SNAKE BITE କାମୁଡ଼ିଦେଲା ସାପ, କକା-ପୁତୁରା ମୃତ

ନୂଆପଡ଼ା : ପୋଲ କାମରେ ନିୟୋଜିତ ଥିବା କକା-ପୁତୁରାଙ୍କୁ କାମୁଡ଼ି ଦେଇଥିଲା ସାପ। ହେଲେ କେହି ଜାଣି ପାରିଲେନି। ଅନ୍ୟ ଜଣେ ସାପ କାମୁଡ଼ିଥିବା ବ୍ୟକ୍ତିଙ୍କୁ ହସ୍ପିଟାଲ ଆଣିବା ବେଳେ ହସ୍ପିଟାଲରେ ଚାଲିଗଲା କକା ଓ ପୁତୁରାଙ୍କ ଜୀବନ। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ନୂଆପଡ଼ା ଓ ବଲାଙ୍ଗୀର ଜିଲ୍ଲା ସୀମାନ୍ତ ବଙ୍ଗୋମୁଣ୍ଡା ଥାନା ବଲଧା ଗାଁରେ। ବିଷାକ୍ତ ସାପ କାମୁଡାରେ କାକା ଓ ପୁତୁରାଙ୍କ ମୃତ୍ୟୁ ହୋଇଛି। ମୃତକ ସିନାପାଲି ଥାନା ଚଚରାଭଟା ଗାଁର କାକା ଦୈତାରି ତାଣ୍ଡି (୪୦ ବର୍ଷ) ଓ ପୁତୁରା ଭରତ ତାଣ୍ଡି (୩୦ ବର୍ଷ) ଏବଂ ଗୁରୁତର ତୁଳସୀ ବଗର୍ତ୍ତୀ (୪୫ ବର୍ଷ)।
ସୂଚନାନୁଯାୟୀ, ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ବଲଧା ଠାରେ ପୋଲ ନିର୍ମାଣ କାମରେ ସିନାପାଲି ଥାନା ଅଞ୍ଚଳର ୧୦ ଜଣ ଶ୍ରମିକ ଭାବେ ନିୟୋଜିତ ହୋଇଥିଲେ । ରାତିରେ ଖାଇସାରି ଖୋଲା କ୍ୟାମ୍ପରେ ସୋଇଥିଲେ । ସେଠି ଏକ ବିଷାକ୍ତ ସାପ ଆସି ଦୈତାରୀ, ଭରତ ଓ ତୁଳସୀ ୩ ଜଣ ଶ୍ରମିକଙ୍କୁ କାମୁଡି ଦେଇଥିଲା । ଏ ବିଷୟରେ ଭରତ ଓ ଦୈତାରୀ ଜାଣିପାରିନଥିଲେ। ବିଳମ୍ବିତ ରାତିରେ କକା ଦୈତାରୀ ଓ ପୁତୁରା ଭରତ ଅନ୍ୟ ଶ୍ରମିକମାନଙ୍କ ସାହାଯ୍ୟରେ ତୁଳସୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଖଡିଆଳ ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠି ଦୈତାରୀ ଓ ଭରତଙ୍କୁ ବି ସାପ କାମୁଡି ଦେଇଥିବା ଜାଣିପାରିଥିଲେ । ପରେ ୩ ଜଣ ଶ୍ରମିକଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ରାତିରେ ନୂଆପଡ଼ା ହସ୍ପିଟାଲରେ ପହଞ୍ଚିବା ପରେ ଦୈତାରୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଭୋର୍ ସକାଳୁ ଭରତଙ୍କ ମୃତ୍ୟୁ ହୋଇଥିଲା । ଏବେ ତୁଲସୀଙ୍କୁ ଡାକ୍ତର ବୁର୍ଲା ମେଡିକାଲ କଲେଜକୁ ସ୍ଥାନାନ୍ତର କରିଛନ୍ତି । ଅନ୍ୟପକ୍ଷରେ କକା ଓ ପୁତୁରାଙ୍କ ମୃତଦେହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପଡ଼ିଛି । ଏଠି ବ୍ୟବଚ୍ଛେଦ ପରେ ମୃତଦେହ ଗାଁକୁ ନେବାକୁ ଡାକ୍ତର କହିଛନ୍ତି।

  • Related Posts

    Heavy Rain Warning for Odisha ବର୍ଷା : ଆଜି ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

    ଭୁବନେଶ୍ୱର: ଦକ୍ଷିଣ, ଉତ୍ତର, ଉପକୂଳ ସବୁଆଡେ ବର୍ଷିବ। ଅଧାରୁ ଅଧିକ ଜିଲାରେ ବର୍ଷା ସତର୍କତା ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ। ଆଜି ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। କେନ୍ଦୁଝର, ମୟୂରଭଞ୍ଜ, ନବରଙ୍ଗପୁର, କଳାହାଣ୍ଡିରେ ୭ରୁ ୧୧…

    Continue reading
    world athletics continental tour ଆଜି ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍‌ ଟୁର ସିଲଭର୍‌ ମିଟ୍‌, ଶୁଭାରମ୍ଭରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର: ଆଉ କିଛି ଘଣ୍ଟାର ଅପେକ୍ଷା । କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବ ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର ସିଲଭର ମିଟ୍ । କେବଳ ଓଡ଼ିଶା ନୁହେଁ, ଭାରତରେ ଏହି ପ୍ରତିଯୋଗିତା ପ୍ରଥମ ଥର ଆୟୋଜିତ ହେଉଛି ।ଓଡ଼ିଶା ସରକାରଙ୍କ କ୍ରୀଡ଼ା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ