ମୋହନଙ୍କ ରାଜନୈତିକ ପତିଆରା ବଢ଼ିଲା

ଭୁବନେଶ୍ୱର:ପଶ୍ଚିମବଙ୍ଗରେ ଭାଜପା ଏକାକୀ ସରକାର ଗଠନ କରିବାକୁ ଯାଉଛି। ଭାଜପା ବିଧାୟକ ଦଳ ନେତା ବାଛିବା ଲାଗି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ କରାଯାଇଥିବା ବେଳେ ମୋହନଙ୍କୁ ସହ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ମିଳିଛି। ଶାହାଙ୍କ ସାଙ୍ଗରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କିଏ ହେବେ ତା’ର ନିଷ୍ପତ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ମିଳିବା ପରେ ମୋହନଙ୍କ ରାଜନୈତିକ ପତିଆରା ବଢ଼ିଲା ବୋଲି ସବୁ ମହଲରେ ଆଲୋଚନା ଜୋର୍‌ ଧରିଛି।
ପଶ୍ଚିମବଙ୍ଗର ବିଧାନସଭା ନିର୍ବାଚନରେ ଭାଜପା ପ୍ରଥମ ଥର ପାଇଁ ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ସରକାର ଗଠନ କରିବାକୁ ଯାଉଛି। ୨୯୪ ଆସନ ବିଶିଷ୍ଟ ପଶ୍ଚିମବଙ୍ଗ ନିର୍ବାଚନରେ ଭାଜପାକୁ ୨୦୭ ଏବଂ ଟିଏମ୍‌ସିକୁ ୮୦ଟି ଆସନ ମିଳିଛି। ଭାଜପା ସରକାର ଗଠନ କରିବାକୁ ଯାଉଥିବା ବେଳେ କିଏ ରାଜ୍ୟର ମୁଖ୍ୟମନ୍ତ୍ରୀ ଚେହେରା ହେବେ ତାକୁ ନେଇ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଦାୟିତ୍ୱ ଦିଆଯାଇଛି। ମଙ୍ଗଳବାର ଭାଜପା ସଂସଦୀୟ ବୋର୍ଡ ପକ୍ଷରୁ ପଶ୍ଚିମବଙ୍ଗରେ ବିଧାୟକ ଦଳ ନେତା କାହାକୁ କରାଯିବ ସେନେଇ ସ୍ଥିର କରିବାକୁ ଅମିତ ଶାହା, ମୋହନ ଚରଣ ମାଝୀଙ୍କୁ ଦାୟିତ୍ୱ ଦିଆଯାଇଥିବା ନେଇ ଭାଜପା ଦିଲ୍ଲୀ ମୁଖ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଦଳର ରାଷ୍ଟ୍ରୀୟ ମହାସଚିବ ଅରୁଣ ସିଂଙ୍କ ଦସ୍ତଖତରେ ଏହି ବିଜ୍ଞପ୍ତି ପ୍ରକାଶ କରାଯାଇଛି।
ସୂଚନାଯୋଗ୍ୟ, ପଶ୍ଚିମବଙ୍ଗରେ ଓଡ଼ିଆ ଭୋଟରଙ୍କୁ ଭାଜପା ସପକ୍ଷରେ ଆକୃଷ୍ଟ କରିବାକୁ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ଓଡ଼ିଶାର ବହୁ ବିଧାୟକ ଏବଂ ଦଳୀୟ କାର୍ଯ୍ୟକର୍ତ୍ତା ଦାୟିତ୍ୱ ନେଇଥିଲେ। ମୁଖ୍ୟମନ୍ତ୍ରୀ ନିଜେ ମଧ୍ୟ ଏକାଧିକ ଥର ପଶ୍ଚିମବଙ୍ଗ ଯାଇ ନିର୍ବାଚନ ସଭାରେ ପ୍ରଚାର କରିବାଠାରୁ ବିଭିନ୍ନ ରାଲିରେ ମଧ୍ୟ ଯୋଗଦେଇଥିଲେ। ଭାଜପାର ରାଜ୍ୟ ନେତାମାନେ କହିବା କଥା ହେଲା, ପଶ୍ଚିମବଙ୍ଗରେ ରହୁଥିବା ବହୁ ଓଡ଼ିଆ ଭୋଟର ମଧ୍ୟ ଭାଜପା ସପକ୍ଷରେ ଭୋଟ ଦେଇଛନ୍ତି। ଶାହା ପଶ୍ଚିମବଙ୍ଗରେ ଦଳୀୟ ପ୍ରଚାରର ମଙ୍ଗ ଧରିଥିଲେ। ଶାହା ସେଠାରେ ଅଙ୍ଗ, ବଙ୍ଗ ଓ କଳିଙ୍ଗର କଥା ଉଠାଇଥିଲେ। ଏବେ ପଶ୍ଚିମବଙ୍ଗର ଶାସନ ମୁଖ୍ୟ ଚୟନ ଦାୟିତ୍ୱ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ଦିଆଯିବା ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଗର୍ବର ବିଷୟ ବୋଲି କୁହାଯାଇପାରେ। ଏହାସହ ଶାହାଙ୍କ ସହିତ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ଏତେବଡ଼ ଦାୟିତ୍ୱ ମିଳିବା ପରେ ଶାସକ ଦଳ ଭିତରକୁ ଏହା ଭିନ୍ନ ଏକ ସନ୍ଦେଶ ଦେଇଛି। ଆଦିବାସୀ ଓ ଗରିବ ବହୁଳ ପୂର୍ବ ଭାରତରେ ମୋହନଙ୍କୁ ବଡ଼ ରାଜନୈତିକ ଚେହେରା ବଡ଼ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବରୁ ଆଗ୍ରହୀ ଥିବା କଥା ମଧ୍ୟ ଚର୍ଚ୍ଚା ହୋଇଆସୁଛି। ମୁଖ୍ୟମନ୍ତ୍ରୀ ମାଝୀ ପଶ୍ଚିମବଙ୍ଗର ୬ଟି ବିଧାନସଭା କ୍ଷେତ୍ରରେ ପ୍ରଚାର କରିଥିଲେ। ଏହି ୬ ଆସନ ମଧ୍ୟରୁ ୫ଟିରେ ଭାଜପା ପ୍ରାର୍ଥୀମାନେ ବିଜୟୀ ହୋଇଛନ୍ତି। ଏହାପରେ ପଶ୍ଚିମବଙ୍ଗରେ ଭାଜପା ବିଧାୟକ ଦଳ ନେତା ନିର୍ବାଚନରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ଶାହାଙ୍କ ସହଯୋଗୀ ଭାବେ ରହିବା ଅନେକ ରାଜନୈତିକ ସନ୍ଦେଶ ଦେଇଛି।

  • Related Posts

    ମୋଦି ସରକାର ଜ୍ଞାନେଶ କୁମାରଙ୍କୁ ସୁରକ୍ଷା ଦେଉଛନ୍ତି:ରାହୁଲ

    ‘ଆମେ ଜାଣିଛୁ, ଭୋଟ ଚୋରି ନେଇ ହେଉଥିବା ଆନ୍ଦୋଳନ ଯୋଗୁ ଆପଣ ରାତିରେ ଶୋଇ ପାରୁ ନାହାନ୍ତି। କିନ୍ତୁ ଆମେ ଆପଣଙ୍କୁ ପ୍ରତିଶ୍ରୁତି ଦେଉଛୁ ଯେ ଏହି ଆନ୍ଦୋଳନ ଆପଣଙ୍କ ଇସ୍ତଫାକୁ ସୁନିଶ୍ଚିତ କରିବ।’ ଆଜି ଏଭଳି କିଛି କହି ମୁଖ୍ୟ…

    Continue reading
    ଏବିଭିପିର ବଡ଼ ସଫଳତା, ୬୦ ମହାବିଦ୍ୟାଳୟର ୨୫୨ ପଦବୀରେ ନିର୍ଦ୍ୱନ୍ଦ୍ୱରେ ବିଜୟ

    ଭୁବନେଶ୍ବର: ଓଡ଼ିଶାରେ ଆଗାମୀ ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବା ଏବିଭିପି ଏକ ବଡ଼ ସଫଳତା ହାସଲ କରିଛି । ରାଜ୍ୟର ୬୦ଟି ମହାବିଦ୍ୟାଳୟରେ ଏବିଭିପିର ପ୍ରାର୍ଥୀମାନେ ୨୫୨ଟି ପଦବୀରେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ