ସିମୁଳିଆରେ ବିଜେଡିକୁ ଶକ୍ତ ଝଟ୍‌କା, ପଦ୍ମ ଧରିଲେ ଶତାଧିକ କର୍ମୀ

ବାଲେଶ୍ବର: ବିଜେଡି ହାତରୁ ଖସୁଛି କି ବାଲେଶ୍ବର ? ଶଙ୍ଖ ଛାଡି ଏବେ ପଦ୍ମ ପୋଖରୀରେ ବିଜେଡିର ଶତାଧିକ କର୍ମୀ । ଗତକାଲି(ରବିବାର) ବିଜେପିର ମହାମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଶତାଧିକ ବିଜେଡି କର୍ମୀ ବିଜେପି ସାମିଲ ହୋଇଛନ୍ତି । ଏହା ପୂର୍ବରୁ ବସ୍ତା ନିର୍ବାଚନ ମଣ୍ଡଳୀରେ ଅନେକ କର୍ମୀ ବିଜେପିରେ ମିଶିଥିଲେ ।
ବାଲେଶ୍ୱର ଜିଲ୍ଲା ସିମୁଳିଆ ନିର୍ବାଚନ ମଣ୍ଡଳୀ ଦିନେ ବିଜେଡି ଗଡ଼ ଥିବା ବେଳେ ଖଇରା ବ୍ଲକରେ ମଧ୍ୟ ବିଜେଡିର ଦବଦବା ଥିଲା । ହେଲେ ଏବେ ବିଜେପି ସରକାରକୁ ଆସିବା ପରେ ସିମୁଳିଆ ନିର୍ବାଚନ ମଣ୍ଡଳୀର ବିଧାୟକ ପଦ୍ମଲୋଚନ ପଣ୍ଡାଙ୍କ ନେତୃତ୍ୱରେ ଅନେକ ବିଜେଡି ନେତା ଓ କର୍ମୀ ବିଜେପିରେ ସାମିଲ ହେଉଛନ୍ତି । ବାଲେଶ୍ୱରର ପୂବର୍ତନ ସାଂସଦ ରବୀନ୍ଦ୍ର ଜେନା ବିଜେପିରେ ସାମିଲ ହେବାପରେ ବସ୍ତା ନିର୍ବାଚନ ମଣ୍ଡଳୀର ତାଙ୍କ ସ୍ତ୍ରୀ ସୁବାସିନୀଙ୍କ ନେତୃତ୍ୱରେ ବିଜେଡି କର୍ମୀ ବିଜେପିରେ ମିଶିଥିଲେ । ପୁଣି ଖଇରାରେ ବିଜେଡିର ହଜାର ହଜାର କର୍ମୀ ବିଜେପିରେ ସାମିଲ ହୋଇଛନ୍ତି । ଖଇରା ବ୍ଲକ ଅଧ୍ୟକ୍ଷା ଅଭିଲିପ୍ସା ସାହୁଙ୍କ ସମେତ ୫ ନଂ ଯୋନ ଜିଲ୍ଲା ପରିଷଦ ମାନସ କୁମାର ଦାସ ଓ ଅଧିକାଂଶ ପଞ୍ଚାୟତର ସରପଞ୍ଚ ମାନଙ୍କ ସହ କର୍ମୀମାନେ ବିଜେପିରେ ସାମିଲ ହୋଇଛନ୍ତି ।
ଏହି ମିଶ୍ରଣ ପର୍ବରେ ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ତାଙ୍କ ସହ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, ଜିଲ୍ଲା ବିଜେପି ସଭାପତି ଈଶ୍ୱର ଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଏହି ମିଶ୍ରଣ ପର୍ବ ଆଗାମୀ ଦିନରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନରେ କି ପ୍ରଭାବ ପକାଇବ ତାହା ଦେଖିବାକୁ ବାକି ରହିଲା । ଅନ୍ୟପଟେ ବହୁଦିନ ଆଗରୁ ବିଜେଡି ଛାଡିଥିବା କର୍ମୀମାନେ ପୁଣି ଥରେ ସାମିଲ ହେଉଥିବା କଥା ବିଜେଡି ଅଭିଯୋଗ ଆଣିଛି ।
ମିଶ୍ରଣ ପର୍ବରେ ଯୋଗ ଦେଇଥିବା ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ‘ସିମୁଳିଆ ନିର୍ବାଚନ ମଣ୍ଡଳୀର ଖଇରା ବ୍ଲକରେ କେବଳ ବ୍ଲକ ଅଧ୍ୟକ୍ଷା ନୁହଁନ୍ତି ଜିଲ୍ଲାପରିଷଦ ସଦସ୍ୟ, ସରପଞ୍ଚ, ସମିତି ସଦସ୍ୟଙ୍କୁ ମିଶାଇ ଅନେକ କାର୍ଯ୍ୟକର୍ତ୍ତା ବିଜେଡିର ହଜାରରୁ ଅଧିକ ଯୋଗଦାନ କରିଛନ୍ତି ବିଜେପିରେ । ଏହା ନିଶ୍ଚିତ ଏକ ଶୁଭ ଲକ୍ଷଣ, ଏହା ନିଶ୍ଚିତ ଭାବେ ବିଜେପିକୁ ସଶକ୍ତ କରିବ ଏବଂ ସିମୁଳିଆରେ ବିଜେପି ସଶକ୍ତ ହେଲେ ଭଦ୍ରକ ଓ ବାଲେଶ୍ଵର ଜିଲ୍ଲାର ବି ବିଜେପି ସଶକ୍ତ ହେବ । ଏହାଦ୍ୱାରା ଓଡ଼ିଶାର ବିକାଶର ଜୟଯାତ୍ରା ବି ଶସକ୍ତ ହେବ । ଆଗାମୀ ପଞ୍ଚାୟତ ନିର୍ବାଚନ ଦୃଷ୍ଟିକୋଣରୁ ଖଇରା ବ୍ଲକରେ ବିଜେପି ଏବଂ ପଦ୍ମଲୋଚନ ପଣ୍ଡା, ଅଭିମନ୍ୟୁ ସେଠୀ ଏଠାରେ ଅପ୍ରତିଦ୍ୱନ୍ଦ୍ବୀ ହେବେ ସବୁଦିନ ପାଇଁ ।’

  • Related Posts

    ବିଜୟ ହାରୁଛନ୍ତି ଶୁଣି ନିଜ ଗଳା କାଟିଲେ ଫ୍ୟାନ୍

    ଚେନ୍ନାଇ: ତାମିଲନାଡ଼ୁ ରାଜନୀତି ଓ ସିନେମା ଜଗତର ସମ୍ପର୍କ ଅତି ନିବିଡ଼, କିନ୍ତୁ କେତେବେଳେ ଏହି ଅନ୍ଧଭକ୍ତି ଜଣକର ଜୀବନ ନେଇପାରେ ତାହା କେହି କଳ୍ପନା କରିନଥିଲେ । ସୁପରଷ୍ଟାର୍ ଥାଲାପତି ବିଜୟଙ୍କୁ ନେଇ ଉଠିଥିବା ଏକ ଗୁଜବ ଯୋଗୁଁ ଜଣେ…

    Continue reading
    ପଶ୍ଚିମବଙ୍ଗ:ମ୍ୟାଜିକ୍ ନମ୍ବର ପାର କରିଛି ଭାରତୀୟ ଜନତା ପାର୍ଟି

    ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ବଡ଼ ପରିବର୍ତ୍ତନ । ହଟିବେ ‘ଦିଦି’ ଫୁଟିବ ପଦ୍ମ ! ପଶ୍ଚିମବଙ୍ଗରେ ବିଜେପିର ବମ୍ ବମ୍ । ମମତା ବନାର୍ଜୀଙ୍କ ଗଡ଼ରେ ବିଜେପିର ଦମଦାର ପ୍ରଦର୍ଶନ । ବଙ୍ଗରେ ଲିଡ୍ କରୁଛି ଭାରତୀୟ ଜନତା ପାର୍ଟି । ରାଜ୍ୟରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ