ଆସାମ ବିଧାନସଭାରେ ପାରିତ ହେଲା ସମାନ ନାଗରିକ ସଂହିତା ବିଲ୍

ଆସାମ:ନାଗରିକ ସଂହିତା ବିଲ୍ କୁ ନେଇ ଆସାମ ସରକାରଙ୍କ ବଡ ନିଷ୍ପର୍ତ୍ତି। ଆସାମ ବିଧାନସଭାରେ ଐତିହାସିକ ସମାନ ନାଗରିକ ସଂହିତା ବିଲ୍ ପାରିତ ହୋଇଛି। ଏହି ବିଲ୍ ଉତ୍ତରାଖଣ୍ତ ଏବଂ ଗୁଜୁରାଟ ପରେ ଆସାମ ଦେଶର ତୃତୀୟ ରାଜ୍ୟ ଭାବେ ଏହି ଆଇନକୁ ମଞ୍ଜୁରୀ ଦେଇଛି। ବିରୋଧୀ ଦଳଗୁଡିକ ଗୃହରେ ପ୍ରବଳ ହଟ୍ଟଗୋଳ ସତ୍ତ୍ୱେ ସରକାର ଏହି ବିଲ୍ କୁ ସଫଳତାର ସହ ପାସ କରାଇଛନ୍ତି।ଆସାମ ୟୁସିସି ବିଲ୍‌ରେ ବହୁବିବାହକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ‘ଲିଭ୍-ଇନ୍ ରିଲେସନସିପ୍’ର ପଞ୍ଜୀକରଣକୁ ବାଧ୍ୟତାମୂଳକ କରାଯାଇଛି। ବିବାହ ପାଇଁ ପୁରୁଷଙ୍କ ସର୍ବନିମ୍ନ ବୟସ ୨୧ ଏବଂ ମହିଳାଙ୍କ ପାଇଁ ୧୮ ବର୍ଷ ଧାର୍ଯ୍ୟ ହୋଇଛି। ତେବେ ଆସାମର ସାଂସ୍କୃତିକ ବିବିଧତାକୁ ରକ୍ଷା କରିବା ପାଇଁ ଏହି ଆଇନ ରାଜ୍ୟରେ ରହୁଥିବା ଅନୁସୂଚିତ ଜନଜାତି (ST) ମାନଙ୍କ ପାଇଁ ଲାଗୁ ହେବ ନାହିଁ।

ବାକି ସମସ୍ତେ ନିଜ ନିଜ ଧାର୍ମିକ ରୀତିନୀତି ଅନୁସାରେ ବିବାହ କରିପାରିବେ, କିନ୍ତୁ ପଞ୍ଜୀକରଣ ବାଧ୍ୟତାମୂଳକ। ଏହି ଆଇନ ଉଲ୍ଲଂଘନ କଲେ କଠୋର ଦଣ୍ଡର ବ୍ୟବସ୍ଥା ରହିଛି। ଗୋଟିଏ ସ୍ତ୍ରୀ/ସ୍ୱାମୀ ଥାଉ ଥାଉ ଦ୍ୱିତୀୟ ବିବାହ କଲେ ୭ ବର୍ଷ ପର୍ଯ୍ୟନ୍ତ ଜେଲ୍‌ ହେବ। ସେହିପରି ଲିଭ୍-ଇନ୍ ରିଲେସନସିପ୍‌କୁ ମାସେ ଭିତରେ ପଞ୍ଜୀକୃତ ନକଲେ ୩ ମାସ ଜେଲ୍ କିମ୍ବା ₹୧୦,୦୦୦ ଜରିମାନା କିମ୍ବା ଉଭୟ ଦଣ୍ଡ ମିଳିବ। ନୂଆ ଉତ୍ତରାଧିକାରୀ ଆଇନ ଅନୁଯାୟୀ, ମୃତ ବ୍ୟକ୍ତିଙ୍କ ସମ୍ପତ୍ତି ଉପରେ ସ୍ତ୍ରୀ, ପିଲା ଏବଂ ପିତାମାତାଙ୍କର (Class-1 ଉତ୍ତରାଧିକାରୀ) ସମାନ ଓ ଲିଙ୍ଗଗତ ସମାନତା ଆଧାରରେ ଅଧିକାର ରହିବ।

  • Related Posts

    ଆଶୁତୋଷ ଦୀକ୍ଷିତ ବାୟୁସେନା ମୁଖ୍ୟ ନିଯୁକ୍ତ

    ନୂଆଦିଲ୍ଲୀ: ଏୟାର ମାର୍ଶାଲ ଆଶୁତୋଷ ଦୀକ୍ଷିତଙ୍କୁ କେନ୍ଦ୍ର ସରକାର ନୂଆ ବାୟୁସେନା ମୁଖ୍ୟ (୨୯ତମ) ନିଯୁକ୍ତ କରିଛନ୍ତି। ସେ ଏବେ ବାୟୁସେନା ଉପମୁଖ୍ୟ ଭାବେ କାର୍ଯ୍ୟରତ। ସେ ଆସନ୍ତା ୩୧ ତାରିଖରୁ ଦାୟିତ୍ବ ଗ୍ରହଣ କରିବେ। ସେ ଏବେକାର ବାୟୁସେନା ମୁଖ୍ୟ…

    Continue reading
    ଫ୍ରାନ୍‌ସିସ ହାଲ୍‌ଜେନଙ୍କୁ ଫିଜିକ୍ସରେ ନୋବଲ୍ ପୁରସ୍କାର

    ଚଳିତ ବର୍ଷ ପାଇଁ ଫିଜିକ୍ସରେ ନୋବଲ୍ ପୁରସ୍କାର ବିଶିଷ୍ଟ ପଦାର୍ଥ ବିଜ୍ଞାନୀ ଫାନ୍ସିସ ହାଲ୍‌ଜେନଙ୍କୁ ପ୍ରଦାନ କରାଯିବ । ଆଇସ କ୍ୟୁବ୍ ନ୍ୟୁଟ୍ରିନୋ ଅବଜରଭେଟୋରିରେ ତାଙ୍କ ଗବେଷଣା ପାଇଁ ଏହି ପଦାର୍ଥ ବିଜ୍ଞାନୀଙ୍କୁ ଚିଳିତ ବର୍ଷର ନୋବଲ୍ ପୁରସ୍କାର ପ୍ରଦାନ କରାଯିବ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ