ପାରିବାରିକ କଳହ, ବିଷ ପିଇଲେ ଦମ୍ପତି: ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

ଭୁବନେଶ୍ୱର : ବିଷ ପିଇଦେଲେ ଦମ୍ପତି ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର । ଭୁବନେଶ୍ବର ଖଣ୍ଡଗିରି ଥାନା ବାରଭୁଜା ବସ୍ତିରେ ଅଭାବନୀୟ ଘଟଣା ଘଟିଛି । ମୃତକ ହେଲେ ଗଞ୍ଜାମ କେନ୍ଦୁପଲ୍ଲି ଅଞ୍ଚଳର ସ୍ବପ୍ନା ପାତ୍ର । ଗୁରୁତର ଜିତେନ୍ଦ୍ର ପାତ୍ର ଚିକିତ୍ସାଧୀନ ଅଛନ୍ତି । ଜିତେନ୍ଦ୍ର ମଦ୍ୟପାନ କରୁଥିବାରୁ ଉଭୟଙ୍କ ମଧ୍ୟରେ କଳହ ଲାଗି ରହିଥିଲା । ଗତ ଶନିବାର ଉଭୟ ବିଷ ପିଇଦେଇଥିଲେ। ଦୁଇ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ ହୋଇଛି ।

ସୂଚନା ଅନୁସାରେ, ଜିତେନ୍ଦ୍ର ଓ ସ୍ୱପ୍ନାଙ୍କ ବିବାହକୁ ପ୍ରାୟ ୬ ବର୍ଷ ହୋଇଥିଲା। ବିବାହର କିଛି ବର୍ଷ ପର୍ଯ୍ୟନ୍ତ ସବୁକିଛି ଠିକ୍‌ଠାକ୍ ଚାଲିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଦାମ୍ପତ୍ୟ ଜୀବନରେ ବିବାଦ ଦେଖାଦେଇଥିଲା । ସ୍ୱାମୀ ମଦ୍ୟପାନ କରୁଥିବାରୁ ଉଭୟଙ୍କ ମଧ୍ୟରେ ବାରମ୍ବାର କଳହ ହେଉଥିବା ଜଣାପଡ଼ିଛି।

ଗତକାଲି କୌଣସି କାରଣରୁ ଉଭୟେ ବିଷ ପିଇଦେଇଥିବା ଅଭିଯୋଗ ହୋଇଛି । ପରେ ଉଭୟଙ୍କୁ ଚିକିତ୍ସା ପାଇଁ ନିଆଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ସ୍ୱପ୍ନାଙ୍କ ମୃତ୍ୟୁ ହୋଇଥିବା ବେଳେ ଜିତେନ୍ଦ୍ରଙ୍କ ଚିକିତ୍ସା ଜାରି ରହିଛି । ଘଟଣାକୁ ନେଇ ଖଣ୍ଡଗିରି ଥାନା ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଘଟଣାର ପ୍ରକୃତ କାରଣ ନେଇ ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ ।

  • Related Posts

    puri temple ଆଜିଠୁ ଶ୍ରୀମନ୍ଦିରରେ ଆରମ୍ଭ ହେଲା ଝୁଲଣ ଯାତ୍ରା

    ପୁରୀ : ଆଜିଠୁ ମହାପ୍ରଭୁଙ୍କ ଝୁଲଣ ଯାତ । ଶ୍ରୀମନ୍ଦିର ସହିତ ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ମଠ ବାଡ଼ିରେ ଆଜିଠାରୁ ଆରମ୍ଭ ହୋଇଛି ଝୁଲଣ ଯାତ୍ରାର ମାହୋଲ । ଏହି ଯାତ୍ରା ସାତଦିନ ଧରି ଚାଲିବ। ଶ୍ରାବଣ ଶୁକ୍ଳ ଦଶମୀରୁ ଭାଦ୍ରବ…

    Continue reading
    iic will be arrested ବନ୍ଧାହେବେ ଦୁଷ୍କର୍ମ ମାମଲାରେ ଫେରାର ପୂର୍ବତନ ଶରଣକୁଳ ଥାନା ଆଇଆଇସି

    ଭୁବନେଶ୍ୱର : ବାନ୍ଧାହେବେ ପୂର୍ବତନ ଶରଣକୁଳ ଥାନା ଆଇଆଇସି ସୁଜିତ କୁମାର ଦାସ । ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ହେବା ପରେ ଫେରାର ଅଛନ୍ତି ସୁଜିତ କୁମାର । ସୁଜିତଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ