
ଦେବଗଡ଼:ବାରକୋଟ ବ୍ଲକର ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଆଜି ବ୍ଲକସ୍ତରୀୟ ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି। ମଞ୍ଚର ସଭାପତି ପଞ୍ଚାନନ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଇଗୋନୋର ଅବସରପ୍ରାପ୍ତ କୁଳପତି ଗୋପୀନାଥ ପ୍ରଧାନ ମୁଖ୍ୟଅତିଥି,ସତ୍ୟଭାମା ମେମୋରିଆଲର ଅଧ୍ୟକ୍ଷ ଯୋଗୀନାଥ ସାହୁ, ମଞ୍ଚର ସଂପାଦକ ପଞ୍ଚାନନ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନିଜର ବକ୍ତବ୍ୟ ରଖିଥିଲେ।ଏହାସହିତ ରୁଦ୍ରନାରାୟଣ ସାହୁ, ବସନ୍ତ ପ୍ରଧାନ, ଅଶୋକ ନାଏକ, କ୍ଷୀରସିନ୍ଧୁ ପ୍ରଧାନ ପ୍ରମୁଖ ମଧ୍ୟ ନିଜର ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ସତ୍ୟଭାମା ମେମୋରିଆଲ ପକ୍ଷରୁ ଆୟୋଜିତ ହୋଇଥିବା ପ୍ରବନ୍ଧ ଓ ବକୃତା ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ।କାର୍ଯ୍ୟକ୍ରମକୁ ରମାକାନ୍ତ ପ୍ରଧାନ ପରିଚାଳନା କରିଥିବାବେଳେ ପରାସର ସାହୁ ଧନ୍ୟବାଦ ଦେଇଥିଲେ।କାର୍ଯ୍ୟକ୍ରମ ପରିଚାଳନାରେ ହରିହର ସାହୁ ଓ ନିରଞ୍ଜନ ନନ୍ଦଙ୍କ ସମେତ ମଞ୍ଚର ବହୁ ସଦସ୍ୟ ସହଯୋଗ କରିଥିଲେ।




