ବିରୋଧୀଙ୍କ ରାଜନୈତିକ ଭବିଷ୍ୟତ ଧୂଳିସାତ୍ ହୋଇଯିବ: ବାବୁ ସିଂ

ଭୁବନେଶ୍ୱର: ନାରୀ ଶକ୍ତି ବନ୍ଦନ ଅଧିନିୟମକୁ ସଂସଦରେ ବାଧାପ୍ରାପ୍ତ କରି କଂଗ୍ରେସ ସମେତ ଅନ୍ୟାନ୍ୟ ବିରୋଧି ଦଳଗୁଡିକ ଦେଶର ଅଧା ଜନସଂଖ୍ୟା ସହ ବିଶ୍ୱାସଘାତକତା କରିଛନ୍ତି । ମହିଳାଙ୍କ ସାମ୍ବିଧାନିକ ଅଧିକାରକୁ ହତ୍ୟା କରିଛନ୍ତି ବିରୋଧୀ । ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହିଳାଙ୍କୁ ବିଧାନସଭା ଓ ଲୋକସଭାରେ ୩୩ ପ୍ରତିଶତ ସଂରକ୍ଷଣ ଦେଇ ସେମାନଙ୍କୁ ନୀତି ନିର୍ଦ୍ଧାରଣ ପ୍ରକ୍ରିୟାରେ ସାମିଲ କରିବାକୁ ଚାହୁଁଥିବାବେଳେ ବିରୋଧୀ ଦଳ ଗୁଡିକ ନିଜର ସଂକୀର୍ଣ୍ଣ ରାଜନୈତିକ ସ୍ୱାର୍ଥ ପାଇଁ ଏହାକୁ ବିଫଳ କରିଛନ୍ତି । ଏହା କେବଳ “ଏକ ବିଲ୍ ର ପରାଜୟ ନୁହେଁ, ବରଂ ମା’ ମାନଙ୍କ ସ୍ୱପ୍ନର ଭୃଣହତ୍ୟା” । ଏହା ମୋଦିଙ୍କ ପରାଜୟ ନୁହେଁ, ଦେଶର ସମଗ୍ର ମହିଳାଙ୍କ ପାଇଁ ଶକ୍ତ ଧକ୍କା । ବିଶେଷକରି କଂଗ୍ରେସ ଏବଂ ଅନ୍ୟ ବିରୋଧୀଦଳଗୁଡିକ କେବଳ ମହିଳାଙ୍କୁ ଭୋଟ୍ ବ୍ୟାଙ୍କ ଭାବେ ବ୍ୟବହାର କରୁଥିବାବେଳେ,ମୋଦୀ ସରକାର ସେମାନଙ୍କୁ ପ୍ରକୃତ ସଶକ୍ତିକରଣ ପ୍ରଦାନ କରିବାକୁ ସଂକଳ୍ପବଦ୍ଧ ବୋଲି ମାନ୍ୟବର ବିଧାୟକ ବାବୁ ସିଂ କହିଛନ୍ତି ।
ଗତବର୍ଷ କାଶ୍ମୀରର ଘାଟିରେ ଆତଙ୍କବାଦୀଙ୍କ ଦ୍ୱାରା ହତ୍ୟା କରାଯାଇଥିବା ମହିଳା ପର୍ଯ୍ୟଟକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ମୋଦୀ ସରକାର ‘ଅପରେସନ ସିନ୍ଦୁର’ ମାଧ୍ୟମରେ ଆତଙ୍କବାଦୀଙ୍କୁ ସମୁଚିତ ଜବାବ ଦେଇ ପ୍ରମାଣିତ କରିଛନ୍ତି ଯେ, ଭାରତୀୟ ନାରୀର ସମ୍ମାନ ଉପରେ ଅଙ୍ଗୁଳି ଉଠାଉଥିବା ବ୍ୟକ୍ତି ନିଶ୍ଚିନ୍ତ ଦଣ୍ଡ ପାଇବେ । ରାଜ୍ୟରେ ମହିଳାଙ୍କ ଆର୍ଥିକ ଆତ୍ମନିର୍ଭରଶୀଳତା ପାଇଁ ‘ସୁଭଦ୍ରା ଯୋଜନା’ ଏକ ଯୁଗାନ୍ତକାରୀ ପଦକ୍ଷେପ । ଏହାସହ ଆଗାମୀ ଦିନରେ ‘ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା ମାଧ୍ୟମରେ ଜନ୍ମ ସମୟରେ ୨୦ହଜାର ଟଙ୍କା ଏବଂ ସ୍ନାତକ ଶେଷ ପରେ ୧ଲକ୍ଷ ୧ ଟଙ୍କା ପ୍ରଦାନ କରାଯିବ । ରାଜ୍ୟର ପ୍ରତ୍ୟେକ ମହିଳାଙ୍କୁ ‘ଲକ୍ଷପତି ଦିଦି’ ଭାବେ ଗଢିବା ଆମ ସରକାରଙ୍କ ମୂଳ ଲକ୍ଷ୍ୟ । ମୋଦିଙ୍କ ଉପରେ ନାରୀମାନଙ୍କ ଭରସା ଅଛି, ଆଗାମୀ ଦିନରେ ଏହା ପୂରଣ ହେବ । ନାରୀଙ୍କ ଅଧିକାର ପାଇଁ ଲଢେଇ ଜାରି ରହିବ । ଯେଉଁ ନାରୀ ପରିବାର ଚଳାଏ, ସେ ରାଷ୍ଟ୍ରର ନୀତି ନିର୍ଦ୍ଧାରଣ ବି କରିପାରିବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି ।ବିରୋଧୀ ଦଳର ନେତାମାନେ ପ୍ରଧାନମନ୍ତ୍ରୀ ଓ ନାରୀ ସମାଜ ପ୍ରତି ବ୍ୟବହାର କରୁଥିବା ଅଶୋଭନୀୟ ଭାଷାକୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନିନ୍ଦା କରି କହିଛନ୍ତି ଯେ; ବିରୋଧୀଙ୍କ ୯୯ଟି ପାପ ପୂର୍ଣ୍ଣ ହୋଇସାରିଛି,୧୦୦ ଟି ଗାଳି ପରେ ଶିଶୁପାଳର ଯାହା ଅବସ୍ଥା ହୋଇଥିଲା କଂଗ୍ରେସ ମଧ୍ୟ ସମାନ ଅବସ୍ଥା ଭୋଗିବାକୁ ଯାଉଛି । ଆଜିର ଏହି ଆକ୍ରୋଶର ନିଆଁ ଗାଁରୁ ସହର ପର୍ଯ୍ୟନ୍ତ ବ୍ୟାପିବ ଏବଂ ଏହି ଜନ ଆକ୍ରୋଶରେ ବିରୋଧୀଙ୍କ ରାଜନୈତିକ ଭବିଷ୍ୟତ ଧୂଳିସାତ୍ ହୋଇଯିବ । ମହିଳାମାନେ ଚୁପ୍ ନରହି ନିଜ ଅଧିକାର ପାଇଁ ସ୍ୱର ଉତୋଳନ କରିବାକୁ ମାନ୍ୟବର ବିଧାୟକ ଶ୍ରୀ ସିଂ ଆହ୍ୱାନ ଦେଇଛନ୍ତି। ଆଜି ଏକାମ୍ର ନିର୍ବାଚନ ମଣ୍ଡଳୀର ଭୀମେଶ୍ୱର ଓ ଲିଙ୍ଗରାଜ ମଣ୍ଡଳ ପକ୍ଷରୁ ଜନ ଆକ୍ରୋଶ ମହିଳା ପଦଯାତ୍ରା ଅନୁଷ୍ଠିତ ହୋଇଥିଲା।ଭୀମେଶ୍ୱର ମଣ୍ଡଳ ପକ୍ଷରୁ ସୁନ୍ଦରପଦା କପିଳପ୍ରସାଦ ଦୁର୍ଗା ମଣ୍ଡପ ଠାରୁ ଆରମ୍ଭ ହୋଇ ଲିଙ୍ଗରାଜ ମନ୍ଦିର ଠାରେ ଜନ ଆକ୍ରୋଶ ମହିଳା ପଦଯାତ୍ରା ଶେଷ ହୋଇଥିଲା। ସେହି ଭଳି ଲିଙ୍ଗରାଜ ମଣ୍ଡଳ ପକ୍ଷରୁ ମାଉସୀ ମା ଛକ ଠାରୁ ଆରମ୍ଭ ହୋଇ ବିନ୍ଦୁସାଗର ଠାରେ ଶେଷ ହୋଇଥିଲା। ଆଜିର ଏହି କାର୍ଯ୍ୟକ୍ରମରେ ଭୀମେଶ୍ୱର ମଣ୍ଡଳ ସଭାପତି ପ୍ରଶାନ୍ତ ପ୍ରଧାନ, ଲିଙ୍ଗରାଜ ମଣ୍ଡଳ ସଭାପତି ଦୁର୍ଗା ପ୍ରସାଦ ମହାପାତ୍ର,କର୍ପୋରେଟର ମଧୁସ୍ମିତା ପ୍ରଧାନ,ଭୀମେଶ୍ୱର ମଣ୍ଡଳ ମହିଳା ସଭାପତି ପୁର୍ଣିମା ପଟ୍ଟନାୟକ,ଲିଙ୍ଗରାଜ ମଣ୍ଡଳ ମହିଳା ସଭାପତି ସିପ୍ରା ସେନାପତି, ବିଜେପି ନେତା ହିମାଂଶୁ ଛୋଟରାୟ,ପ୍ରମୋଦ ମହାପାତ୍ର,ସୁରେନ୍ଦ୍ର ପ୍ରଧାନ,ତୃପ୍ତିମଇ ମକଦ୍ଦମ, ବନ୍ଦନା କାନୁନଗୋ,ଜ୍ୱତ୍ରୀମଇ ଅଗ୍ରୱାଲ,ସିଦ୍ଧାର୍ଥ ଦାସ,ବିଜୁ ପରିଡା, ପ୍ରସନ୍ନ ସିଂ, ପିଣ୍ଟୁ ମହାନ୍ତି,ଶ୍ରଦ୍ଧାଞ୍ଜଳି କାନୁନଗୋ,ଭବାନୀ ମଲ୍ଲିଆ, କୃଷ୍ଣ ଚନ୍ଦ୍ର ବଟୁ ପ୍ରମୁଖ ଯୋଗଦେଇଥିଲେ।

  • Related Posts

    ୨୫ ବିଧାୟକଙ୍କୁ ଦଳରୁ ବହିଷ୍କାର କଲା ଏଆଇଏଡିଏମକେ

    ଚେନ୍ନଇ:ତାମିଲନାଡୁରେ ଦୁଇ ଫାଳ ହେଲା ଏଆଇଏଡିଏମକେ। ତାମିଲନାଡୁ ବିଧାନସଭା ନିର୍ବାଚନ ପରେ ଏଆଇଏଡିଏମକେରେ ଦେଖା ଯାଇଥିବା ବିବାଦ ଏବେ ତୀବ୍ର ରୂପ ଧାରଣ କରିଛି। ବୁଧବାର ଏଆଇଏଡିଏମକେର ମୁଖିଆ ଇଡାପାଡି କେ ପଲାନିସ୍ୱାମୀ ବିଦ୍ରୋହୀ ନେତାଙ୍କ ବିରୋଧରେ ଗ୍ରହଣ କରିଛନ୍ତି କାର୍ୟ୍ୟାନୁଷ୍ଠାନ।…

    Continue reading
    ପୂର୍ବତନ ବିଧାୟକ ଆୟୁବ ଖାନଙ୍କ ପରଲୋକ

    ଭୁବନେଶ୍ୱର: ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ବିଧାୟକ ଆୟୁବ ଖାନଙ୍କ ଦେହାନ୍ତ ଘଟିଛି। କଣ୍ଟାବାଞ୍ଜି ସ୍ଥିତ ବାସଭବନରେ ତାଙ୍କର ପରଲୋକ ଘଟିଥିବା ଜଣାପଡିଛି। ଏନେଇ ତାଙ୍କ ପୁଅ ସୂଚନା ଦେଇଛନ୍ତି। ମୃତ୍ୟୁବେଳକୁ ତାଙ୍କୁ ୭୮ ବର୍ଷ ହୋଇଥିଲା । ସେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ