ହତ୍ୟା ପୂର୍ବରୁ ନବଙ୍କୁ ୱାର୍ଣ୍ଣିଂ ଥିଲା: ସାଲୁଜା

ଭୁବନେଶ୍ୱର: ଗତ କିଛି ଦିନ ହେଲା ବିଭିନ୍ନ ଗଣମାଧ୍ୟମରେ ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାକୁ ନେଇ ଜୋରଜାର ଚର୍ଚ୍ଚା ହେଉଛି । ତେବେ ଏହାରି ଭିତରେ ଏହି ମାମଲାକୁ ନେଇ ଏକ ବଡ଼ ଅପଡେଟ ସାମନାକୁ ଆସିଛି । ତାହା ହେଲା ନବ ଦାସ ହତ୍ୟା ମାମଲାକୁ ନେଇ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା ଏକ ବିସ୍ଫୋରକ ବୟାନ ଦେଇଛନ୍ତି ।
ସେ କହିଛନ୍ତି ଯେ ହତ୍ୟା ପୂର୍ବରୁ ନବ ଦାସଙ୍କୁ କୋଲ ବ୍ଲକରୁ ଦୂରେଇ ରହିବାକୁ କୁହାଯାଇଥିଲା । ସେତେବେଳର ଏସପି ଓ ଜିଲ୍ଲାପାଳ ଦୂରେଇ ରହିବାକୁ କହିଥିଲେ । ସେମାନଙ୍କୁ କିଏ ଚାପ ପକାଇଥିଲେ ସମ୍ପୃକ୍ତ ଦୁଇ ଜଣ ହିଁ କହିପାରିବେ । ଷଡ଼ଯନ୍ତ୍ର ପଛରେ କିଏ, ସିବିଆଇ ତଦନ୍ତ ହେଲେ ସମ୍ପୃକ୍ତ ୨ ଜଣ ଅଫିସର କହିପାରିବେ ବୋଲି ଶ୍ରୀ ସାଲୁଜା କହିଛନ୍ତି ।

ସେହିପରି ସେ କହିଛନ୍ତି ଯେ ସେତେବେଳେ ମୁଁ ବିଧାନସଭାରେ ସିବିଆଇ ତଦନ୍ତ ପାଇଁ ଦାବି କରିଥିଲି । ଏବେ ବି ମୁଁ ସିବିଆଇ ତଦନ୍ତ ହେଲେ ନବ ଦାସ ହତ୍ୟା ପଛର ଷଡ଼ଯନ୍ତ୍ର ପଦାକୁ ଆସିବ ବୋଲି କହୁଛି । ଗୋପାଳ ହତ୍ୟା କରିଥିଲା ନା କରାଯାଇଥିଲା ତାହା ଜଣାପଡ଼ିବ ବୋଲି ଶ୍ରୀ ସାଲୁଜା କହିଛନ୍ତି ।

  • Related Posts

    ରାଜ୍ୟସଭାରେ ଶପଥ ନେଲେ ୩ ସାଂସଦ

    ନୂଆଦିଲ୍ଲୀ: ରାଜ୍ୟସଭାରେ ଶପଥ ନେଇଛନ୍ତି ଓଡ଼ିଶାର ନବ ନିର୍ବାଚିତ ସାଂସଦ । ଓଡ଼ିଶାର ୩ ସାଂସଦ ମନମୋହନ ସାମଲ, ସନ୍ତୃପ୍ତ ମିଶ୍ର ଓ ଦିଲ୍ଲୀପ କୁମାର ରାୟ ଆଜି ଓଡ଼ିଆରେ ଶପଥ ନେଇଛନ୍ତି । ରାଜ୍ୟସଭା ଅଧ୍ୟକ୍ଷ ସି. ପି. ରାଧାକ୍ରିଷ୍ଣନ୍…

    Continue reading
    ନେତା ଓ କର୍ମୀ ବିଜେଡି ଛାଡ଼ିବାର ପ୍ରଭାବ ନିଶ୍ଚିତ ପଡ଼ିବ: ଗଣେଶ୍ବର

    ଭୁବନେଶ୍ୱର: ନେତା ଓ କର୍ମୀ ବିଜେଡି ଛାଡ଼ିବା ନେଇ ଗଣେଶ୍ବର ବେହେରା ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ସଂଗଠନ ଉପରେ ପ୍ରଭାବ ନିଶ୍ଚିତ ପଡ଼ିବ । ଦଳର ଦୁର୍ଭାଗ୍ୟ କିଛି ବନ୍ଧୁ ଦଳ ଛାଡ଼ିକି ଗଲେ, ନିଶ୍ଚୟ ପ୍ରଭାବ ପଡ଼ିବ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ