ଇସ୍ତଫା ଦେଲେ ହିମନ୍ତ ବିଶ୍ବଶର୍ମା: ୧୧ରେ ଆସାମରେ ନୂଆ ସରକାର !

ନୂଆଦିଲ୍ଲୀ: ଆସାମ ବିଧାନସଭା ନିର୍ବାଚନର ଫଳାଫଳର ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ରାଜ୍ୟରେ ନୂତନ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି କ୍ରମରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଆଜି ତାଙ୍କ ମନ୍ତ୍ରୀ ପରିଷଦ ସହିତ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ଦ୍ୱାରା ଜାରି ଏକ ବିବୃତ୍ତି ଅନୁଯାୟୀ, ହିମନ୍ତ ଆଜି ଲୋକଭବନରେ ପହଞ୍ଚି ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ୟ୍ୟଙ୍କୁ ତାଙ୍କର ଏବଂ ତାଙ୍କ ମନ୍ତ୍ରୀ ପରିଷଦର ଇସ୍ତଫାପତ୍ର ପ୍ରଦାନ କରିଥିଲେ। ରାଜ୍ୟପାଳ ଇସ୍ତଫାପତ୍ର ଗ୍ରହଣ କରିଛନ୍ତି। ତଥାପି, ନୂତନ ସରକାର ଗଠନ ଏବଂ ଶପଥ ଗ୍ରହଣ ନହେବା ପର୍ୟ୍ୟନ୍ତ ହିମନ୍ତ ବିଶ୍ୱଶର୍ମାଙ୍କୁ କାର୍ୟ୍ୟକାରୀ ମୁଖ୍ୟମନ୍ତ୍ରୀ ଭାବରେ କାର୍ୟ୍ୟ କରିବାକୁ ଅନୁରୋଧ କରାଯାଇଛି। ରାଜ୍ୟରେ ତୃତୀୟ ଥର ସରକାର ଗଠନ କରିବାକୁ ଯାଉଛି ବିଜେପି। ୧୨୬ ଆସନ ମଧ୍ୟରୁ ୧୦୨ ଆସନରେ ବିଜୟୀ ହୋଇଛି ଏନଡିଏ ମେଣ୍ଟ। ଆସନ୍ତା ୧୧ ତାରିଖରେ ଆସାମରେ ନୂଆ ସରକାର ଶପଥ ନେବେ। ଏନେଇ ସୂଚନା ଦେଇଛନ୍ତି କାମଚଳା ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । ପ୍ରଧାନମନ୍ତ୍ରୀ ଶପଥ ଉତ୍ସବକୁ ଆସିବାକୁ ଥିବାରୁ ୧୧ ପର୍ୟ୍ୟନ୍ତ ଅପେକ୍ଷା ରହିଛି।

  • Related Posts

    ଏଣିକି ଆଉ ଡାକ୍ତର କରିପାରିବେନି ରିଲ୍ସ

    ଏଣିକି ଆଉ ଡାକ୍ତର କରିପାରିବେନି ରିଲ୍ସ। ରୋଗୀଙ୍କୁ ବ୍ୟବହାର କରି ନିଜର ପ୍ରଚାର ପ୍ରସାର କରିପାରିବେନି ଡାକ୍ତର। ନିଜକୁ ‘ନମ୍ବର ୱାନ୍’ କିମ୍ବା ‘ବେଷ୍ଟ ଡାକ୍ତର’ କହି ରୋଗୀଙ୍କୁ କରିପାରିବେନି ଆକର୍ଷିତ। ରୋଗୀଙ୍କୁ ଆକୃଷ୍ଟ କରିବାକୁ AIରେ ତିଆରି ପ୍ରମୋସନାଲ୍ କଣ୍ଟେଣ୍ଟ,…

    Continue reading
    ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ: ଦିଲ୍ଲୀରେ ମେଟ୍ରୋ ସେବା, ଇଣ୍ଟରନେଟ୍ ଓ ଯାତାୟାତକୁ ସ୍ୱାଭାବିକ ରଖ

    ଦିଲ୍ଲୀରେ ସ୍ଥିତି ସ୍ୱାଭାବିକ କରିବାକୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ । ମେଟ୍ରୋ ସେବା, ଇଣ୍ଟରନେଟ୍ ଓ ଯାତାୟାତକୁ ସ୍ୱାଭାବିକ ରଖିବାକୁ କହିଛନ୍ତି କୋର୍ଟ । ଆଇନଶୃଙ୍ଖଳା କିମ୍ବା ଟ୍ରାଫିକ୍‌ ସମସ୍ୟା ନଥିଲେ ରାସ୍ତାରେ ଲାଗିଥିବା ବ୍ୟାରିକେଡ୍‌ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ