ଚନ୍ଦ୍ରନାଥ ରଥଙ୍କୁ ହତ୍ୟା ପଛରେ ଟିଏମସିର ହାତ : ବିଜେପି

କୋଲକାତା: ନିର୍ବାଚନ ଫଳାଫଳ ବାହାରିବା ପରେ ପଶ୍ଚିମବଙ୍ଗ ଅଶାନ୍ତ ହୋଇପଡିଛି । ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ପିଏ ଚନ୍ଦ୍ରନାଥ ରଥଙ୍କୁ ବୁଧବାର ଉତ୍ତର ୨୪ ପ୍ରଗଣାର ମଧ୍ୟମଗ୍ରାମରେ ଗୁଳି କରି ହତ୍ୟା କରାଯାଇଛି । ଏହା ପଛରେ ଟିଏମସିର ହାତ ଥିବା ବିଜେପି ଅଭିଯୋଗ କରିଛି । ଅଭିଷେକ ବାନାର୍ଜୀ ହତ୍ୟାକାଣ୍ଡ ଘଟାଇଥିବା ବିଜେପି ନେତା ଅର୍ଜୁନ ସିଂହ ଅଭିଯୋଗ କରିଛନ୍ତି । ସେ କହିଛନ୍ତି,” ଅଭିଷେକ ବାନାର୍ଜୀ ହିଁ ଏହି ହତ୍ୟାକାଣ୍ଡ ଘଟାଇଛନ୍ତି । ସେ ମେସେଜ ଦେବାକୁ ଚାହୁଁଛନ୍ତି ଆମେ ସରକାରରେ ନଥାଇ ପାରୁ କିନ୍ତୁ ଆମେ ତୁମ ଉପରେ ଭାରି । ସେ ମୂର୍ଖ ଆମ ଉପରେ ଭରି ନୁହେଁ ସେମାନଙ୍କୁ ଏହାର ଜବାବ ମିଳିବ । ” ସେପଟେ ହତ୍ୟାକାଣ୍ଡ ଘଟଣାରେ ସିବିଆଇ ତଦନ୍ତ ଦାବି କରିଛି ଟିଏମ୍‌ସି ।

ରାଜ୍ୟରେ କେନ୍ଦ୍ରୀୟ ସୁରକ୍ଷା ବାହିନୀର ଉପସ୍ଥିତି ସତ୍ତ୍ୱେ ନିର୍ବାଚନ ପରବର୍ତ୍ତୀ ହିଂସା ଘଟଣା ସାମ୍ନାକୁ ଆସିଛି । ଟିଏମସି କର୍ମୀ ଅଶାନ୍ତି ସୃଷ୍ଟି କରିବାକୁ ଉଦ୍ୟମ କରୁଛି । ଏହି ଗୁଳିକାଣ୍ଡ ତାହାର ଏକ ପ୍ରମାଣ ବୋଲି ବିଜେପି ନେତାମାନେ କହିଛନ୍ତି । ପଶ୍ଚିମବଙ୍ଗରେ ଏହି ଆକ୍ରମଣ ଏପରି ସମୟରେ ଆସିଛି ଯେତେବେଳେ ବିଜେପିର ବିପୁଳ ବିଜୟ ପରେ ବିଜେପି-ଟିଏମସି ସମର୍ଥକ ମୁହାଁମୁହିଁ ସ୍ଥିତିରେ ଅଛନ୍ତି । ଚଳିତ ନିର୍ବାଚନରେ ୨୯୩ ଆସନରୁ ବିଜେପି ୨୦୭ଟି ଆସନରେ ବିଜୟୀ ହୋଇଛି । ଶୁଭେନ୍ଦୁ ଅଧିକାରୀ ଭବାନୀପୁର ନିର୍ବାବନମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପରାସ୍ତ କରିଛନ୍ତି । ତେବେ ମମତା ଇସ୍ତଫା ଦେବେ ନାହିଁ ବୋଲି ଜିଦରେ ଅଟଳ ରହିଛନ୍ତି । ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି, ଯେ ଟିଏମସି କ୍ୟାଡରମାନେ ବିଶୃଙ୍ଖଳା ସୃଷ୍ଟି କରିବାକୁ ଅହରହ ଚେଷ୍ଟା କରୁଛନ୍ତି । କେତେକ ସ୍ଥାନରେ ନିଜକୁ ବିଜେପି କର୍ମୀ ବୋଲି ଦର୍ଶାଇ ହିଂସା ଘଟାଇଛନ୍ତି ।

ଟିଏମସି ବିଜେପିର ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଛି । ହତ୍ୟାର ସିବିଆଇ ତଦନ୍ତ ଦାବି କରିଛି । କୋର୍ଟଙ୍କ ତଦାରଖରେ ସିବିଆଇ ଯାଞ୍ଚ ହେଉ ବୋଲି ଦାବି କରିଛି ତୃଣମୂଳ କଂଗ୍ରେସ । ଚନ୍ଦ୍ରନାଥ ରଥଙ୍କ ନିର୍ମମ ହତ୍ୟା ଏବଂ ଗତ ତିନି ଦିନ ମଧ୍ୟରେ ବିଜେପି ସମର୍ଥିତ ଦୁର୍ବୃତ୍ତମାନଙ୍କ ଦ୍ୱାରା କରାଯାଇଥିବା ନିର୍ବାଚନ ପରବର୍ତ୍ତୀ ହିଂସାରେ ଅନ୍ୟ ତିନି ଜଣ ଟିଏମସି କର୍ମୀଙ୍କ ହତ୍ୟାକୁ ଆମେ ଦୃଢ଼ ନିନ୍ଦା କରୁଛୁ । ଆମେ ଏହି ମାମଲାରେ ସର୍ବାଧିକ ସମ୍ଭାବ୍ୟ କାର୍ଯ୍ୟାନୁଷ୍ଠାନ ଦାବି କରୁଛୁ​​​​​​​ ବୋଲି କହିଛି ଟିଏମସି ।
କହି ରଖୁଛି କି, ରାତି ପ୍ରାୟ ୧୧ଟା ୩୦ରେ ଚନ୍ଦ୍ରନାଥ ସ୍କର୍ପିଓ ଯୋଗେ ଘରକୁ ଫେରୁଥିଲେ । ଜେସୋର ରୋଡ୍ସ୍ଥିତ ଦେହାରିୟା ଅଞ୍ଚଳ ନିକଟରେ ଆତତାୟୀମାନେ ବାଇକ୍ରେ ଆସି ତାଙ୍କ ଗାଡ଼ିକୁ ଘେରିଯାଇଥିଲେ । କେହି କିଛି କହିବା ପୂର୍ବରୁ ସେମାନେ ଆଖିବୁଜା ଗୁଳିମାଡ଼ କରି ଫେରାର ହୋଇଯାଇଥିଲେ । ଚନ୍ଦ୍ରନାଥଙ୍କ ଛାତି ଓ ମୁଣ୍ଡରେ ଗୁଳି ବାଜିବାରୁ ସେ ଟଳିପଡ଼ିଥିଲେ । ଆକ୍ରମଣକାରୀଙ୍କୁ ଧରିବାକୁ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଛି । ପୁଲିସ ସିସିଟିଭି ଫୁଟେଜ ଯାଞ୍ଚ କରିବା ସହ ଟିଏମ୍‌ସି ବିଭିନ୍ନ କର୍ମକର୍ତ୍ତାଙ୍କୁ ପଚରାଉଚରା କରୁଛି ।

  • Related Posts

    ସୀମାପୁରୀ କୋଠା ଭୁଶୁଡ଼ିବା ଘଟଣା: ମୃତ୍ୟୁସଂଖ୍ୟା ୫କୁ ବୃଦ୍ଧି

    ନୂଆଦିଲ୍ଲୀ: ଉତ୍ତର-ପୂର୍ବ ଦିଲ୍ଲୀର ସୀମାପୁରୀ ଅଞ୍ଚଳରେ ଏକ ଚାରିମହଲା କୋଠା ଭୁଶୁଡ଼ି ପଡ଼ିବା ଘଟଣାରେ ଗୁରୁବାର ଆଉ ଦୁଇଜଣଙ୍କ ଶବ ଉଦ୍ଧାର ହେବା ପରେ ମୋଟ ମୃତ୍ୟୁସଂଖ୍ୟା ୫କୁ ବୃଦ୍ଧି ପାଇଛି। ବୁଧବାର ଅପରାହ୍ନ ପ୍ରାୟ ୩:୩୦ ସମୟରେ ଘଟିଥିବା ଏହି…

    Continue reading
    ‘ଭାରତ ନିଜର ବାୟୁସେନା ଯୋଦ୍ଧାମାନଙ୍କ ଉପରେ ଗର୍ବିତ’

    ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋସିଆଲ ମିଡିଆ ଏକ୍ସରେ ଏକ ବିଶେଷ ଭିଡିଓ ସେୟାର କରି ଲେଖିଛନ୍ତି, ‘ଭାରତ ନିଜର ବାୟୁସେନା ଯୋଦ୍ଧାମାନଙ୍କ ଉପରେ ଗର୍ବିତ’। ବାୟୁସେନା ଦିବସରେ, ଆମେ ଆମର ଆକାଶକୁ ସୁରକ୍ଷା ଦେବାରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ