ବ୍ୟାଙ୍କ ଧର୍ମଘଟରେ ୧୦ ହଜାର କୋଟି ଟଙ୍କାର କାରବାର ଠପ୍

ଭୁବନେଶ୍ୱର ; ୟୁନାଇଟେଡ଼୍ ଫୋରମ୍ ଅଫ୍ ବ୍ୟାଙ୍କ୍ ୟୁନିୟନ୍ସ (ୟୁଏଫ୍‌ବିୟୁ)ର ଆହ୍ୱାନ କ୍ରମେ ଶୁକ୍ରବାର ସର୍ବଭାରତୀୟ ବ୍ୟାଙ୍କ ଧର୍ମଘଟ ସଫଳ ହୋଇଛି । ଦେଶର ୮ ଲକ୍ଷରୁ ଊଦ୍ଧ୍ୱର୍ ଅଧିକାରୀ ଓ କର୍ମଚାରୀ ଏଥିରେ ସାମିଲ ହୋଇଥିଲେ । ଓଡ଼ିଶାରୁ ପ୍ରାୟ ୭୦ ହଜାର ବ୍ୟାଙ୍କ ଅଧିକାରୀ ଓ କର୍ମଚାରୀ ଯୋଗ ଦେଇଥିଲେ । କାଁ ଭାଁ କେତେକ ବେସରକାରୀ ବ୍ୟାଙ୍କ ଶାଖାକୁ ଛାଡ଼ିଦେଲେ ଏସ୍ବିଆଇ ସହିତ ସମସ୍ତ ସରକାରୀ ବ୍ୟାଙ୍କ ଶାଖା ବନ୍ଦ ରହିଥିଲା । ଚେକ୍ କ୍ଲିୟରାନ୍ସ, ଟଙ୍କା ଜମା ଏବଂ ଉଠାଣ ସହ ନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସେବା ପ୍ରଭାବିତ ହୋଇଛି । ତେବେ ଦିନିକିଆ ଧର୍ମଘଟ ଯୋଗୁ ରାଜ୍ୟରେ ପ୍ରାୟ ୧୦,୦୦୦ କୋଟିର ବ୍ୟାଙ୍କିଙ୍ଗ୍ କାରବାର ବ୍ୟାହତ ହୋଇଥିବା ୟୁଏଫ୍ବିୟୁ ଆବାହକ ଚିତ୍ତରଞ୍ଜନ ପଣ୍ଡା ପ୍ରକାଶ କରିଛନ୍ତି ।
ଏହି ଧର୍ମଘଟକୁ ମିଶାଇଲେ ଓଡ଼ିଶାରେ ଲଗାତର ୫ ଦିନ ବ୍ୟାଙ୍କ ସେବା ବନ୍ଦ ରହୁଛି । ନିରବଚ୍ଛିନ୍ନ ସେବା ପାଇଁ ବିକଳ୍ପ ଚ୍ୟାନେଲ ଯେପରି ଏଟିଏମ୍, ମୋବାଇଲ ବ୍ୟାଙ୍କିଙ୍ଗ, ଇଣ୍ଟର୍ନେଟ ବ୍ୟାଙ୍କିଙ୍ଗ୍ ଆଦିର ବ୍ୟବହାର କରିବାକୁ ଗ୍ରାହକଙ୍କୁ ପରାମର୍ଶ ଦେଇଛନ୍ତି ବ୍ୟାଙ୍କ । ୫ ଦିନ କାର୍ଯ୍ୟ ସପ୍ତାହ କାର୍ଯ୍ୟାନ୍ୱୟନରେ ବିଳମ୍ବ, ପ୍ରଦର୍ଶନ-ସଂଯୁକ୍ତ ପ୍ରୋତ୍ସାହନ(ପିଏଲ୍ଆଇ) ସ୍କିମ୍କୁ ନେଇ ଅସଂଗତି ଏବଂ ପେନ୍ସନ ପ୍ରସଙ୍ଗ ସହ ଅନ୍ୟାନ୍ୟ ପିଛିଲା ଦାବିକୁ ନେଇ ଏହି ଧର୍ମଘଟ ହୋଇଛି । କେନ୍ଦ୍ର ସରକାର ଏହି ଦାବି ଉପରେ ଟାଳଟୁଳ ନୀତି ଆପଣାଇଛନ୍ତି । ଦାବି ତୁରନ୍ତ ପୂରଣ ନ ହେଲେ ଚଳିତ ମାସ ୨୮, ୨୯ ଏବଂ ୩୦ ତାରିଖରେ ପୁଣି ୩ ଦିନ ଧର୍ମଘଟ କରାଯିବ । ଏହା ପରେ ବି ଯଦି ଦାବି ପୂରଣ ନ ହୁଏ ତେବେ ଅକ୍ଟୋବର ୨୬ରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟ ଚାଲିବ ବୋଲି ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି ।

ଶୁକ୍ରବାର ବିଭିନ୍ନ ବ୍ୟାଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୟୁଏଫ୍‌ବିୟୁ ତରଫରୁ ଚିତ୍ତରଞ୍ଜନ ପଣ୍ଡା, ଅମିତାଭ ଦାସ, ବୈଲୋଚନ ସାହୁ, ପି. କେ. ମହାନ୍ତି, ସୌମେନ୍ଦ୍ର ସାହୁ, ଗୌରୀଶଙ୍କର, କମଲଜିତ ମହାପାତ୍ର, ସଞ୍ଜୀବ ପତି, ଜଗଦୀଶ ଜେନା ଏବଂ ଓଁକାର ମହାନ୍ତି ପ୍ରମୁଖ ପ୍ରତିବାଦ ସଭାକୁ ଉଦ୍ବୋଧନ ଦେଇଥିଲେ । ଧର୍ମଘଟର ସଫଳତା ପାଇଁ ଏସ୍ବିଆଇ ପେନ୍ସନର ଆସୋସିଏସନ ସଭାପତି ଗଣେଶ ଚନ୍ଦ୍ର ମିଶ୍ର ଏବଂ ଏଆଇବିଓସିର ପୂର୍ବତନ ସଭାପତି ଦାମୋଦର ନନ୍ଦ ସମସ୍ତ କର୍ମଚାରୀଙ୍କୁ ଧନ୍ୟବାଦ ଦେଇଛନ୍ତି ।

  • Related Posts

    ଆଶୁତୋଷ ଦୀକ୍ଷିତ ବାୟୁସେନା ମୁଖ୍ୟ ନିଯୁକ୍ତ

    ନୂଆଦିଲ୍ଲୀ: ଏୟାର ମାର୍ଶାଲ ଆଶୁତୋଷ ଦୀକ୍ଷିତଙ୍କୁ କେନ୍ଦ୍ର ସରକାର ନୂଆ ବାୟୁସେନା ମୁଖ୍ୟ (୨୯ତମ) ନିଯୁକ୍ତ କରିଛନ୍ତି। ସେ ଏବେ ବାୟୁସେନା ଉପମୁଖ୍ୟ ଭାବେ କାର୍ଯ୍ୟରତ। ସେ ଆସନ୍ତା ୩୧ ତାରିଖରୁ ଦାୟିତ୍ବ ଗ୍ରହଣ କରିବେ। ସେ ଏବେକାର ବାୟୁସେନା ମୁଖ୍ୟ…

    Continue reading
    ଫ୍ରାନ୍‌ସିସ ହାଲ୍‌ଜେନଙ୍କୁ ଫିଜିକ୍ସରେ ନୋବଲ୍ ପୁରସ୍କାର

    ଚଳିତ ବର୍ଷ ପାଇଁ ଫିଜିକ୍ସରେ ନୋବଲ୍ ପୁରସ୍କାର ବିଶିଷ୍ଟ ପଦାର୍ଥ ବିଜ୍ଞାନୀ ଫାନ୍ସିସ ହାଲ୍‌ଜେନଙ୍କୁ ପ୍ରଦାନ କରାଯିବ । ଆଇସ କ୍ୟୁବ୍ ନ୍ୟୁଟ୍ରିନୋ ଅବଜରଭେଟୋରିରେ ତାଙ୍କ ଗବେଷଣା ପାଇଁ ଏହି ପଦାର୍ଥ ବିଜ୍ଞାନୀଙ୍କୁ ଚିଳିତ ବର୍ଷର ନୋବଲ୍ ପୁରସ୍କାର ପ୍ରଦାନ କରାଯିବ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ