ପଶ୍ଚିମବଙ୍ଗରେ ସାମ୍ବିଧାନିକ ସଙ୍କଟ

କୋଲକାତା,: ପଶ୍ଚିମବଙ୍ଗ ରାଜନୀତିରେ ଏକ ବଡ଼ ଧରଣର ସାମ୍ବିଧାନିକ ସଙ୍କଟ ଦେଖାଦେଇଛି । ବିଧାନସଭା ନିର୍ବାଚନରେ ପରାଜୟ ପରେ ମଧ୍ୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜ ପଦରୁ ଇସ୍ତଫା ଦେବାକୁ ରୋକଠୋକ ମନା କରିଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ମହେଶ ଜେଠମାଲାନୀ ଏକ ବଡ଼ ବୟାନ ଦେଇଛନ୍ତି । ନିର୍ବାଚନରେ ପରାଜୟ ସତ୍ତ୍ୱେ ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ନାହିଁ ବୋଲି ଘୋଷଣା କରିବା ପରେ ବିଜେପି ଏବଂ ତୃଣମୂଳ କଂଗ୍ରେସ ମଧ୍ୟରେ ସଂଘର୍ଷ ତୀବ୍ର ହେବାରେ ଲାଗିଛି । ମଙ୍ଗଳବାର କୋଲକାତାରେ ଆୟୋଜିତ ଏକ ସମ୍ବାଦିକ ସମ୍ମିଳନୀରେ ମମତା ସ୍ପଷ୍ଟ କରିଛନ୍ତି ଯେ, ସେ ରାଜଭବନ ଯାଇ ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିବାର ପ୍ରଶ୍ନ ଉଠୁନାହିଁ ।

ଏହି ଜଟିଳ ସ୍ଥିତି ଉପରେ ସୁପ୍ରିମକୋର୍ଟର ବିଶିଷ୍ଟ ଆଇନଜୀବୀ ମହେଶ ଜେଠମାଲାନୀ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଯଦି ମମତା ବାନାର୍ଜୀ ଜନାଦେଶକୁ ସମ୍ମାନ ନଦେଇ ଜବରଦସ୍ତି ପଦବୀରେ ରହିବାକୁ ଚାହାନ୍ତି, ତେବେ ତାଙ୍କୁ ସେଠାରୁ ବାହାର କରିଦେବା ଉଚିତ୍ । ଜେଠମାଲାନୀଙ୍କ ଅନୁଯାୟୀ, “ଯଦି ମୁଖ୍ୟମନ୍ତ୍ରୀ ସାମ୍ବିଧାନିକ ମର୍ଯ୍ୟାଦା ଉଲ୍ଲଂଘନ କରନ୍ତି, ତେବେ ରାଜ୍ୟପାଳଙ୍କ ପାଖରେ ସମସ୍ତ କ୍ଷମତା ରହିଛି । ସେ ପୁଲିସ ଫୋର୍ସ ପଠାଇ ମମତାଙ୍କୁ ପଦରୁ ହଟାଇ ପାରିବେ ।”

ଅପରପକ୍ଷରେ, ମମତା ବାନାର୍ଜୀ ନିଜ ଜିଦ୍ରେ ଅଟଳ ଅଛନ୍ତି । ସେ କହିଛନ୍ତି ଯେ, ଏହି ନିର୍ବାଚନରେ ନୈତିକ ଭାବେ ତାଙ୍କର ହିଁ ବିଜୟ ହୋଇଛି । ସେ ବିଜେପି ଉପରେ ଅଭିଯୋଗ ଆଣି କହିଛନ୍ତି ତାଙ୍କର ପ୍ରତିଯୋଗିତା ବିଜେପି ସହ ନୁହେଁ, ବରଂ ନିର୍ବାଚନ କମିଶନଙ୍କ ସହ ଥିଲା । ନିର୍ବାଚନ କମିଶନ ବିଜେପିର ଏଜେଣ୍ଟ ଭାବେ କାମ କରିଛନ୍ତି । ସେ ଆଉ ବିଜେପିର ଅତ୍ୟାଚାର ସହିବେ ନାହିଁ ଏବଂ ପୁଣି ଥରେ ରାସ୍ତାକୁ ଓହ୍ଲାଇବେ ।
ଆଇନ ବିଶେଷଜ୍ଞଙ୍କ ମତରେ, ବଙ୍ଗଳା ବିଧାନସଭାର ୫ ବର୍ଷିଆ କାର୍ଯ୍ୟକାଳ ଆସନ୍ତାକାଲି ଅର୍ଥାତ୍ ମେ ୭ ୨୦୨୬ରେ ଶେଷ ହେଉଛି । ଯଦି ମମତା ଇସ୍ତଫା ନଦିଅନ୍ତି, ତେବେ ନିର୍ବାଚନ କମିଶନ ଗେଜେଟ୍ ନୋଟିଫିକେସନ ଜାରି କରିସାରିଥିବାରୁ, ରାଜ୍ୟପାଳଙ୍କ ପାଖରେ ସରକାରଙ୍କୁ ବରଖାସ୍ତ କରିବାର ସାମ୍ବିଧାନିକ କ୍ଷମତା ରହିଛି । କାର୍ଯ୍ୟକାଳ ଶେଷ ହେବା ମାତ୍ରେ ରାଜ୍ୟପାଳ ବିଧାନସଭାକୁ ଭଙ୍ଗ କରିପାରିବେ । ନିର୍ବାଚନ ଫଳାଫଳ ଆସିବା ପରେ ପୁରୁଣା ସରକାରଙ୍କ ପାଖରେ ଶାସନ କରିବାର କୌଣସି ବୈଧ ଅଧିକାର ରହେନାହିଁ । ମମତା ବାନାର୍ଜୀଙ୍କ ଏହି ଆଭିମୁଖ୍ୟ ପଶ୍ଚିମବଙ୍ଗକୁ ଏକ ବଡ଼ ପ୍ରଶାସନିକ ଏବଂ ଆଇନଗତ ଲଢ଼େଇ ଆଡ଼କୁ ଠେଲି ଦେଇଛି । ରାଜ୍ୟପାଳ ଏବେ କି ପଦକ୍ଷେପ ନେଉଛନ୍ତି, ତାହା ଉପରେ ସାରା ଦେଶର ନଜର ରହିଛି ।

  • Related Posts

    ଏଣିକି ଆଉ ଡାକ୍ତର କରିପାରିବେନି ରିଲ୍ସ

    ଏଣିକି ଆଉ ଡାକ୍ତର କରିପାରିବେନି ରିଲ୍ସ। ରୋଗୀଙ୍କୁ ବ୍ୟବହାର କରି ନିଜର ପ୍ରଚାର ପ୍ରସାର କରିପାରିବେନି ଡାକ୍ତର। ନିଜକୁ ‘ନମ୍ବର ୱାନ୍’ କିମ୍ବା ‘ବେଷ୍ଟ ଡାକ୍ତର’ କହି ରୋଗୀଙ୍କୁ କରିପାରିବେନି ଆକର୍ଷିତ। ରୋଗୀଙ୍କୁ ଆକୃଷ୍ଟ କରିବାକୁ AIରେ ତିଆରି ପ୍ରମୋସନାଲ୍ କଣ୍ଟେଣ୍ଟ,…

    Continue reading
    ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ: ଦିଲ୍ଲୀରେ ମେଟ୍ରୋ ସେବା, ଇଣ୍ଟରନେଟ୍ ଓ ଯାତାୟାତକୁ ସ୍ୱାଭାବିକ ରଖ

    ଦିଲ୍ଲୀରେ ସ୍ଥିତି ସ୍ୱାଭାବିକ କରିବାକୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ । ମେଟ୍ରୋ ସେବା, ଇଣ୍ଟରନେଟ୍ ଓ ଯାତାୟାତକୁ ସ୍ୱାଭାବିକ ରଖିବାକୁ କହିଛନ୍ତି କୋର୍ଟ । ଆଇନଶୃଙ୍ଖଳା କିମ୍ବା ଟ୍ରାଫିକ୍‌ ସମସ୍ୟା ନଥିଲେ ରାସ୍ତାରେ ଲାଗିଥିବା ବ୍ୟାରିକେଡ୍‌ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ