ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ‘ସାମର୍ଥ୍ୟ ୨୦୨୬’: ପୁରସ୍କୃତ ହେଲେ ଶ୍ରେଷ୍ଠ ସିନେମା ଓ କଳାକାର

ଭୁବନେଶ୍ୱର:ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ଆଜି ଭୁବନେଶ୍ୱରସ୍ଥିତ MMIT ଅଡିଟୋରିୟମରେ ଜାତୀୟ ସ୍ତରୀୟ କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବ ‘ସାମର୍ଥ୍ୟ ୨୦୨୬’ ସଫଳତାର ସହ ଆୟୋଜିତ ହୋଇଯାଇଛି। ସିନେମା ମାଧ୍ୟମରେ ଦିବ୍ୟାଙ୍ଗଜନଙ୍କ ପ୍ରତିଭା, ଇଚ୍ଛାଶକ୍ତି ଓ ଅସାଧାରଣ ସଫଳତାକୁ ସମ୍ମାନ ଜଣାଇବା ପାଇଁ ଏହି ଉତ୍ସବରେ ଚଳଚ୍ଚିତ୍ର ନିର୍ମାତା, ଅଧିକାରୀ, କଳାକାର ଓ ସାମାଜିକ କାର୍ଯ୍ୟକର୍ତ୍ତାମାନେ ଏକାଠି ହୋଇଥିଲେ।
ପୂର୍ବ ବର୍ଷଗୁଡ଼ିକରେ କେବଳ ଦିବ୍ୟାଙ୍ଗତା ବିଷୟରେ ସଚେତନତା ସୃଷ୍ଟି କରାଯାଉଥିବା ବେଳେ, ଏଥର ‘ସାମର୍ଥ୍ୟ ୨୦୨୬’ରେ ଦିବ୍ୟାଙ୍ଗଜନଙ୍କ ସଫଳତା, ଆତ୍ମବିଶ୍ୱାସ ଓ ସମାଜ ପ୍ରତି ସେମାନଙ୍କର ସକାରାତ୍ମକ ଯୋଗଦାନ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଥିଲା। ପ୍ରତିକୂଳ ପରିସ୍ଥିତିକୁ ଏଡ଼ାଇ ଆଗକୁ ବଢ଼ିବାର କାହାଣୀଗୁଡ଼ିକୁ ପ୍ରଦର୍ଶିତ କରି ସମାଜର ପୁରୁଣା ମାନସିକତାକୁ ବଦଳାଇବା ଏବଂ ଦିବ୍ୟାଙ୍ଗତା ପଛରେ ଥିବା ପ୍ରକୃତ ସାମର୍ଥ୍ୟକୁ ଚିହ୍ନିବା ପାଇଁ ଏହି ମହୋତ୍ସବ ପ୍ରୟାସ କରିଛି।
ଏହି ମହୋତ୍ସବ ପାଇଁ ସାରା ଦେଶରୁ ଅଭୂତପୂର୍ବ ପ୍ରତିକ୍ରିୟା ମିଳିଥିଲା ଏବଂ ମୋଟ ୬୨ଟି ସିନେମା ଆସିଥିଲା, ଯେଉଁଥିରେ ୨୦ଟି ଜାତୀୟ ସ୍ତରର ଓ ୪୨ଟି ଆଞ୍ଚଳିକ ଭାଷାର ଚଳଚ୍ଚିତ୍ର ଅନ୍ତର୍ଭୁକ୍ତ ଥିଲା। ‘RR ଇଭେଣ୍ଟସ ଆଣ୍ଡ ସିନେ ପ୍ରୋଡକ୍ସନ’ ଦ୍ୱାରା ଦୁଇଟି ପର୍ଯ୍ୟାୟର ଯାଞ୍ଚ ପରେ ୩୮ଟି ଚଳଚ୍ଚିତ୍ର ଚୂଡ଼ାନ୍ତ ପ୍ରଦର୍ଶନ ପାଇଁ ନିର୍ବାଚିତ ହୋଇଥିଲା। ବାର୍ତ୍ତାକୁ ସପୃକ୍ତ ଓ ପ୍ରଭାବଶାଳୀ ରଖିବା ପାଇଁ ପ୍ରତ୍ୟେକ ଚଳଚ୍ଚିତ୍ରର ସମୟସୀମା ସର୍ବାଧିକ ୫ ମିନିଟ୍ ରଖାଯାଇଥିଲା। ଏହାସହ ଦୃଷ୍ଟିହୀନ ଓ ବାଧିର ଦର୍ଶକଙ୍କ ସୁବିଧା ପାଇଁ ସିନେମାଗୁଡ଼ିକରେ ‘ଅଡିଓ ଡିସ୍କ୍ରିପସନ୍’ ଏବଂ ‘ସାଙ୍କେତିକ ଭାଷା’ର ବ୍ୟବସ୍ଥା କରାଯାଇଥିଲା।
ଶ୍ରୀଯୁକ୍ତ ଯୁଗଳ ଦେବତାଙ୍କ ଅଧ୍ୟକ୍ଷତାରେ ଗଠିତ ଜୁରୀ କମିଟିରେ ଶ୍ରୀମତୀ ତ୍ରିପୁରା ମିଶ୍ର ଏବଂ ସିନେମାରେ ସମାନ ଅଧିକାର ପାଇଁ କାର୍ଯ୍ୟ କରୁଥିବା ଶ୍ରୀଯୁକ୍ତ ଜିତେନ୍ଦ୍ର ବିଶ୍ୱାଳ ପ୍ରମୁଖ ବିଚାରକ ଭାବେ ଦାୟିତ୍ୱ ତୁଲାଇ ଚୂଡ଼ାନ୍ତ ବିଜେତାମାନଙ୍କୁ ଚୟନ କରିଥିଲେ।
ଜାତୀୟ ବିଭାଗରେ Tune of Life ଏବଂ Medal ଯୌଥ ଭାବେ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ। ଏହାସହ Tune of Life ଶ୍ରେଷ୍ଠ ନିର୍ଦ୍ଦେଶକ, ଶ୍ରେଷ୍ଠ ଅଭିନେତା (ସାହୁ ଜୟସିଂହରାଓ ସାବେକର) ଓ ଶ୍ରେଷ୍ଠ ପ୍ରପ୍ ବ୍ୟବହାର ପୁରସ୍କାର ହାସଲ କରିଥିଲା। A Little Big Dream କୁ ପ୍ୟାନେଲ୍ ଏକ୍ସପର୍ଟ କମିଟି ପକ୍ଷରୁ ଶ୍ରେଷ୍ଠ ସିନେମା ଓ ଶ୍ରେଷ୍ଠ ଚିତ୍ରଗ୍ରହଣ ପୁରସ୍କାର ମିଳିଥିବା ବେଳେ Plea ଚଳଚ୍ଚିତ୍ର ଶ୍ରେଷ୍ଠ କାହାଣୀ/ସ୍କ୍ରିନ୍-ପ୍ଲେ’ ଏବଂ ଶ୍ରେଷ୍ଠ ଅଭିନେତ୍ରୀ (ଆତ୍ରେୟୀ ବାନାର୍ଜୀ) ପୁରସ୍କାର ଜିତିଥିଲା।
ଓଡ଼ିଆ ବିଭାଗରେ ଅନ୍ତର୍ଦୃଷ୍ଟି ଏବଂ ଲିକ୍ (Leak) ଯୌଥ ଭାବେ ଶ୍ରେଷ୍ଠ ଚଳଚ୍ଚିତ୍ର ସମ୍ମାନ ପାଇଥିଲେ। ଲିକ୍ ଚଳଚ୍ଚିତ୍ରଟି ଶ୍ରେଷ୍ଠ ନିର୍ଦ୍ଦେଶକ, ଶ୍ରେଷ୍ଠ ଚିତ୍ରଗ୍ରହଣ ସହ ଶ୍ରେଷ୍ଠ ଅଭିନେତା (ବିକ୍ରମ କେଶରୀ ମହାନ୍ତି) ଓ ଶ୍ରେଷ୍ଠ ଅଭିନେତ୍ରୀ (ଦୀପିକା ତ୍ରିପାଠୀ) ପୁରସ୍କାର ହାସଲ କରିଥିଲା। ଏହାବାଦ ଅନ୍ତଃସ୍ୱର କୁ ସଚେତନତା ପାଇଁ ସ୍ୱତନ୍ତ୍ର ପୁରସ୍କାର ଏବଂ ଚନ୍ଦ୍ରାରୋହଣ ଓ ଦି ହ୍ୱିଲ୍ କୁ ପ୍ୟାନେଲ୍ ଏକ୍ସପର୍ଟ କମିଟି ଦ୍ୱାରା ସମ୍ମାନିତ କରାଯାଇଥିଲା।
ଏହି ସମାରୋହରେ ଭୁବନେଶ୍ୱର ମେୟର ଶ୍ରୀମତୀ ସୁଲୋଚନା ଦାସ, SSEPD ବିଭାଗର ସ୍ୱତନ୍ତ୍ର ସଚିବ ଶ୍ରୀମତୀ ରଜନୀ ଜାନୀ, ଓଡ଼ିଶା ଭିନ୍ନକ୍ଷମ ଆୟୋଗର କମିଶନର ଶ୍ରୀମତୀ ବ୍ରତତୀ ହରିଚନ୍ଦନ ଏବଂ ବିଭାଗୀୟ ଆର୍ଥିକ ସଲାହାକାର ଶ୍ରୀମତୀ ଜୟଶ୍ରୀ ତ୍ରିପାଠୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଏହା ସହିତ କାର୍ଯ୍ୟକ୍ରମର ବ୍ରାଣ୍ଡ ଆମ୍ବାସାଡର ଅଭିନେତ୍ରୀ ଶୀତଲ ପାତ୍ର, SSEPD ବିଭାଗର ବରିଷ୍ଠ ଅଧିକାରୀ ମାନଙ୍କ ସହିତ ବିଭିନ୍ନ ଶିକ୍ଷାନୁଷ୍ଠାନଗୁଡି଼କ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ ଭାବରେ ସମାପ୍ତ କରି ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ।

  • Related Posts

    ରାଜ୍ୟପାଳ- ମୁଖ୍ୟମନ୍ତ୍ରୀ ସାକ୍ଷାତ

    ଭୁବନେଶ୍ୱର: ରାଜ୍ୟପାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଛାତ୍ର ସଂସଦ ନିର୍ବାଚନ ବେଳେ ରାଜ୍ୟପାଳଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରାୟ ଅଧଘଣ୍ଟାରୁ ଅଧିକ ସମୟ ଧରି ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି । ନିକଟରେ ଦିଲ୍ଲୀରେ…

    Continue reading
    ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର : ଆଜି ପୂଜ୍ୟ ପ୍ରଣାମ ପୁଣ୍ୟାତ୍ମା, ଲୋକସେବକ ମଣ୍ଡଳର ଉପସଭାପତି ତଥା ‘ସମାଜ’ ପ୍ରତିଷ୍ଠାତା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୯ ତମ ଜୟନ୍ତୀ। ଏହି ଅବସରରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ