ଓଡ଼ିଶା ଗସ୍ତରେ ଆସୁଛନ୍ତି ଜୟଶଙ୍କର

ଭୁବନେଶ୍ବର: ଓଡିଶା ଗସ୍ତରେ ଆସୁଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର । ୪ ଦିନିଆ ଓଡିଶା ଗସ୍ତରେ କେନ୍ଦ୍ରମନ୍ତ୍ରୀ ପ୍ରବାସୀ ଭାରତୀୟ ଦିବସ କାର୍ୟ୍ୟକ୍ରମରେ ସାମିଲ ହେବେ । ସେ ସପତ୍ନୀକ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ସହ ବିଭିନ୍ନ ପର୍ୟ୍ୟଟନସ୍ଥଳୀ ପରିଦର୍ଶନ କରିବାର କାର୍ୟ୍ୟକ୍ରମ ରହିଛି । ରାଜଧାନୀ ଭୁବନେଶ୍ବର ଓ କୋଣାର୍କରେ ତାଙ୍କର ରହଣୀର ବ୍ୟବସ୍ଥା ହୋଇଛି ।
ଜୟଶଙ୍କର ସୋମବାର ଅପରାହ୍ନରେ ନୂଆଦିଲ୍ଲୀରୁ ବାହାରି ସନ୍ଧ୍ୟା ସୁଧା ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବେ । ବିମାନ ବନ୍ଦରରେ ରାଜ୍ୟ ସରକାରଙ୍କ ମନ୍ତ୍ରୀ, ବିଧାୟକ ଓ ବରିଷ୍ଠ ଅଧିକାରୀମାନେ ତାଙ୍କୁ ସ୍ୱାଗତ କରିବେ । ଏହା ପରେ ଭୁବନେଶ୍ୱରରୁ ସିଧାସଳଖ ସଡ଼କ ପଥରେ କୋଣାର୍କ ଯିବେ କେନ୍ଦ୍ରମନ୍ତ୍ରୀ । କୋଣାର୍କ ଇକୋ-ରିଟ୍ରିଟରେ ସେ ରାତ୍ରିଯାପନ କରିବେ । ମଙ୍ଗଳବାର ସକାଳେ ସୂର୍ୟ୍ୟ ମନ୍ଦିର ପରିଦର୍ଶନ କରି ପୁରୀ ଅଭିମୁଖେ ବାହାରିବେ କେନ୍ଦ୍ରମନ୍ତ୍ରୀ । ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ପଟ୍ଟଚିତ୍ର ପାଇଁ ପ୍ରସିଦ୍ଧ ରଘୁନାଥପୁର ଯିବେ ମନ୍ତ୍ରୀ । ସେଠାରୁ ଅପରାହ୍ନରେ ଧଉଳି ଆଭିମୁଖ୍ୟ ଆସିବେ କେନ୍ଦ୍ରମନ୍ତ୍ରୀ ।କେନ୍ଦ୍ରମନ୍ତ୍ରୀ ଶାନ୍ତିସ୍ତୁପରୁ ଫେରି ମହାଦେବ ଲିଙ୍ଗରାଜଙ୍କ ଦର୍ଶନ ଲାଗି ଏକାମ୍ର କ୍ଷେତ୍ର ଯିବେ । ଦର୍ଶନ ପରେ ଭୁବନେଶ୍ୱରର ଏକ ତାରକା ହୋଟେଲରେ ରାତ୍ରିଯାପନ କରିବେ । ୮ ଓ ୯ ତାରିଖରେ ପ୍ରବାସୀ ଭାରତୀୟ ଦିବସ କାର୍ୟ୍ୟକ୍ରମରେ ସାମିଲ ହେବେ ବୈଦେଶିକ ବ୍ୟାପାର ମନ୍ତ୍ରୀ । ବୈଦେଶିକ ବ୍ୟାପାର ମନ୍ତ୍ରୀ ୧୦ ତାରିଖ ସକାଳେ ନୂଆଦିଲ୍ଲୀ ଫେରିଯିବା କାର୍ୟ୍ୟକ୍ରମ ସ୍ଥିର ହୋଇଛି । କୋଣାର୍କ ଓ ଭୁବନେଶ୍ୱରରେ କେନ୍ଦ୍ରମନ୍ତ୍ରୀଙ୍କ ରହିଣୀ ଲାଗି ସମସ୍ତ ବ୍ୟବସ୍ଥା ହୋଇଛି ।

  • Related Posts

    State-wide fire safety mock drill on March 28

    Bhubaneswar,23/03/2026: The Housing & Urban Development Department, in collaboration with Odisha Fire Services, conducted a sensitization workshop on fire safety awareness and preparedness today. The session was aimed at synchronizing…

    Continue reading
    Heatwave Worries: Outdoor Activity Banned 11 a.m. to 3 p.m.

    Bhubaneswar, 23/03/2026: Odisha govt bans outdoor work from 11 AM to 3 PM in heatwave advisory Anticipating a rise in temperatures in April and a heightened risk of heatwave-related illnesses,…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ