‘ଅମସାଥି ଚାଟ୍‌ବଟ୍‌ ଆପ୍‌’ର ଶୁଭାରମ୍ଭ

ଭୁବନେଶ୍ୱର: ରାଜସ୍ୱ ବିବାଦ ଓ ବିଭିନ୍ନ ରାଜସ୍ୱ ସେବା ପାଇଁ ଆଉ ଅଫିସ୍‌ ଦୌଡ଼ିବାକୁ ପଡ଼ିବନି । ଘରେ ବସି ହାତ ପାଆନ୍ତୁ ରାଜସ୍ୱ ବିଭାଗର ବିଭିନ୍ନ ସେବା । ଏଥିପାଇଁ ରାଜସ୍ୱ ବିଭାଗ ପକ୍ଷରୁ ‘ଅମସାଥି ଚାଟ୍‌ବଟ୍‌ ଆପ୍‌’ର ଶୁଭାରମ୍ଭ କରାଯାଇଛି । ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ ଏହାର ଶୁଭାରମ୍ଭ କରିଛନ୍ତି ।ଏହି ଚାଟ୍‌ବଟ୍‌ ଜରିଆରେ ପ୍ରଥମ ପର୍ୟ୍ୟାୟରେ ରାଜସ୍ୱ ବିଭାଗର ୧୬ଟି ସେବା ଉପଲବ୍ଧ ହେବ । ପରବର୍ତ୍ତୀ ସମୟରେ ଆଉ ଦୁଇଟି ସେବା ଏଥିରେ ସାମିଲ କରାଯିବ । ପୂର୍ବରୁ ୧୧ଟି ସେବା ଦେବାର ବ୍ୟବସ୍ଥା ଥିବା ବେଳେ ଏବେ ଏହାକୁ ଆହୁରି ବ୍ୟାପକ କରାଯାଇଛି । ଚାଟ୍‌ବଟ୍‌ ମାଧ୍ୟମରେ ମ୍ୟୁଟେସନ୍‌, କିସମ ପରିବର୍ତ୍ତନ, ବିବାହ ପଞ୍ଜିକରଣ, ସୋସାଇଟି ରେଜିଷ୍ଟ୍ରେସନ୍‌, ଜାତି, ଆୟ ଓ ବାସସ୍ଥାନ ପ୍ରମାଣପତ୍ର ଭଳି ବିଭିନ୍ନ ସେବା ପାଇପାରିବେ ନାଗରିକ । ଏଥିସହ ଭୂଲେଖରେ ପଟ୍ଟା ସମ୍ପର୍କିତ ତଥ୍ୟ ମଧ୍ୟ ଜାଣିହେବ ।
ବିଶେଷ କଥା ହେଉଛି, ଆବେଦନ କରିବା ପରେ ନିଜ ଆବେଦନର ସ୍ଥିତି ମଧ୍ୟ ଚାଟ୍‌ବଟ୍‌ ଜରିଆରେ ଜାଣିପାରିବେ । ଅର୍ଥାତ୍‌ ଅଫିସ୍‌କୁ ବାରମ୍ବାର ଯାଇ ଫାଇଲ୍‌ର ସ୍ଥିତି ପଚାରିବାର ଆବଶ୍ୟକତା ରହିବନି । ମନ୍ତ୍ରୀଙ୍କ ସୂଚନା ଅନୁସାରେ, ଏହି ବ୍ୟବସ୍ଥା ମାଧ୍ୟମରେ ଏପର୍ୟ୍ୟନ୍ତ କଲମ୍‌ ଟୁ କରେକ୍ସନ୍‌ ସମ୍ପର୍କିତ ପ୍ରାୟ ୧ କୋଟି ମାମଲା ପ୍ରକ୍ରିୟାକରଣ ହୋଇଛି ।

ଅଭିଯୋଗ ପାଇଁ ୯୪୩୭୨୯୨୦୦୦ ନମ୍ବରରେ ମଧ୍ୟ ଯୋଗାଯୋଗ କରିହେବ। ରାଜ୍ୟରେ ପ୍ରାୟ ୧ କୋଟି ୬୫ ଲକ୍ଷ ଲୋକ ହ୍ୱାଟ୍ସଆପ୍‌ ବ୍ୟବହାର କରୁଥିବାରୁ ଏହି ବ୍ୟବସ୍ଥା ଲୋକଙ୍କ ପାଇଁ ସହଜ ଓ ସୁବିଧାଜନକ ହେବ ବୋଲି କହିଛନ୍ତି ମନ୍ତ୍ରୀ ।

  • Related Posts

    ଡ୍ରାଇଭରଙ୍କ ଆନ୍ଦୋଳନ:ଡ୍ରାଇଭରଙ୍କ ଗାଡ଼ି ସିଜ୍ ହେବ- ଡିସିପି

    ରଣକ୍ଷେତ୍ର ପାଲଟିଲା ଲୋୟର ପିଏମଜି। ଡ୍ରାଇଭରଙ୍କ ଆନ୍ଦୋଳନରେ ଠପ୍ ଜନପଥ। ଆଜି ତୃତୀୟ ଦିନରେ ତୀବ୍ର ହୋଇଛି ଅନଲାଇନ ଡ୍ରାଇଭରଙ୍କ ଆନ୍ଦୋଳନ। ଆନ୍ଦୋଳନ ବେଳେ ପୋଲିସ ସହିତ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ପୋଲିସକୁ ଟେକା ପଥର ମାଡ଼ କରିବା ସହ…

    Continue reading
    ରଣକ୍ଷେତ୍ର ପାଲଟିଲା ଲୋୟର ପିଏମଜି, ଆମ ବସ୍ ଭାଙ୍ଗିଲେ ଡ୍ରାଇଭର

    ରଣକ୍ଷେତ୍ର ପାଲଟିଲା ଲୋୟର ପିଏମଜି। ଡ୍ରାଇଭରଙ୍କ ଆନ୍ଦୋଳନରେ ଠପ୍ ଜନପଥ। ଆଜି ତୃତୀୟ ଦିନରେ ତୀବ୍ର ହୋଇଛି ଅନଲାଇନ ଡ୍ରାଇଭରଙ୍କ ଆନ୍ଦୋଳନ। ଆନ୍ଦୋଳନ ବେଳେ ପୋଲିସ ସହିତ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ପୋଲିସକୁ ଟେକା ପଥର ମାଡ଼ କରିବା ସହ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ