ପୁରୀରେ ପହଞ୍ଚିଲା ରଥକାଠ

ପୁରୀ : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ରଥ ନିର୍ମାଣ ପାଇଁ ମଙ୍ଗଳବାର ନୟାଗଡ଼ ବନଖଣ୍ଡ ଅନ୍ତର୍ଗତ ଦଶପଲ୍ଲା ବନାଞ୍ଚଳରୁ ୩ ଟ୍ରକ୍‌ରେ ୧୦୧ ଖଣ୍ଡ କାଠ ଆସି ପୁରୀ ପହଞ୍ଚିଛି। ସେଗୁଡ଼ିକୁ ବଡ଼ଦାଣ୍ଡ ରଥଖଳାରେ ରଖାଯାଇଛି। ସେଥିରେ ୪୮ ଅସନ ଓ ୫୩ ଧଉରା କାଠ ରହିଛି। ପରମ୍ପରା ଅନୁଯାୟୀ ଆଗାମୀ ୨ରେ ଶ୍ରୀପଞ୍ଚମୀ ତିଥିରେ ତିନୋଟି ୧୨ ଫୁଟିଆ ଧଉରା କାଠ ପୂଜା କରାଯିବ। ଜୁନ୍‌ ୨୭ରେ ମହାପ୍ରଭୁଙ୍କ ଶ୍ରୀ ଗୁଣ୍ଡିଚା ଯାତ୍ରା ହେବ। ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ, ଶ୍ରୀ ବଳଭଦ୍ରଙ୍କ ତାଳଧ୍ବଜ ଏବଂ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ନିର୍ମାଣ ପାଇଁ ୮୬୫ ଖଣ୍ଡ ଅସନ, ଧଉରା ଓ ଫାଶୀ କାଠର ଆବଶ୍ୟକତା ରହିଛି। ଏହି ରଥ ନିର୍ମାଣ ପାଇଁ ୨୬୩ ବର୍ଷ ହେଲା ପାରମ୍ପରିକ ରୀତିରେ ଦଶପଲ୍ଲା ବନାଞ୍ଚଳରୁ କାଠ ଯୋଗାଣ ହେଉଛି। ଦଶପଲ୍ଲା ବନାଞ୍ଚଳର ଟାକରା ଓ ପୋଖରୀଗୋଚ୍ଛା ଜଙ୍ଗଲରୁ ୪୮ ଖଣ୍ଡ ଅସନ ଓ ୫୩ ଖଣ୍ଡ ଧଉରା କାଠ ୩ଟି ଟ୍ରକରେ ଅଣାଯାଇ ମଙ୍ଗଳବାର ଦଶପଲ୍ଲାର ଆରାଧ୍ୟ ଦେବ ଶ୍ରୀରଘୁନାଥଜୀଉ ଓ ଶ୍ରୀମହାବୀର ଜୀଉଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଥିଲା। ପରେ ୩ ଟ୍ରକ୍‌ରେ ୧୦୧ ଖଣ୍ଡ କାଠ ପୁରୀ ପଠାଯାଇଥିଲା। ଗତବର୍ଷଠାରୁ ବ୍ୟବହାର ନ ହୋଇ ୫୧ ଖଣ୍ଡ କାଠ ବଳକା ରହିଛି। ଅବଶିଷ୍ଟ ୮୧୪ ଖଣ୍ଡ କାଠ ଯୋଗାଇବାକୁ ଚଳିତବର୍ଷ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ବରାଦ କରାଯାଇଛି। ଖୁବ୍‍ଶୀଘ୍ର ଦ୍ବିତୀୟ ପର୍ୟ୍ୟାୟ ରଥ କାଠ ଆସି ପହଞ୍ଚିବ ବୋଲି ଅଧୀକ୍ଷକ ସୁଦର୍ଶନ ମେକାପ କହିଛନ୍ତି। ଶ୍ରୀରାମ ନବମୀ ତିଥିରେ ଖପୁରିଆ କରତ କଳରେ ରଥ କାଠ ଚିରଟ ଆରମ୍ଭ ହେବ। ଅକ୍ଷୟ ତୃତୀୟା ତିଥିରେ ରଥ ନିର୍ମାଣ ଅନୁକୂଳ କରାଯିବ।

  • Related Posts

    କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

    ନୂଆଦିଲ୍ଲୀ | ଭୁବନେଶ୍ୱର, ୮ ଅକ୍ଟୋବର ୨୦୨୬: ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଭାରତ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ନୂଆଦିଲ୍ଲୀଠାରେ ଆୟୋଜିତ ଦୁଇଦିନିଆ ବିଭାଗୀୟ ସମ୍ମିଳନୀରେ…

    Continue reading
    ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି

    ଅବଢ଼ା ଯୋଜନାରେ ଜଗନ୍ନାଥବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର, ମାର୍କେଟ କମ୍ପ୍ଲେକ୍ସ, ଶ୍ରୀସେତୁ ତଥା ମୁସା ନଦୀର ସଂପ୍ରସାରଣ ପ୍ରକଳ୍ପ ପ୍ରକଳ୍ପ ପାଇଁ ଅଧିକ ୧୦୦.୮୩ କୋଟି ଟଙ୍କା ବରାଦ କଲେ ମୁଖ୍ୟମନ୍ତ୍ରୀ ପୂର୍ବରୁ ପ୍ରକଳ୍ପ ମୂଲ୍ୟ ଥିଲା ୫୫୭.୧୯ କୋଟି, ଏବେ ହେଲା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ