ଭୋଟ ଗଣତି: ମୁଖ୍ୟମନ୍ତ୍ରୀଙ୍କ ସ୍ଥିତି କଣ ? କିଏ ଆଗରେ, କିଏ ପଛରେ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ, ତାମିଲନାଡୁ, କେରଳମ୍‌, ଆସାମ ଓ କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀରେ କିଏ ଗଢୁଛି ସରକାର ? କିଛି ଘଣ୍ଟା ପରେ ସ୍ପଷ୍ଟ ହୋଇଯିବ ଜନମତ । ଭୋଟ ଗଣତି ଜାରି ରହିଥିବା ବେଳେ ଆସିବାରେ ଲାଗିଛି ଟ୍ରେଣ୍ଡ । ପ୍ରାରମ୍ଭିକ ଟ୍ରେଣ୍ଡ କହୁଛି କେଉଁଠି ମୁଖ୍ୟମନ୍ତ୍ରୀ ଆଗରେ ରହିଛନ୍ତି ତ ଆଉ କେଉଁଠି ପଛରେ ପଡିଛନ୍ତି । ପଶ୍ଚିମବଙ୍ଗର ଭବାନୀପୁର ଆସନରେ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଛି । ଏହାରି ଭିତରେ ତାମିଲନାଡୁରେ ପଛରେ ପଡି ଯାଇଛନ୍ତି ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ । ଆସାମରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଆଗୁଆ ରହିଥିବା ବେଳେ ପୁଡୁଚେରୀରେ ରଙ୍ଗାସ୍ବାମୀ ଆଗରେ ରହିଛନ୍ତି ।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ:

ପଶ୍ଚିମବଙ୍ଗରେ 293 ଆସନ ପାଇଁ ଜାରି ରହିଛି ଭୋଟ ଗଣତି, ସକାଳ 10ଟା ସୁଦ୍ଧା ବିଜେପି 170ଟିରେ ଆଗରେ ରହିଛି । କଂଗ୍ରେସ ଖାତା ଖୋଲିନଥିବା ଦେଖିବାକୁ ମିଳିଛି । ମମତାଙ୍କ ଅନେକ ମନ୍ତ୍ରୀ ପଛରେ ପଡିଥିବା ଟ୍ରେଣ୍ଡ କହୁଛି । ତେବେ ଏକଜିଟ୍‌ ପୋଲ୍‌ ଏକଜାଟ୍‌ ହେବ ନା ପୁଣି କ୍ଷମତା ଦଖଲ କରିବେ ମମତା ତାହା ଉପରେ ସାରା ଦେଶର ନଜର ।

କେରଳମ୍‌ ବିଧାନସଭା ନିର୍ବାଚନ:

କେରଳମ୍‌ ବିଧାନସଭା ନିର୍ବାଚନ ଫଳାଫଳ ଉପରେ ସଭିଙ୍କ ନଜର ରହିଛି । କେରଳମ୍‌ ମୁଖ୍ୟମନ୍ତ୍ରୀ ତଥା ଏଲଡିଏଫ ମୁଖ୍ୟ ପିନାରାଇ ବିଜୟନ ଧର୍ମଡମ ଆସନରୁ ଲଢୁଛନ୍ତି । ଟ୍ରେଣ୍ଡ କହୁଛି ଏଠାରେ ପଛରେ ପଡିଛନ୍ତି ମୁଖ୍ୟମନ୍ତ୍ରୀ ପିନାରାଇ । ୟୁଡିଏଫ ପ୍ରାର୍ଥୀ ବି.ପି ଅବଦୁଲ ରସିଦ ଆଗରେ ଅଛନ୍ତି । ତେବେ କେରଳରେ ଏଲଡିଏଫ 46 ଓ ୟୁଡିଏଫ 88 ସିଟ୍‌ରେ ଆଗୁଆ ରହିଛନ୍ତି ।

ତାମିଲନାଡୁ ବିଧାନସଭା ନିର୍ବାଚନ:

ରୋଚକ ରହିଛି ତାମିଲନାଡୁ ବିଧାନସଭା ନିର୍ବାଚନ । ଅଭିନେତାରୁ ରାଜନେତା ପାଲଟିଥିବା ବିଜୟଙ୍କ ଦଳ ଭଲ ପ୍ରଦର୍ଶନ କରୁଥିବା ପ୍ରାରମ୍ଭିକ ଟ୍ରେଣ୍ଡ କହୁଛି । ପଛରେ ପଡିଛନ୍ତି ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ । ତାମିଲନାଡୁ ବିଧାନସଭା ନିର୍ବାଚନରେ TVK 84 ସିଟ୍‌ରେ ଆଗରେ ରହିଛି । ସେହିପରି AIADMK 74 ସିଟ୍‌ରେ ଆଗରେ ରହିଛି । ସେହିପରି DMK 56 ସିଟ୍‌ରେ ରହିଛି । ସେହିପରି ପୁଡୁଚେରୀରେ ଏନଡିଏ ମେଣ୍ଟ ସରକାର 30 ସିଟ୍‌ରୁ 16 ସିଟରେ ଆଗରେ ରହିଛି ।

ଆସାମ ବିଧାନସଭା ନିର୍ବାଚନ:

ଆସାମ ନିର୍ବାଚନ ଫଳାଫଳ ଟ୍ରେଣ୍ଡ ଉପରେ ଯଦି ନଜର ପକାଇବା ଏଠାରେ କମାଲ କରୁଛି ବିଜେପି । ଆସାମରେ ବିଜେପି 92, କଂଗ୍ରେସ 25, AIUDF 1 ସିଟ୍‌ରେ ରହିଛି । ଆସାମରେ ବିଜେପି 2016ଠୁ କ୍ଷମତାରେ ରହିଆସିଛି । ସର୍ବାନନ୍ଦ ସୋନୱାଲଙ୍କ ପରେ 2021ରେ ହିମନ୍ତ ବିଶ୍ବଶର୍ମା ମୁଖ୍ୟମନ୍ତ୍ରୀ ହୋଇଥିଲେ । ଏଥର ହିମନ୍ତଙ୍କ ଚେହେରାରେ ନିର୍ବାଚନ ଲଢୁଛି ବିଜେପି ।

  • Related Posts

    ଏଣିକି ଆଉ ଡାକ୍ତର କରିପାରିବେନି ରିଲ୍ସ

    ଏଣିକି ଆଉ ଡାକ୍ତର କରିପାରିବେନି ରିଲ୍ସ। ରୋଗୀଙ୍କୁ ବ୍ୟବହାର କରି ନିଜର ପ୍ରଚାର ପ୍ରସାର କରିପାରିବେନି ଡାକ୍ତର। ନିଜକୁ ‘ନମ୍ବର ୱାନ୍’ କିମ୍ବା ‘ବେଷ୍ଟ ଡାକ୍ତର’ କହି ରୋଗୀଙ୍କୁ କରିପାରିବେନି ଆକର୍ଷିତ। ରୋଗୀଙ୍କୁ ଆକୃଷ୍ଟ କରିବାକୁ AIରେ ତିଆରି ପ୍ରମୋସନାଲ୍ କଣ୍ଟେଣ୍ଟ,…

    Continue reading
    ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ: ଦିଲ୍ଲୀରେ ମେଟ୍ରୋ ସେବା, ଇଣ୍ଟରନେଟ୍ ଓ ଯାତାୟାତକୁ ସ୍ୱାଭାବିକ ରଖ

    ଦିଲ୍ଲୀରେ ସ୍ଥିତି ସ୍ୱାଭାବିକ କରିବାକୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ । ମେଟ୍ରୋ ସେବା, ଇଣ୍ଟରନେଟ୍ ଓ ଯାତାୟାତକୁ ସ୍ୱାଭାବିକ ରଖିବାକୁ କହିଛନ୍ତି କୋର୍ଟ । ଆଇନଶୃଙ୍ଖଳା କିମ୍ବା ଟ୍ରାଫିକ୍‌ ସମସ୍ୟା ନଥିଲେ ରାସ୍ତାରେ ଲାଗିଥିବା ବ୍ୟାରିକେଡ୍‌ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ