ବାରବାଟୀ ଲଢ଼େଇ, ୨୮ ଓ ୨୯ ରେ ବିକ୍ରି କରାଯିବ ଟିକେଟ୍

କଟକ: ଭାରତ-ଇଂଲଣ୍ଡ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍‌ ଫେବ୍ରୁଆରୀ ୯ ତାରିଖରେ ବାରବାଟୀ ଷ୍ଟାଡିୟମରେ ଖେଳାଯିବ । ଆୟୋଜକ ଓଡ଼ିଶା କ୍ରିକେଟ ଆସୋସିଏସନ୍‌ (ଓସିଏ) ଏନେଇ ପ୍ରସ୍ତୁତି ଚୁଡ଼ାନ୍ତ ପର୍ୟ୍ୟାୟରେ ପହଞ୍ଚିଛି। ଟିକେଟ୍ ବୁକିଂ ନେଇ ତାରିଖ ଘୋଷଣା କରିଛି ଓସିଏ। ଓସିଏ ଅନୁବନ୍ଧିତ ସଂସ୍ଥା ଗୁଡ଼ିକୁ ଆସନ୍ତା ୨୮ ଓ ୨୯ ରେ ବିକ୍ରି କରାଯିବ । ସେହିଭଳି ସାଧାରଣ ଲୋକଙ୍କ ପାଇଁ ଫେବ୍ରୁଆରୀ ୬ ଏବଂ ୭ ତାରିଖରେ ଅନ୍‌ଲାଇନ୍ ଏବଂ ଅଫ୍‌ଲାଇନ୍‌ରେ ଟିକେଟ୍ କିଣିପାରିବେ।

ଗତ ଡିସେମ୍ବର ୨୯ ତାରିଖରେ ଓସିଏର ବାର୍ଷିକ ସାଧାରଣ ବୈଠକ ବସିଥିଲା । ବୈଠକରେ ପୂର୍ବ ଘୋଷିତ ଟିକେଟ୍‌ ମୂଲ୍ୟ ହ୍ରାସ କରାଯିବା ନେଇ ନିଷ୍ପତ୍ତି ହୋଇଥିଲା । ଗ୍ୟାଲେରୀ ୧ ଓ ୩ ନଂ ମୂଲ୍ୟ ୧୨୦୦ ଟଙ୍କା ରହିଥିଲା, ତାହା ୧୦୦ ଟଙ୍କା ହ୍ରାସ ହୋଇ ୧୧୦୦ ଟଙ୍କା କରାଯାଇଛି । ସେମିତି ଗ୍ୟାଲେରୀ ୫ର ମୂଲ୍ୟ ୧୫୦୦ରୁ ୧୨୦୦ ଟଙ୍କା, ଗ୍ୟାଲେରୀ ୨ ଓ ୪ର ମୂଲ୍ୟ ୧୦୦୦ରୁ ୯୦୦ ଟଙ୍କା, ଗ୍ୟାଲେରୀ ୭ର ମୂଲ୍ୟ ୮୦୦ରୁ ୭୦୦ ଟଙ୍କା, ସ୍ପେଶିଆଲ ଏନକ୍ଲୋଜର ୭୦୦୦ରୁ ୬୦୦୦ ଟଙ୍କା, ଏସି ଗ୍ୟାଲେରୀ ବକ୍ସ ୯୦୦୦ରୁ ୮୦୦୦ ଟଙ୍କା, କର୍ପୋରେଟ ବକ୍ସ ୨୦୦୦୦ ଟଙ୍କା ଏବଂ ନ୍ୟୁପାଭିଲିୟନ ୧୦୦୦୦ ଟଙ୍କା ରଖାଯାଇଛି । କାଉଣ୍ଟରରେ ଦର୍ଶକଙ୍କୁ ମ୍ୟାଚ୍‌ର ଦୁଇ ଦିନ ପୂର୍ବରୁ ଟିକେଟ୍‌ ବିକ୍ରି କରାଯିବ । ଏଥିପାଇଁ କମିଶନ ପୋଲିସ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯଇଛି।

  • Related Posts

    ଫୁଟବଲ ପ୍ରତିଯୋଗିତା ଉଦଯାପିତ: ଦେବଗଡ ଚାମ୍ପିଅନ

    ଦେବଗଡ଼:ଦେବଗଡ଼ ଜିଲ୍ଲାର ତି‌ଲେଇବଣି ବ୍ଲକ ବଲଣ୍ଡାଗ୍ରାମରେ ରାଜା ବାସୁଦେବ ଫୁଟବଲ କ୍ଲବ ପକ୍ଷରୁ ଚାଲିଥିବା ୨ ଦିନିଆ ଫୁଟବଲ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି।ପ୍ରତିଯୋଗିତାରେ ୮ଟି ଦଳ ଅଂଶଗ୍ରହଣ କରିଥିଲେ।ଫାଇନାଲ ମ୍ୟାଚ ଦେବଗଡ ଦଳ ସହିତ ଢୋଲପଡା ଦଳ ଅନୁଷ୍ଠିତ ହୋଇଥିଲା। ମ୍ୟାଚରେ…

    Continue reading
    ଏସୀୟ କ୍ରୀଡା ; ହାରିଲା ପାକିସ୍ତାନ; ଟିମ୍ ଇଣ୍ଡିଆ ଜିତିଲା ସ୍ୱର୍ଣ୍ଣ ପଦକ

    ନୂଆଦିଲ୍ଲୀ : ଏସୀୟ କ୍ରୀଡାରେ ଇତିହାସ ରଚିଲା ଭାରତ। କ୍ରିକେଟରେ ସ୍ୱର୍ଣ୍ଣ ପଦକ ଜିତିଲା ଭାରତ। ଫାଇନାଲରେ ପାକିସ୍ତାନକୁ ହରାଇ ସୁନା ଜିତିଲା ଟିମ୍ ଇଣ୍ଡିଆ। ଲଗାତାର ୨ୟ ଥର ପାଇଁ ସ୍ୱର୍ଣ୍ଣ ପଦକ ହାତେଇଲା ଭାରତ। ୧୯ ରନରେ ପାକିସ୍ତାନକୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି