ଜାତୀୟ ପୁରସ୍କାର ପାଇଲେ ଓଡ଼ିଶାର ୭ ଶିକ୍ଷା ଅଧିକାରୀ

ଭୁବନେଶ୍ବର: ଶିକ୍ଷା ପ୍ରଶାସନରେ ଓଡ଼ିଶାକୁ ଜାତୀୟ ସ୍ତରରେ ମିଳିଲା ବଡ଼ ସ୍ୱୀକୃତି । ବିଦ୍ୟାଳୟ ଶିକ୍ଷାର ଗୁଣବତ୍ତା ବୃଦ୍ଧି, ଶିକ୍ଷଣ ଫଳାଫଳରେ ସୁଧାର, ବିଦ୍ୟାଳୟ ସୁରକ୍ଷା, ପଠନ ଅଭ୍ୟାସ ବଢ଼ାଇବା ଏବଂ ଡ୍ରପ୍‌ଆଉଟ୍‌ ରୋକିବା ଦିଗରେ ଅଭିନବ ପଦକ୍ଷେପ ପାଇଁ ରାଜ୍ୟର ୭ ଜଣ ଶିକ୍ଷା ଅଧିକାରୀଙ୍କୁ ମିଳିଛି ଜାତୀୟ ପୁରସ୍କାର ।ନୂଆଦିଲ୍ଲୀସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଏଜୁକେସନାଲ ପ୍ଲାନିଂ ଆଣ୍ଡ ଆଡମିନିଷ୍ଟ୍ରେସନ୍ (NIEPA) ପକ୍ଷରୁ ଆୟୋଜିତ ‘ଶିକ୍ଷା ପ୍ରଶାସନରେ ନବସୃଜନ ଏବଂ ଉତ୍ତମ ଅଭ୍ୟାସ’ ପୁରସ୍କାର ସମାରୋହରେ ଏହି ସମ୍ମାନ ପ୍ରଦାନ କରାଯାଇଛି ।ସସ୍ମିତା ସାହୁ, ଯୁଗ୍ମ ନିର୍ଦ୍ଦେଶିକା, OSEPA — ‘FLN ଗ୍ରୀଷ୍ମକାଳୀନ ପାଠ୍ୟକ୍ରମ’ ପାଇଁ ପୁରସ୍କୃତ ହୋଇଛନ୍ତି । ଏହା ମାଧ୍ୟମରେ ଗ୍ରୀଷ୍ମ ଛୁଟି ସମୟରେ ପିଲାଙ୍କ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନକୁ ମଜଭୁତ କରିବା ଉପରେ ଗୁରୁତ୍ୱ ଦିଆଯାଉଥିଲା ।ଡ. ରାଧାକାନ୍ତ ଗର୍ତ୍ତିଆ, DEO, ଝାରସୁଗୁଡ଼ା — ‘ଉଦୀୟାନ୍ ତାରା’ ପଦକ୍ଷେପ ପାଇଁ ସମ୍ମାନିତ ହୋଇଛନ୍ତି । ଏହାର ଲକ୍ଷ୍ୟ ଥିଲା ସ୍କୁଲ ଛାତ୍ରଛାତ୍ରୀଙ୍କ ଶିକ୍ଷଣ ଫଳାଫଳରେ ସୁଧାର ଆଣିବା ।ଡ. ମାୟାଧର ସାହୁ, DEO, ଗଜପତି — ‘ପ୍ରୟାସ @ ସୁପର 30 ଗଜପତି’ ପାଇଁ ପୁରସ୍କୃତ ହୋଇଛନ୍ତି । ମେଧାବୀ ଛାତ୍ରଛାତ୍ରୀଙ୍କୁ ପ୍ରତିଯୋଗିତାମୂଳକ ପରୀକ୍ଷା ଓ ଉଚ୍ଚଶିକ୍ଷା ପାଇଁ ପ୍ରସ୍ତୁତ କରିବା ଏହି ପଦକ୍ଷେପର ଉଦ୍ଦେଶ୍ୟ ରହିଥିଲା ।ଶ୍ରୀକାନ୍ତ ବେହେରା, ADEO, କେନ୍ଦୁଝର — ‘Reading Tournament and DEAR Programme’ ପାଇଁ ସମ୍ମାନିତ। ସ୍କୁଲ ପିଲାଙ୍କ ମଧ୍ୟରେ ପଠନ ଅଭ୍ୟାସ ବଢ଼ାଇବା ଏହାର ମୁଖ୍ୟ ଲକ୍ଷ୍ୟ । ଏହାରି ଉପରେ ପିଲାମାନଙ୍କୁ ଅଧିକ ଗୁରୁତ୍ୱ ଦେଇଆସୁଥିଲେ ।ସେବାଶ୍ରୀ ଭୋଇ, ADEO, ବଲାଙ୍ଗୀର — ସମ୍ବଲପୁର ଜିଲ୍ଲାର ଧନକୌଡ଼ା ବ୍ଲକର ‘Mission Zero Dropout’ ପାଇଁ ପୁରସ୍କୃତ ହୋଇଛନ୍ତି । ସେ କିଭଳି ଭାବରେ ପ୍ରତି ଗାଁ ଓ ଘର ଲୋକଙ୍କ ସହିତ ଯୋଗାଯୋଗ ରେ ରହି ଡ୍ରପ ଆଉଟ ହେଉଥିବା ପିଲାମାନଙ୍କୁ ପୁଣିଥରେ ସ୍କୁଲକୁ ଫେରାଇ ଆଣିବା ଥିଲା ତାଙ୍କର ମୁଖ୍ୟ ଲକ୍ଷ୍ୟ ।ତ୍ରିଲୋଚନ ସାହୁ, ସମଗ୍ର ଶିକ୍ଷା, ଯାଜପୁରର ଯୋଜନା ସଂଯୋଜକ ଭାବରେ କାର୍ଯ୍ୟରତ । ବିଦ୍ୟାଳୟ ସୁରକ୍ଷା ସମ୍ପର୍କିତ ବିପର୍ଯ୍ୟୟ ପରିଚାଳନା ନିର୍ଦ୍ଦେଶାବଳୀର କାର୍ଯ୍ୟକାରୀ ରୂପାୟଣ ପାଇଁ ସମ୍ମାନିତ ହୋଇଛନ୍ତି ।ସବିତା ସାହୁ, ADEO, ଯାଜପୁର — ‘School Safety Corridor: A Way of Life and a State of Mind’ ପଦକ୍ଷେପ ପାଇଁ ଜାତୀୟ ସ୍ୱୀକୃତି ପାଇଛନ୍ତି । ଛାତ୍ରଛାତ୍ରୀ ଓ ସ୍କୁଲ ସମୁଦାୟ ମଧ୍ୟରେ ସୁରକ୍ଷା ସଚେତନତା ବଢ଼ାଇବା ଏହାର ମୁଖ୍ୟ ଲକ୍ଷ୍ୟ ରହିଛି. ।ଏହି ସଫଳତାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଡ. ଏନ୍. ତିରୁମାଲା ନାୟକ ପ୍ରଶଂସା କରିଛନ୍ତି । ସାତ ଜଣ ଅଧିକାରୀଙ୍କ ଜାତୀୟ ସ୍ୱୀକୃତି ଓଡ଼ିଶା ପାଇଁ ଗର୍ବର ବିଷୟ ବୋଲି ସେ କହିଛନ୍ତି । ଏହା ସହ ଶିକ୍ଷା ପ୍ରଶାସନରେ ନବସୃଜନ ଓ ଉତ୍ତମ ଅଭ୍ୟାସକୁ ଆହୁରି ପ୍ରୋତ୍ସାହନ ମିଳିବ ବୋଲି ବିଭାଗର କମିଶନର ତଥା ଶାସନ ଆଶା ପ୍ରକାଶ କରିଛନ୍ତି ।

  • Related Posts

    ରାଜ୍ୟପାଳ- ମୁଖ୍ୟମନ୍ତ୍ରୀ ସାକ୍ଷାତ

    ଭୁବନେଶ୍ୱର: ରାଜ୍ୟପାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଛାତ୍ର ସଂସଦ ନିର୍ବାଚନ ବେଳେ ରାଜ୍ୟପାଳଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରାୟ ଅଧଘଣ୍ଟାରୁ ଅଧିକ ସମୟ ଧରି ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି । ନିକଟରେ ଦିଲ୍ଲୀରେ…

    Continue reading
    ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର : ଆଜି ପୂଜ୍ୟ ପ୍ରଣାମ ପୁଣ୍ୟାତ୍ମା, ଲୋକସେବକ ମଣ୍ଡଳର ଉପସଭାପତି ତଥା ‘ସମାଜ’ ପ୍ରତିଷ୍ଠାତା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୯ ତମ ଜୟନ୍ତୀ। ଏହି ଅବସରରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ