ସ୍ତ୍ରୀକୁ ଛୁରୀ ଭୁସି ପଥରରେ ଛେଛି ହତ୍ୟା କଲା ସ୍ୱାମୀ !

ସମ୍ବଲପୁର: ସହରର ସେନ୍‌ପାର୍କ ନିକଟରୁ ଶନିବାର ରାତି ପ୍ରାୟ 10ଟା ବେଳେ 30 ବର୍ଷୀୟା ହୀନା ବେଗମଙ୍କ ବୀଭତ୍ସ ଓ ରକ୍ତାକ୍ତ ମୃତଶରୀର ଉଦ୍ଧାର କରାଯାଇଛି l ସ୍ବାମୀ ସମସାଦ ଅଲ୍ଲୀ ହିଁ ତାଙ୍କୁ ହତ୍ୟା କରି ଟାଉନ ଥାନାରେ ଆତ୍ମସମର୍ପଣ କରିବା ଘଟଣା ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି l ପରକୀୟା ପ୍ରୀତିକୁ କେନ୍ଦ୍ର କରି ସମ୍‌ସାଦ୍ ପ୍ରଥମେ ହିନାଙ୍କୁ ଛୁରି ଭୁସିବା ପରେ ପଥର ଛେଚି ହତ୍ୟା କରିଥିବା ପୁଲିସ ସମ୍ମୁଖରେ ବୟାନ ଦେଇଛି l
ସମ୍ବଲପୁର ସହର ଠେଲକୋପଡ଼ା ଅଞ୍ଚଳରେ ରହୁଥିବା ସମସାଦ ପ୍ରଥମ ପତ୍ନୀଙ୍କ ଦେହାନ୍ତ ପରେ ହିନାଙ୍କୁ ପ୍ରେମ ବିବାହ କରିଥିଲେ l ସେମାନଙ୍କ 3-4 ବର୍ଷର ଗୋଟିଏ ଝିଅ ଓ ଗୋଟିଏ ପୁଅ ଅଛନ୍ତି l ଶନିବାର ରାତି ପ୍ରାୟ 10 ଟା30 ରେ ସେନ୍‌ପାର୍କ ନିକଟରେ ଥିବା ପ୍ରାଣୀ ଚିକିତ୍ସାଳୟ ଠାରୁ ପ୍ରାୟ 100 ମିଟର ଦୂରରୁ ହିନାଙ୍କ ରକ୍ତ ଜୁଡୁବୁଡୁ ମୃତଶରୀର ଉଦ୍ଧାର କରାଯାଇଥିଲା। ଘଟଣାସ୍ଥଳରୁ 2 ଟି ମୋବାଇଲ ଫୋନ ଓ ଗୋଟିଏ ରକ୍ତାକ୍ତ ଧାରୁଆ ଛୁରି ଜବତ ହୋଇଛି ।

ହତ୍ୟାକାଣ୍ଡ ସଂପର୍କରେ ସୂଚନା ପାଇ ଅତିରିକ୍ତ ଏସ୍‌ପି ଶ୍ରୀମନ୍ତ ବାରିକ, ଏସ୍‌ଡିପିଓ ତୋଫାନ ବାଗ ଙ୍କ ସହ ବରିଷ୍ଠ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିବା ସହ ସିସିଟିଭି ଯାଞ୍ଚ କରିଥିଲେ। ପୋଲିସ କହିଛି ଯେ ହୀନାଙ୍କ ମରଶରୀର ଓ ପାରିପାର୍ଶ୍ବକ ସ୍ଥିତି ଦେଖିଲେ ଜଣାପଡ଼ୁଛି ଯେ ତାଙ୍କୁ ପ୍ରଥମେ ଛୁରି ଭୁସା ଯାଇଥିଲା | ସେଥିରେ ମୃତ୍ୟୁ ନ ହେବାରୁ ପଥରରେ ଛେଚି ହତ୍ୟା କରାଯାଇଛି। ହତ୍ୟାକାଣ୍ଡର କିଛି ସମୟ ପରେ ଅଭିଯୁକ୍ତ ସ୍ବାମୀ ସମ୍‌ସାଦ୍ ଟାଉନ ଥାନାକୁ ଯାଇ ଆତ୍ମସମର୍ପଣ କରିଥିବାବେଳେ ପୁଲିସ ତାକୁ ଅଟକ ରଖି ପଚରାଉଚୁରା ଜାରି ରଖିଛି l

ତେବେ ଏଭଳି ହତ୍ୟାକାଣ୍ଡ ପରେ ଲୋକଙ୍କ ଭିତରେ ଅସନ୍ତୋଷ ଦେଖିବାକୁ ମିଳିଛି l ସହରରେ ଦିନକୁ ଦିନ ଆଇନ ଶୃଙ୍ଖଳା ସ୍ଥିତି ଭୁଶୁଡିବାରେ ଲାଗିଛି। ଗତ ସପ୍ତାହରେ ବୁର୍ଲାରେ ଦିବାଲୋକରେ ଜଣଙ୍କୁ ପଏଣ୍ଟ୍ ବ୍ଲାଙ୍କରୁ ଗୁଳି କରି ହତ୍ୟା କରିବା ଘଟଣା ଲୋକଙ୍କ ମନରୁ ଲିଭି ନଥିବା ବେଳେ ଆଜି ସମ୍ବଲପୁର ସହରର କେନ୍ଦ୍ରସ୍ଥଳ ସେନ୍ ପାର୍କ୍ ନିକଟରେ ପତ୍ନୀଙ୍କୁ ଛୁରୀରେ ଆକ୍ରମଣ କରିବା ସହ ପଥରରେ ଛେଚି ବୀଭତ୍ସ ହତ୍ୟା ଘଟଣା ଲୋକଙ୍କୁ ଚିନ୍ତାରେ ପକେଇଛି l

  • Related Posts

    ରାଜ୍ୟପାଳ- ମୁଖ୍ୟମନ୍ତ୍ରୀ ସାକ୍ଷାତ

    ଭୁବନେଶ୍ୱର: ରାଜ୍ୟପାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଛାତ୍ର ସଂସଦ ନିର୍ବାଚନ ବେଳେ ରାଜ୍ୟପାଳଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରାୟ ଅଧଘଣ୍ଟାରୁ ଅଧିକ ସମୟ ଧରି ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି । ନିକଟରେ ଦିଲ୍ଲୀରେ…

    Continue reading
    ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର : ଆଜି ପୂଜ୍ୟ ପ୍ରଣାମ ପୁଣ୍ୟାତ୍ମା, ଲୋକସେବକ ମଣ୍ଡଳର ଉପସଭାପତି ତଥା ‘ସମାଜ’ ପ୍ରତିଷ୍ଠାତା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୯ ତମ ଜୟନ୍ତୀ। ଏହି ଅବସରରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ