ଇରାନ ଉପରେ ପୁଣି ବଡ଼ ଧରଣର ସାମରିକ ଆକ୍ରମଣ କରିଛି ଆମେରିକା

ନୂଆଦିଲ୍ଲୀ: ଶାନ୍ତି ଆଲୋଚନା ଚାଲିଥିବା ସମୟରେ ପୁଣି ଥରେ ଅଶାନ୍ତ ହୋଇଉଠିଛି ମଧ୍ୟପ୍ରାଚ୍ୟ । ଇରାନ ଉପରେ ପୁଣି ଏକ ବଡ଼ ଧରଣର ସାମରିକ ଆକ୍ରମଣ କରିଛି ଆମେରିକା । ଆମେରିକୀୟ ସେନା ଇରାନର ଏକ ଗୁରୁତ୍ୱପୂର୍ଣ୍ଣ ସୈନ୍ୟ ଠିକଣା ଉପରେ ମିଶାଇଲ୍ ମାଡ଼ କରି ଏହାକୁ ଧ୍ୱଂସ କରିଦେଇଛି । ବିଶ୍ୱପ୍ରସିଦ୍ଧ ସମ୍ବାଦ ସରବରାହ ସଂସ୍ଥା ‘ରଏଟର୍ସ’କୁ ଜଣେ ବରିଷ୍ଠ ଆମେରିକୀୟ ଅଧିକାରୀ ଦେଇଥିବା ସୂଚନା ଅନୁଯାୟୀ, ଗତ ରାତିରେ ଆମେରିକା ସେନା ପକ୍ଷରୁ ଏହି ନୂତନ ଏୟାରଷ୍ଟ୍ରାଇକ କରାଯାଇଛି । ହୋର୍ମୁଜ ପ୍ରଣାଳୀ ଅଞ୍ଚଳରେ ମୁତୟନ ଥିବା ଆମେରିକୀୟ ସୈନ୍ୟ ଏବଂ ସେହି ବାଟ ଦେଇ ଯାତାୟାତ କରୁଥିବା ଆନ୍ତର୍ଜାତୀୟ ବାଣିଜ୍ୟିକ ଜାହାଜଗୁଡ଼ିକ ପାଇଁ ଏହି ଇରାନୀ ସେନ୍ୟ ଘାଟିଟି ବଡ଼ ବିପଦ ସଜାଇଥିଲା । ଏହି ସୂଚନା ମିଳିବା ପରେ ଆମେରିକା ପ୍ରତିରକ୍ଷାତ୍ମକ ଭାବେ ଏହି ଆକ୍ରମଣ କରିଥିବା ଦାବି କରିଛି ।
ମିଳିଥିବା ସୂଚନା ମୁତାବକ, କେବଳ ସୈନ୍ୟ ଘାଟି ଉପରେ ଆକ୍ରମଣ ନୁହେଁ, ବରଂ ଇରାନ ପକ୍ଷରୁ ଆସୁଥିବା ଅନେକ ଘାତକ ଡ୍ରୋନ୍‌କୁ ମଧ୍ୟ ଆମେରିକା ସେନା ମଝି ଆକାଶରେ ନଷ୍ଟ କରିଦେଇଛି । ଏହି ଡ୍ରୋନ୍‌ଗୁଡ଼ିକ ଆମେରିକାର ସାମରିକ ପ୍ରତିଷ୍ଠାନ ଆଡ଼କୁ ମାଡ଼ି ଆସୁଥିଲେ । ଆମେରିକାର ଦୁଇଜଣ ପ୍ରତିରକ୍ଷା ଅଧିକାରୀଙ୍କ କହିବା ଅନୁଯାୟୀ, ସେନା ପ୍ରଥମେ ଆକାଶମାର୍ଗରେ ଇରାନର ୪ଟି ଡ୍ରୋନ୍‌କୁ ମାରି ଖସାଇଥିଲା । ଏହାପରେ ୫ମ ଡ୍ରୋନ୍‌ଟି ଯେଉଁ ସେନ୍ୟ ଘାଟିରୁ ଲଞ୍ଚ ହେବାକୁ ପ୍ରସ୍ତୁତ ହେଉଥିଲା, ସେହି ବେସ୍‌କୁ ହିଁ ଆମେରିକା ମିଶାଇଲ୍ ମାଡ଼ କରି ସମ୍ପୂର୍ଣ୍ଣ ଭାବେ ଉଡ଼ାଇ ଦେଇଛି ।

ଆମେରିକାର ଏହି ସାମରିକ କାର୍ଯ୍ୟାନୁଷ୍ଠାନ ଏଭଳି ଏକ ସମୟରେ ହୋଇଛି, ଯେତେବେଳେ ଦୁଇ ଦେଶ ମଧ୍ୟରେ ଯୁଦ୍ଧକୁ ରୋକିବା ପାଇଁ କୂଟନୈତିକ ସ୍ତରରେ ଆଲୋଚନା ଜାରି ରହିଛି । ସୂଚନାଯୋଗ୍ୟ ଯେ, ଗତ ୨୮ ଫେବ୍ରୁଆରୀରେ ଆମେରିକା ଏବଂ ଇସ୍ରାଏଲ୍ ମିଳିତ ଭାବେ ଇରାନ ଉପରେ କରିଥିବା ଆକ୍ରମଣ ପରେ ଏହି ଭୟଙ୍କର ସଂଘର୍ଷ ଆରମ୍ଭ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ଏହି ଯୁଦ୍ଧକୁ ପ୍ରାୟ ୩ ମାସ ବିତିଯାଇଥିବା ବେଳେ ଏଥିରେ ଦୁଇ ପକ୍ଷର ହଜାର ହଜାର ସାଧାରଣ ନାଗରିକ ଏବଂ ସୈନିକ ପ୍ରାଣ ହରାଇଲେଣି । ଏହି ମହାଯୁଦ୍ଧ ଯୋଗୁଁ ସାରା ବିଶ୍ୱରେ ଶକ୍ତି ସଙ୍କଟ ଦେଖାଦେଇଛି ଏବଂ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ଆକାଶଛୁଆଁ ହୋଇଛି ।
ପେଣ୍ଟାଗନ୍ ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ, ଇରାନ ଉପରେ କରାଯାଇଥିବା ଏହି ଆକ୍ରମଣ କୌଣସି ଉସକାନିମୂଳକ ନୁହେଁ, ବରଂ ଆମେରିକାର ସୁରକ୍ଷା ପାଇଁ ଉଦ୍ଦିଷ୍ଟ ଥିଲା । ବୁଧବାର କରାଯାଇଥିବା ଏହି କାର୍ଯ୍ୟାନୁଷ୍ଠାନ ହେଉଛି ଆମେରିକା ସେନାର ଦ୍ୱିତୀୟ ପ୍ରତିରକ୍ଷାତ୍ମକ ଆକ୍ରମଣ । “ଇରାନ ସେନା ପକ୍ଷରୁ କିଛି ଗତିବିଧି ବଢ଼ୁଥିବା ଆମର ରାଡାର୍ ଏବଂ ସାଟେଲାଇଟ୍‌ରେ ରେକର୍ଡ କରାଯାଇଥିଲା । ସେମାନେ ହୋର୍ମୁଜ ପ୍ରଣାଳୀରେ ଆମ ସେନା ଉପରେ ବଡ଼ ହମଲା କରିବା ପାଇଁ ଯୋଜନା କରୁଥିଲେ । ଯଦି ଆମେ ଠିକ୍ ସମୟରେ ପଦକ୍ଷେପ ନେଇନଥାନ୍ତୁ, ତେବେ ଆମର ବଡ଼ କ୍ଷତି ହୋଇଥାନ୍ତା ।”

ଏହି ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ତିକ୍ତତା ଆହୁରି ବଢ଼ିଯାଇଛି । ଶାନ୍ତି ବାର୍ତ୍ତା ଚାଲିଥିବା ବେଳେ ଆମେରିକାର ଏହି ବଡ଼ ପ୍ରହାର ଯୋଗୁଁ ଇରାନ ଏବେ ପ୍ରତିଶୋଧ ମୁହାଁ । ଯଦି ଇରାନ ପକ୍ଷରୁ ପାଲଟା ଆକ୍ରମଣ ହୁଏ, ତେବେ ହୋର୍ମୁଜ ପ୍ରଣାଳୀ ଦେଇ ହେଉଥିବା ବିଶ୍ୱର ପ୍ରାୟ ୨୦ ପ୍ରତିଶତ ତେଲ ପରିବହନ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହେବ, ଯାହାର ସିଧାସଳଖ ପ୍ରଭାବ ଭାରତ ସେମିତ ଅନେକ ବିକାଶଶୀଳ ଦେଶର ଅର୍ଥନୀତି ଉପରେ ପଡ଼ିବାର ଆଶଙ୍କା ରହିଛି ।

  • Related Posts

    ଜେୱର ବିମାନବନ୍ଦରର ନାମ ‘ନରେନ୍ଦ୍ର ମୋଦୀ ଅନ୍ତର୍ଜାତୀୟ ବିମାନବନ୍ଦର’ ଭାବେ ନାମିତ

    ନୋଇଡା: ଉତ୍ତର ପ୍ରଦେଶର ଜେୱରଠାରେ ନିର୍ମାଣାଧୀନ ବିମାନବନ୍ଦରର ନାମ ‘ନରେନ୍ଦ୍ର ମୋଦୀ ଅନ୍ତର୍ଜାତୀୟ ବିମାନବନ୍ଦର’ ଭାବେ ନାମିତ କରିବା ପ୍ରସ୍ତାବକୁ ଉତ୍ତର ପ୍ରଦେଶ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି। ଲକ୍ଷ୍ନୌଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି…

    Continue reading
    ସିଜେପି ବିକ୍ଷୋଭ ପାଇଁ ମେଟ୍ରୋ କଟକଣା, ଟ୍ରେନ୍ ବାତିଲ

    ନୂଆଦିଲ୍ଲୀ: ଶନିବାର କଂଗ୍ରେସ-ସମର୍ଥିତ ବା ଅନ୍ୟାନ୍ୟ ଦଳ/ସଂଗଠନ ‘କୋକରୋଚ୍ ଜନତା ପାର୍ଟି’ (ସିଜେପି) ପକ୍ଷରୁ ଜନ୍ତର ମନ୍ତରରେ ପ୍ରସ୍ତାବିତ ବିକ୍ଷୋଭ ପ୍ରଦର୍ଶନକୁ ନଜରରେ ରଖି ରାଜଧାନୀ ଦିଲ୍ଲୀରେ କଡ଼ା ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି। ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ