙ୍କୁ ଆହ୍ଵାନ ଦେଇଛନ୍ତି । ପରିଶେଷରେ ଦୁଇ ଜଣ ରାଜସ୍ୱ ବିଶେଷଜ୍ଞଙ୍କୁ ସମ୍ମାନିତ କରିଛନ୍ତି ।
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ରାଜସ୍ୱ ଅଧିକାରୀମାନଙ୍କୁ IPS ମନ୍ତ୍ର, ସଚ୍ଚୋଟତା (Integrity), କାର୍ଯ୍ୟଦକ୍ଷତା (Performance) ସହାନୁଭୁତି (Sensitivity)କୁ ପାଥେୟ କରି ଜନତାଙ୍କ ସେବା କରିବା ଉଚିତ ପରାମର୍ଶ ଦେଇଛନ୍ତି । ରାଜସ୍ୱ ଅଧିକାରୀ ପ୍ରଶିକ୍ଷଣ ପ୍ରତିଷ୍ଠାନରୁ ପ୍ରଶିକ୍ଷଣ ସମାପ୍ତ କରି ଏହି ମାନସିକତାକୁ ରାଜସ୍ୱ ଅଧିକାରୀମାନେ ନିଜ ଜୀବନର ବ୍ରତ ଭାବେ ଗ୍ରହଣ କରନ୍ତୁ ବୋଲି ସେ ଦୃଢ଼ ଆଶାବ୍ୟକ୍ତ କରିଛନ୍ତି ।
ସେହିପରି ରାଜସ୍ୱ ଅଧିକାରୀ ପ୍ରଶିକ୍ଷଣ ପ୍ରତିଷ୍ଠାନର ନିର୍ଦ୍ଦେଶକ ଦିଗନ୍ତ ରାଉତରାୟ କହିଛନ୍ତି, “ଆପଣମାନେ ଚାକିରୀର ପ୍ରଥମ ଅବସ୍ଥାରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବା ତହସିଲଦାର ରୂପେ କାର୍ଯ୍ୟରେ ଯୋଗ ଦେବେ । ତେଣୁ ଓଡିଶାର ପ୍ରଗତିରେ ଆପଣମାନେ ମୁଖ୍ୟ ଅଂଶ । ସେଥିପାଇଁ ସର୍ବଦା ନିଷ୍ଠାବାନ ହେବେ । ପରୋପକାରକୁ ଜୀବନର ବ୍ରତ କରିବେ ।” ରାଜସ୍ୱ ଅଧିକାରୀ ପ୍ରଶିକ୍ଷଣ ପ୍ରତିଷ୍ଠାନ ବା ROTI ଗୋଠପାଟଣାରେ ଓଡିଶା ପ୍ରଶାସନିକ ସେବା ୨୦୨୩ ବ୍ୟାଚ୍‌ର ସମାବର୍ତ୍ତନ ଉତ୍ସବ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ବୃକ୍ଷରେ ଜଳଦାନ କରି ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । କାର୍ଯକ୍ରମରେ ୩୦ ଜଣ ଓଡି଼ଶା ପ୍ରଶାସନିକ ସେବା ଅଧିକାରୀ ଓ ୭୪ ଜଣ ଓଡିଶା ରାଜସ୍ୱ ସେବା ଅଧିକାରୀ ଯୋଗ ଦେଇଥିଲେ ।

  • Related Posts

    କାଳବୈଶାଖୀ, ମେ’ ୯ ଯାଏଁ ସତର୍କତା ଜାରି

    ଭୁବନେଶ୍ବର: ଅପରାହ୍ନ ବେଳକୁ ରାଜ୍ୟରେ ତାଣ୍ଡବ ରଚୁଛି କାଳବୈଶାଖୀ । ବର୍ଷା ଛେଚିବା ସହ ପ୍ରବଳ ବଜ୍ରପାତ ସାଙ୍ଗକୁ ଝଡ଼ି ପବନ ମାଡ଼ି ଆସୁଛି । ମେ’ ୯ ତାରିଖ ଯାଏଁ ରାଜ୍ୟରେ ଏଭଳି ସ୍ଥିତି ଲାଗି ରହିବ ବୋଲି ଆଞ୍ଚଳିକ…

    Continue reading
    ଓଡ଼ିଶାକୁ ଭାରତର ‘ଜ୍ଞାନର ପେଣ୍ଠସ୍ଥଳୀ’ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ରୋଡମ୍ୟାପ୍

    ଭୁବନେଶ୍ବର: ଓଡ଼ିଶା ସରକାର ଜାତୀୟ ଶିକ୍ଷା ନୀତି 2020 (NEP 2020) କାର୍ଯ୍ୟାନ୍ୱୟନ ଉପରେ ଏକ ଦୁଇ ଦିନିଆ ଜାତୀୟ ସ୍ତରୀୟ କର୍ମଶାଳା ଆରମ୍ଭ କରିଛନ୍ତି । ଓଡ଼ିଶାର ଶୈକ୍ଷିକ ପରିବେଶରେ ଏକ ‘ବୈପ୍ଲବିକ ପରିବର୍ତ୍ତନ’ର ଆହ୍ୱାନ ଦେବାସହ ଓଡ଼ିଶାକୁ ଭାରତର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା