ନଗର ଉନ୍ନୟନ ବିଭାଗ ପକ୍ଷରୁ ବଡ ଧରଣର ଅଦଳବଦଳ

ଭୁବନେଶ୍ୱର: ନଗର ଉନ୍ନୟନ ବିଭାଗ ପକ୍ଷରୁ ବଡ ଧରଣର ଅଦଳବଦଳ ହୋଇଛି । ଟାଉନ ପ୍ଲାନର, ଫିଲ୍ଡ ଇନ୍‌ସ୍ପେକ୍ଟର ଏବଂ ରେଭିନ୍ୟୁ ଇନ୍‌ସ୍ପେକ୍ଟର ସ୍ତରରେ ଅଦଳବଦଳ କରାଯାଇଛି । ସେମାନଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ନଗର ଉନ୍ନୟନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି ।

ନଗର ଉନ୍ନୟନ ବିଭାଗ ପକ୍ଷରୁ ୧୦ ଜଣ ଟାଉନ ପ୍ଲାନରଙ୍କୁ ବଦଳି କରାଯାଇଛି । ବିଏମ୍‌ସିରେ ଥିବା ୨ ଟାଉନ ପ୍ଲାନର ସସ୍ମିତା ଗୁରୁ ଏବଂ ସୌରଭ ମହାପାତ୍ରଙ୍କୁ ଯଥା କ୍ରମେ କଟକ ମହାନଗର ନିଗମ (ସିଏମ୍‌ସି) ଏବଂ ରାଉରକେଲା ମହାନଗର ନିଗମ (ଆରଏମ୍‌ସ) ବଦଳି କରାଯାଇଛି । ତାଙ୍କ ସ୍ଥାନରେ ବ୍ରହ୍ମପୁର ମହାନଗର ନିଗମର (ବିଇଏମ୍‌ସି)ରୁ ଦୀପକ କୁମାର ହାସଁଦା ଏବଂ କଟକ ମହାନଗର ନିଗମ(ସିଇଏମ୍‌ସି)ରୁ ରଶ୍ମିତା ପ୍ରିୟଦର୍ଶିନୀ, ସତିଶ ଦାସ ଏବଂ ସମ୍ବଲପୁରରୁ ଶୁଭଲକ୍ଷ୍ମୀ ଖରମିକୁ ବିଏମ୍‌ସିକୁ ବଦଳି କରାଯାଇଛି। ଏହା ସହ ଫିଲ୍ଡ ଇନ୍‌ସ୍‌ପେକ୍ଟର ସ୍ତରରେ ମଧ୍ୟ ଅଦଳବଦଳ କରାଯାଇଛି ।

ବିଏମ୍‌ସିରୁ ୫ ଜଣ ଏଫ୍ଆଇ ବଦଳିଛନ୍ତି । କାମଦେବ ମତଗଜା ସିଂହଙ୍କୁ ରାଉରକେଲା ମହାନଗର ନିଗମ, ନିରଞ୍ଜନ ବାହିନୀପତିଙ୍କୁ ଆସ୍କା, ପ୍ରମୋଦକୁମାର ମୁଦୁଲିଙ୍କୁ ଢେଙ୍କାନାଳ ମୁନିସିପାଲିଟି, ପି କୁମାର ପ୍ରଧାନ କଟକ ମହାନଗର ନିଗମକୁ ବଦଳି କରାଯାଇଛି । ଏହା ସହ ୧୮ ଜଣ ଆରଆଇଙ୍କୁ ମଧ୍ୟ ବଦଳି କରାଯାଇଛି । ସେଥିମଧ୍ୟରେ ପ୍ରଶାନ୍ତ କୁମାର ସେଠୀଙ୍କୁ ଜଟଣୀ, ସତ୍ୟବ୍ରତ ମିଶ୍ରଙ୍କୁ କଟକ ମହାନଗର ନିଗମ (ସିଏମ୍‌ସି) ବଦଳି କରାଯାଇଛି।

  • Related Posts

    ବଡ଼ ଖବର: ୧୫ରେ ଛାତ୍ର ସଂସଦ ନିର୍ବାଚନ

    ଭୁବନେଶ୍ୱର: ଦୀର୍ଘ ବର୍ଷର ଅପେକ୍ଷାର ଅନ୍ତଃ ହୋଇଛି । ଆସନ୍ତା ୧୫ ତାରିଖ ଦିନ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି । ଏନେଇ ସୋମବାର ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ…

    Continue reading
    ୧୦ରେ ସମ୍ବଲପୁରରେ ‘ସ୍ୱଚ୍ଛତା ଅଭିଯାନ’, ସାମିଲ ହେବାକୁ ଧର୍ମେନ୍ଦ୍ରଙ୍କ ଆହ୍ଵାନ

    ସମ୍ବଲପୁର: ଆମ ଓଡ଼ିଆ ସଂସ୍କୃତି ଓ ପରମ୍ପରାରେ ସ୍ୱଚ୍ଛତା ଓ ପବିତ୍ରତାକୁ ସବୁବେଳେ ପ୍ରଥମ ସ୍ଥାନ ଦିଆଯାଇଛି । ସ୍ୱଚ୍ଛତା କେବଳ ଘରର ଚାରିକାନ୍ଥ ଭିତରେ ସୀମିତ ନୁହେଁ, ଏହା ଆମ ଜୀବନଶୈଳୀ, ଆମର ସଂସ୍କାର ଏବଂ ଆମର ଚରିତ୍ର ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ