ରାଜ୍ୟରେ ତେଲ ସଙ୍କଟ ନାହିଁ: ଯୋଗାଣ ବିଭାଗ ପ୍ରମୁଖ ସଚିବ

ଭୁବନେଶ୍ୱର: ରାଜ୍ୟରେ ତେଲ ସଙ୍କଟ ନାହିଁ। ପେଟ୍ରୋଲ ଓ ଡିଜେଲ ଯଥେଷ୍ଟ ମହଜୁଦ ରହିଛି। ରାଜ୍ୟରେ ଥିବା ୨୮ ଶହ ପେଟ୍ରୋଲ ପମ୍ପରୁ ମାତ୍ର ୨୦ରୁ ୩୦ଟି ତେଲ ଟାଙ୍କିରେ ତେଲ ସରିଯାଇଛି। କିଛି ପେଟ୍ରୋଲ ପମ୍ପ ମାଲିକ ଟଙ୍କା ଡିପୋଜିଟ୍ କରୁନଥିବାରୁ ସେମାନଙ୍କୁ ତେଲ ମିଳିନଥିବ । ଖୁବ୍ ଶୀଘ୍ର ରାଜ୍ୟର ସମସ୍ତ ଟାଙ୍କିରେ ତେଲ ପହଞ୍ଚିବ ବୋଲି ଯୋଗାଣ ବିଭାଗ ପ୍ରମୁଖ ସଚିବ ସଂଜୟ ସିଂ କହିଛନ୍ତି।

ଡ୍ରାଏ ଆଉଟ ସ୍ଥିତି ପେଟ୍ରୋଲ ଟାଙ୍କିର ପରିଚାଳନା ଅଭାବ ଯୋଗୁ ଦେଖାଦେଇଛି। ତେଲ ଅଭାବ ଯୋଗୁ ଆଦୌ ଡ୍ରାଏ ଆଉଟ ସ୍ଥିତି ଦେଖାଦେଇନି। ସ୍ବାଭାବିକ ସ୍ଥିତିରେ ୨୦/୨୨ଟି ତେଲ ଟାଙ୍କିରେ ଡ୍ରାଏ ଆଉଟ ସ୍ଥିତି ଦେଖାଯାଏ। ଏଭଳି ଡ୍ରାଏ ଆଉଟ ସ୍ଥିତିର ମନିଟରିଂ ଚାଲିଛି, ବ୍ୟବସ୍ଥା କରିବୁ। ଭୟଭୀତ ହୋଇ ଆଦୌ ତେଲ କିଣନ୍ତୁ ନାହିଁ। ଘରୋଇ ବସ ମାଲିକ ସଂଘର ଆଶଙ୍କା ଭିତ୍ତିହୀନ, ବସ ଚାଲିବାରେ ଅସୁବିଧା ନାହିଁ । ଯେଉଁମାନେ ତେଲର କଳାବଜାରୀ କରିବେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଯୋଗାଣ ସଚିବ ।

ରାଜ୍ୟର ଅନେକ ଟାଙ୍କିରେ ପେଟ୍ରୋଲ ନଥିବାରୁ ଲାଗିଛି ନୋ ଷ୍ଟକ୍ ବୋର୍ଡ଼ । ଆଉ ଯେଉଁଠି ପେଟ୍ରୋଲ ଅଛି ସେଠି ଲାଗିଛି ଗ୍ରାହକଙ୍କ ଲମ୍ବା ଲାଇନ୍ । ଆଗକୁ କାଳେ ତେଲ ମିଳିବନି,ତେଲ ଦର ବଢ଼ିଯିବ,ସେଇ ଆଶଙ୍କାରେ ଅନେକ ଜାଗାରେ ଲୋକେ ଅଧିକ ମାତ୍ରାରେ ପେଟ୍ରୋଲ ନେଉଥିବାରୁ ଟାଙ୍କି ଗୁଡ଼ିକରେ ଷ୍ଟକ୍ ସରିଯାଉଛି । ହଠାତ୍ ପେଟ୍ରୋଲ କିଣିବା ପରିମାଣ ୫୦ ପ୍ରତିଶତ ବଢ଼ିଯାଇଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ।

ସେହିପରି ପେଟ୍ରୋଲ-ଡିଜେଲ ଅଭାବ ସ୍ଥିତିକୁ ନେଇ ଉତ୍କଳ ପେଟ୍ରୋଲିୟମ ଡିଲର ସଂଘ ସାଧାରଣ ସମ୍ପାଦକ ସଂଜୟ ଲାଠ କହିଛନ୍ତି,ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣରେ ପେଟ୍ରୋଲ ଡିଜେଲ ମହଜୁଦ୍ ଅଛି । କିଛି ସ୍ଥାନରେ ଲୋକେ ଅଧିକ ମାତ୍ରାରେ ତେଲ କିଣିବା ଯୋଗୁଁ ତେଲ ଟାଙ୍କିରୁ ତେଲ ସରିଯାଇଛି । ଟିକେ ସମୟ ଦେଲେ ସେ ସବୁ ଟାଙ୍କିରେ ତେଲ ପହଞ୍ଚିଯିବ ।

  • Related Posts

    ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : ମହଙ୍ଗା ଭତ୍ତାରେ ୨ ପ୍ରତିଶତ ବୃଦ୍ଧି

    ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୨ ପ୍ରତିଶତ ବୃଦ୍ଧି ସମୁଦାୟ ମହଙ୍ଗା ଭତ୍ତା ୫୮ ରୁ ୬୦ ପ୍ରତିଶତକୁ ବୃଦ୍ଧି ପାଇଲା ପିଛଲା ଭାବେ ୨୦୨୬ ଜାନୁଆରୀ’ରୁ ଲାଗୁ ହେବ ପେନସନ୍‌ଭୋଗୀଙ୍କ ଟି.ଆଇ ରେ ମଧ୍ୟ ବୃଦ୍ଧି ଭୁବନେଶ୍ୱର ୧୫…

    Continue reading
    ଏସକର୍ଟ ଗାଡ଼ିକୁ ହଟାଇଲେ ଉପମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନକୁ ସ୍ୱୀକାର କରି ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ତାଙ୍କ ନିଜ ବ୍ୟକ୍ତିଗତ ସୁରକ୍ଷା ପାଇଁ ଯାଉଥିବା ପାଇଲଟ ଓ ଏସକର୍ଟ ଗାଡି ଗୁଡିକୁ ହଟେଇ ଦେଇଛନ୍ତି। ଆଜିଠାରୁ ସଚିବାଳୟ ଯିବା କିମ୍ବା ଅନ୍ୟାନ୍ୟ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ