ଅଲ ଓଡିଶା ଗୋପାଳ (ଯାଦବ )ମହାସଂଘର ସାଙ୍ଗଠନିକ ବୈଠକ

ବିରିଡି : ଅଲ ଓଡିଶା ଗୋପାଳ (ଯାଦବ )ମହାସଂଘର ସାଙ୍ଗଠନିକ ବୈଠକ, ବିରିଡି ବ୍ଲକ ଶିବପୁର ପଞ୍ଚାୟତ ଏବଂ ରଘୁନାଥପୁର ବ୍ଲକ ତରିକୁନ୍ଦ ପଞ୍ଚାୟତକୁ ନେଇ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକକୁ ରାଜ୍ୟ ସଭାପତି କାଳୁନାରାୟଣ ବେହେରା ପରିଚାଳନା କରିଥିଲାବେଳେ, ଶିବପୁର ପଞ୍ଚାୟତ ସଭାପତି କିଶୋର ବେହେରା ଅଦକ୍ଷତା କରିଥିଲେ । ଉପସ୍ଥିତ ରାଜ୍ୟ ବରିଷ୍ଠ ସଦସ୍ୟ, ପରାମର୍ଶ ଦାତା ରାଧାକୃଷ୍ଣ ବେହେରା, ସୁକାନ୍ତ ବେହେରା, ଶଙ୍କର ବେହେରା, ଭବେଶ ଗୁରୁ, ସ୍ମୃତି ଦାସ, ଧୀରେନ୍ଦ୍ର ଦାସ, ବିରିଡି ବ୍ଲକ ସଭାପତି ପିତାମ୍ବର ବେହେରା, ରବୀନ୍ଦ୍ର ବେହେରା, ପ୍ରଭାତ ବେହେରା ପ୍ରମୁଖ ଉପସ୍ଥିତ ରହି ସଭା ମଣ୍ଡନ କରିଥିଲାବେଳେ, ଉକ୍ତ ବୈଠକରେ ରାଜ୍ୟସଭାପତି ସଂଘର ଉର୍ନତି, ଭାଇଚାରା, ସାଂସ୍କୃତିକ ବିକାଶ ସମ୍ବଧୀୟ ଆଲୋଚନା କରିଥିଲେ । ଖାଦ୍ୟ ସୁରକ୍ଷା ବିଭାଗର ଛେନା, ପନିର,ଅପମିଶ୍ରଣ ଜନିତ ଚଢ଼ାଉଫଳରେ , ପ୍ରକୃତ ଦୁଗ୍ଧଚାଷି କିପରି ହଇରାଣ ହଉଛନ୍ତି ଏବଂ ତାଙ୍କ ପରିବାର ଉପରେ ପଡୁଥିବା ପ୍ରଭାବ, ଆଜି ପରିବାର ପ୍ରତିପୋଷଣ ରେ କିଭଳି ହଇରାଣ ହଉଛନ୍ତି ଏଥିପ୍ରତି ଖୋବ ପ୍ରକାଶ କରିଥିଲେ । ଖାଦ୍ୟସୂରକ୍ଷା ବିଭାଗକୁ କଡା ଚେତାବନୀ ଦେଇଛନ୍ତି, ଅସାଧୁ ବ୍ୟବସାଇଙ୍କୁ ଧରନ୍ତୁ, ଆଉ ବଡ ବଡ କମ୍ପାନୀକୁ ଅନୁକମ୍ପା ନଦେଖେଇ ତାଙ୍କୁବି ଯାଞ୍ଚ କରାଯାଉ । ଉକ୍ତ ବୈଠକ ଯେଉଁଭାଇମାନଙ୍କ ପାଇଁ ସାକାରରୂପ ନେଇଛି ଏବଂ ବିରିଡି, ରଘୁନାଥପୁର ଅଞ୍ଚଳରେ ଭାଇଚାରା ଗଢିଉଠିଛି । ସେମାନେ ହେଲେ, ଜିଲ୍ଲା ଯୁବ ସଭାପତି ଦୁଷ୍ମନ୍ତ ବେହେରା, ପ୍ରଶାନ୍ତ ବେହେରା, ସୋମନାଥ, ବିଭୁତି, ଅଜୁଆ, ପ୍ରଭାକର, ସମୀର, ସନ୍ତୋଷ, ଘନଶ୍ୟାମ, ନିରଞ୍ଜନ, ଅଜିତ, ମନୋଜ, ସଜିତ, ବିଜୟ ସମସ୍ତ ବେହେରା ଭାଇଙ୍କ ଉପସ୍ଥିତ ଆଉ ପରସ୍ପର ସାହାଯ୍ୟ, ସହଯୋଗ ପାଇଁ ଆଜି ଉକ୍ତ ଅଞ୍ଚଳରେ ଗୋପାଳ ଭାଇମାନଙ୍କ ମଧ୍ୟରେ ଭାଇଚାରା ସୃଷ୍ଟିହୋଇଛି । କିଶୋରଭାଇ ଧନ୍ୟବାଦ ଅର୍ପଣ କରିଥିଲାବେଳେ, ଜିଲ୍ଲା ଯୁବସଭାପତି ଦୁଷ୍ମନ୍ତ ବେହେରା ଭଗବାନ ଶ୍ରୀକୃଷ୍ଣ ଙ୍କ ବନ୍ଦନା ଗାନ କରି ସଭାସଙ୍ଗ କରିଥିଲେ ।

  • Related Posts

    ରାଜ୍ୟପାଳ- ମୁଖ୍ୟମନ୍ତ୍ରୀ ସାକ୍ଷାତ

    ଭୁବନେଶ୍ୱର: ରାଜ୍ୟପାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଛାତ୍ର ସଂସଦ ନିର୍ବାଚନ ବେଳେ ରାଜ୍ୟପାଳଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରାୟ ଅଧଘଣ୍ଟାରୁ ଅଧିକ ସମୟ ଧରି ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି । ନିକଟରେ ଦିଲ୍ଲୀରେ…

    Continue reading
    ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର : ଆଜି ପୂଜ୍ୟ ପ୍ରଣାମ ପୁଣ୍ୟାତ୍ମା, ଲୋକସେବକ ମଣ୍ଡଳର ଉପସଭାପତି ତଥା ‘ସମାଜ’ ପ୍ରତିଷ୍ଠାତା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୯ ତମ ଜୟନ୍ତୀ। ଏହି ଅବସରରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ