ଭଙ୍ଗାଗଲା ପ୍ରକାଶ ପାଶୱାନଙ୍କ ଅଫିସ

ସୁନ୍ଦରଗଡ଼: ବିଜେପିରୁ ନିଲମ୍ବିତ ଯୁବ ନେତା ପ୍ରକାଶ ପାଶୱାନଙ୍କ ଦୁର୍ଗାପୁର ପାହାଡ଼ରେ ଥିବା ବେଆଇନ୍ ଅଫିସକୁ ବନବିଭାଗ ପକ୍ଷରୁ ଭଙ୍ଗାଯାଇଛି । ବେଆଇନ ଭାବରେ ଜଙ୍ଗଲ ଜମି ଉପରେ ଅଫିସଟି ତିଆରି କରାଯାଇଥିଲା । ତେଣୁ ବନ ବିଭାଗ ଓ ପୁଲିସ ପ୍ରଶାସନ ଶନିବା ଏହି ଅଫିସଟିକୁ ଭାଙ୍ଗିଦେଇଛନ୍ତି । ପୂର୍ବରୁ ଶ୍ରୀ ପାସୱାନଙ୍କ ୨୧ ନମ୍ବର ସେକ୍ଟରରେ ଥିବା ଅଫିସକୁ ମଧ୍ୟ ସିଲ କରାଯାଇଥିଲା । ସର୍କିଟ ହାଉସ ଘଟଣାରେ ବିହାର ସମସ୍ତିପୁରରୁ ଗିରଫ ହୋଇ ଜେଲରେ ପ୍ରକାଶ ପାଶୱାନ ଅଛନ୍ତି ।
ଅଗଷ୍ଟ୧୪ ତାରିଖ ରାତିରେ କୌଣସି ଏକ ସୂତ୍ରରୁ ଖବର ପାଇ ପାନପୋଷ ସର୍କିଟ ହାଉସର ରୁମ୍ ନମ୍ବର ୧୦୭ରେ ରେଡ୍ କରିଥିଲା ପୁଲିସ । ପୁଲିସ ୭ ଜଣଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ପାଖରୁ ୪ଟି ବନ୍ଧୁକ, ୩ଟି ମାଗାଜିନ, ୯ଟି ଅଫୁଟା ଗୁଳି ଜବତ କରିଥିଲା । ଅଭିଯୁକ୍ତ ରାକେଶ ସାହୁଙ୍କ ପାଖରୁ ୨ଟି ବନ୍ଧୁକ ମିଲିଥିଲା ।
ଏହି ଘଟଣାକୁ ନେଇ କଂଗ୍ରେସ ଯୁବନେତା ପ୍ରକାଶ ପାଶୱାନଙ୍କ ଉପରକୁ ଅଙ୍ଗୁଳି ଉଠାଇଥିଲା । ପ୍ରକାଶଙ୍କ କଥାରେ ଉପଜିଲ୍ଲାପାଳ ସର୍କିଟ ହାଉସରେ ତାଙ୍କ ନାଁରେ ବୁକିଂ କରିଥିଲେ । ସେଠାରେ ଅପରାଧିକତତ୍ତ୍ୱଙ୍କୁ ରଖି ଅପରାଧିକ କାର୍ଯ୍ୟକଳାପ କରିବାକୁ ପରୋକ୍ଷରେ ପ୍ଲାନକରୁଥିଲେ କି ବୋଲି କଂଗ୍ରେସ ପ୍ରଶ୍ନ ଉଠାଇଥିଲା । ଏହା ପରେ ପ୍ରକାଶ ପାଶୱାନଙ୍କୁ ବିଜେପିରୁ ନିଲମ୍ବନ କରାଯାଇଥିଲା । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିଦେ୍ର୍ଧଶକ୍ରମେ ତାଙ୍କୁ ଦଳରୁ ନିଲମ୍ବନ କରାଯାଇଥିଲା । ବିଶୃଙ୍ଖଳିତ ଆଚରଣ ଏବଂ ଦଳୀୟ ଅନୁଶାସନ ଭଙ୍ଗ କାରଣରୁ ତାଙ୍କୁ ନିଲମ୍ବନ କରାଯାଇଥିବାର ସୂଚନା ମିଳିଥିଲା । ପାନପୋଷ ସର୍କିଟ ହାଉସ୍ ବୁକିଂ ଓ ବନ୍ଧୁକ ଜବତ ଘଟଣା ପରେ ଗିରଫରୁ ବର୍ତ୍ତିବା ପାଇଁ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ ପ୍ରକାଶ ପାଶୱାନ । କିନ୍ତୁ ତାଙ୍କ ନାଁରେ ଗିରଫ ବିହୀନ ପରୱାନା ଜାରି କରିଥିଲା ରଘୁନାଥପାଲି ପୁଲିସ । ଏହା ପରେ ବିହାର ସମସ୍ତିପୁରରୁ ତାଙ୍କୁ ଗିରଫ କରାଯାଇଥିଲା ।

  • Related Posts

    ରାଜ୍ୟପାଳ- ମୁଖ୍ୟମନ୍ତ୍ରୀ ସାକ୍ଷାତ

    ଭୁବନେଶ୍ୱର: ରାଜ୍ୟପାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଛାତ୍ର ସଂସଦ ନିର୍ବାଚନ ବେଳେ ରାଜ୍ୟପାଳଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରାୟ ଅଧଘଣ୍ଟାରୁ ଅଧିକ ସମୟ ଧରି ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି । ନିକଟରେ ଦିଲ୍ଲୀରେ…

    Continue reading
    ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର : ଆଜି ପୂଜ୍ୟ ପ୍ରଣାମ ପୁଣ୍ୟାତ୍ମା, ଲୋକସେବକ ମଣ୍ଡଳର ଉପସଭାପତି ତଥା ‘ସମାଜ’ ପ୍ରତିଷ୍ଠାତା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୯ ତମ ଜୟନ୍ତୀ। ଏହି ଅବସରରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ