ନିଜ ମା’କୁ ପିଟିପିଟି ମାରିଦେଲା ପୁଅ

ରାଜକନିକା: ମଦ ପିଇବାକୁ ଟଙ୍କା ନଦେବାରୁ ନିଜ ମା’କୁ ପିଟିପିଟି ମାରିଦେଲା ପୁଅ । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ୍‌ ଅନ୍ତର୍ଗତ ବଳରାମପୁର ପଞ୍ଚାୟତ ପାତୁଳି ଗ୍ରାମରେ । ଶନିବାର ବିଳମ୍ବିତ ରାତିରେ ମଦ ପାଇଁ ବୃଦ୍ଧା ମା’ ହାରାମଣି ସାହୁ (୭୫)ଙ୍କୁ ଠେଙ୍ଗାରେ ପିଟିପିଟି ଲହୁଲୁହାଣ କରିଦେଇଥିଲା ପୁଅ ବିଜୟ ସାହୁ (୩୯) । ଘଟଣାସ୍ଥଳରେ ହିଁ ହାରାମଣିଙ୍କର ମୃତ୍ୟୁ ହୋଇଯାଇଥିଲା । ବୃଦ୍ଧ ବାପା ତଥା ଅବସରପ୍ରାପ୍ତ ସିଆର୍‌ପିଏଫ୍‌ ଯବାନ ନବଘନ ସାହୁ ଏନେଇ ଥାନାରେ ଅଭିଯୋଗ କରିବା ପରେ ରାଜକନିକା ପୁଲିସ ବିଜୟକୁ ଗିରଫ କରିଛି।
ପାତୁଳି ଗ୍ରାମର ନବଘନ ସାହୁଙ୍କ ଅବିବାହିତ ମଝିଆ ପୁଅ ବିଜୟ ସବୁବେଳେ ମଦ ପିଇ ଘରେ ଗଣ୍ଡଗୋଳ କରିଥାଏ । ନବଘନଙ୍କ ପେନ୍‌ସନ୍‌ ଟଙ୍କକୁ ସେ ମଦ ପିଇ ଉଡାଇବା ସହ ଘରେ ପ୍ରତିଦିନ ବାପାମା’ଙ୍କ ସହ ପାଟିତୁଣ୍ଡ କରିଥାଏ । ଗାଁ ଲୋକଙ୍କୁ୍‌ ମଧ୍ୟ ଗାଳିଗୁଲଜ କରେ । ବିଜୟର ଏଭଳି ଉତ୍ପାତରେ ଅତିଷ୍ଠ ନବଘନଙ୍କ ବଡ଼ପୁଅ ଅନୀଲ ନିଜ ଭାଗ ସଂପତ୍ତି ବିକ୍ରି କରି ବାହାରେ ରହୁଥିବା ବେଳେ ଗତ ବର୍ଷ ସାନପୁଅର ମୃତ୍ୟୁ ହୋଇଯାଇଛି । ଏଭଳି ସ୍ଥିତିରେ ବାପାମା’ଙ୍କ ପାଖରେ ରହୁଥିବା ବିଜୟ ସବୁବେଳେ ମଦ ପାଇଁ ଟଙ୍କା ଦେବାକୁ ଜୁଲମ୍‌ କରୁଥିଲା । ଶନିବାର ରାତିରେ ନବଘନ ଓ ହାରାମଣି ଖାଇ ବିଶ୍ରାମ କରୁଥିବାବେଳେ ନିଶାସକ୍ତ ବିଜୟ ସେଠାରେ ପହଞ୍ଚି ମା’କୁ ଟଙ୍କା ମାଗିଥିଲା । ଦମ୍ପତି ଟଙ୍କା ଦେବାକୁ ମନା କରିବାରୁ ବିଜୟ ଉତ୍‌କ୍ଷିପ୍ତ ହୋଇ ପାଟିତୁଣ୍ଡ କରିଥିଲା । ହାରାମଣି ଏହାର ବିରୋଧ କରିବାରୁ ବିଜୟ ଘରେ ଥିବା ଏକ ଠେଙ୍ଗାରେ ମା’କୁ ପିଟିଥିଲା । ନବଘନ ମଧ୍ୟ ବିଜୟ କବଳରୁ ହାରାମଣିଙ୍କୁ ରକ୍ଷା କରିପାରିଲେ ନାହିଁ । ଠେଙ୍ଗା ଆକ୍ରମଣରେ ଲହୁଲୁହାଣ ହୋଇ ହାରାମଣି ଘଟଣାସ୍ଥଳରେ ପ୍ରାଣ ହରାଇଲେ । ଏନେଇ ବାପା ନବଘନ ଥାନାରେ ଅଭିଯୋଗ କରିବା ପରେ ରାଜକନିକା ପୁଲିସ ପାତୁଳି ଗାଁରେ ପହଞ୍ଚି ହାରାମଣିଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ବିଜୟକୁ ଥାନାରେ ରଖି ପଚରାଉଚରା କରୁଛି ।

  • Related Posts

    କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

    ନୂଆଦିଲ୍ଲୀ | ଭୁବନେଶ୍ୱର, ୮ ଅକ୍ଟୋବର ୨୦୨୬: ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଭାରତ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ନୂଆଦିଲ୍ଲୀଠାରେ ଆୟୋଜିତ ଦୁଇଦିନିଆ ବିଭାଗୀୟ ସମ୍ମିଳନୀରେ…

    Continue reading
    ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି

    ଅବଢ଼ା ଯୋଜନାରେ ଜଗନ୍ନାଥବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର, ମାର୍କେଟ କମ୍ପ୍ଲେକ୍ସ, ଶ୍ରୀସେତୁ ତଥା ମୁସା ନଦୀର ସଂପ୍ରସାରଣ ପ୍ରକଳ୍ପ ପ୍ରକଳ୍ପ ପାଇଁ ଅଧିକ ୧୦୦.୮୩ କୋଟି ଟଙ୍କା ବରାଦ କଲେ ମୁଖ୍ୟମନ୍ତ୍ରୀ ପୂର୍ବରୁ ପ୍ରକଳ୍ପ ମୂଲ୍ୟ ଥିଲା ୫୫୭.୧୯ କୋଟି, ଏବେ ହେଲା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ