ବାରକୋଟ ବ୍ଲକ ବରିଷ୍ଠ ନାଗରିକ ମଞ୍ଚର ବୈଠକ

ଦେବଗଡ଼:ସ୍ଥାନୀୟ ଶିବ ମନ୍ଦିରରେ ଆଜି ବାରକୋଟ ବ୍ଲକ ବରିଷ୍ଠ ନାଗରିକ ମଞ୍ଚର ବୈଠକ ଅନୁଷ୍ଠିତ ହୋଇଯାଇଛି।ମଞ୍ଚର ଉପସଭାପତି ସୂର୍ଯ୍ୟମଣି ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ସରୁଆଳୀ ଓ ଦଣ୍ଡାସିଂହା ଗ୍ରାମରେ ଥିବା ହାଇସ୍କୁଲରେ ଶିକ୍ଷକ ଅଭାବ,ଦେବଗଡ ଥାନାର ୭ଟି ପଂଚାୟତର ବରିଷ୍ଠ ନାଗରିକମାନଙ୍କୁ ପରିଚୟ ପତ୍ର ପ୍ରଦାନ,ଗ୍ରାମାଞ୍ଚଳରେ ନିଃସହାୟ ଲୋକମାନଙ୍କୁ ସାହାଯ୍ୟ,ବ୍ଲକସ୍ତରରେ ଓ ପଂଚାୟତସ୍ତରରେ ବରିଷ୍ଠ ନାଗରିକମାନଙ୍କ ସଦସ୍ୟତା ବୃଦ୍ଧି ପାଇଁ ବୈଠକରେ ଆଲୋଚନା କରାଯାଇଥିଲା। ଏହାସହିତ ୮ଜଣ ସଦସ୍ୟଙ୍କୁ ତିନିଟି ଲେଖାଏଁ ପଂଚାୟତର ସୂଚନା ଦେବା ପାଇଁ ମନୋନୀତ କରାଯାଇଛି। ସମ୍ପାଦକ ପଞ୍ଚାନନ ସାହୁ ପୂର୍ବ ବୈଠକର ପ୍ରସ୍ତାବ ଓ ଆୟ ବ୍ୟୟ ସଂପର୍କରେ ସୂଚନା ଦେଇଥିଲେ ବୈଠକରେ ବାରକୋଟ ବ୍ଲକ ବରିଷ୍ଠ ନାଗରିକ ମଞ୍ଚର ସଭାପତି ପଂଚାନନ ସାହୁ,କୋଷାଧ୍ୟକ୍ଷ ପୌଲସ୍ତୀ ସାହୁ,ଶଙ୍କର୍ଷଣ ସାହୁ, ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ନିଳାଦ୍ରୀ ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ସାହୁ,ଉପଦେଷ୍ଟା ମଣ୍ଡଳୀର ସଦସ୍ୟ ରୁଦ୍ର ନାରାୟଣ ସାହୁ,ନିରଞ୍ଜନ ବେହେରା, ଲକ୍ଷ୍ମୀନାରାୟଣ ଗୁପ୍ତା,ମଦନ ମୋହନ ପ୍ରଧା‌ନ, ଅଶୋକ ନାୟକ, ବିରେନ୍ଦ୍ର ପୃଷ୍ଟି, ଯାତ୍ରାକର ପ୍ରଧାନ, ହରିହର ସାହୁ, କୁଳମଣି ବେହେରା, ରମାକାନ୍ତ ପ୍ରଧାନ, ପରାସର ସାହୁ,ସରୁଆଳୀ ପଂଚାୟତର ବରିଷ୍ଠ ନାଗରିକ ଫୋରମ ସମ୍ପାଦକ ନାରାୟଣ ବିଶ୍ବାଳ, ଦଣ୍ଡାସିଂହା ପଂଚାୟତର ବରିଷ୍ଠ ନାଗରିକ ଫୋରମ ସଭାପତି କ୍ଷୀରସିନ୍ଧୁ ପ୍ରଧାନ, କେଲଡା ପଂଚାୟତର ସଭାପତି ଲଳିତ ମୋହନ ଜେନା, କଣ୍ଡଳ ପଂଚାୟତର ସମ୍ପାଦକ ମହେଶ୍ବର ପ୍ରଧାନ, ବମପରଡା ପଂଚାୟତର ସମ୍ପାଦକ ଡମ୍ବରୁଧର ପ୍ରଧାନ,କାଦୋପଡା ପଂଚାୟତର ସଭାପତି ବୃନ୍ଦାବନ ପ୍ରଧାନ, ଡଂରା ପଂଚାୟତର ସଭାପତି ଡିଲେଶ୍ବର ପ୍ରଧାନ, ସଂପାଦକ ଇନ୍ଦ୍ରମଣି ପ୍ରଧାନ, ସିଂହଶାଳ ପଂଚାୟତର ସଂପାଦକ ରବିଚରଣ ଜେନାଙ୍କ ସମେତ ମଞ୍ଚର ବହୁ ସଦସ୍ୟ ଉପସ୍ଥିତ ଥିଲେ।

  • Related Posts

    ରାଜ୍ୟପାଳ- ମୁଖ୍ୟମନ୍ତ୍ରୀ ସାକ୍ଷାତ

    ଭୁବନେଶ୍ୱର: ରାଜ୍ୟପାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଛାତ୍ର ସଂସଦ ନିର୍ବାଚନ ବେଳେ ରାଜ୍ୟପାଳଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରାୟ ଅଧଘଣ୍ଟାରୁ ଅଧିକ ସମୟ ଧରି ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି । ନିକଟରେ ଦିଲ୍ଲୀରେ…

    Continue reading
    ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର : ଆଜି ପୂଜ୍ୟ ପ୍ରଣାମ ପୁଣ୍ୟାତ୍ମା, ଲୋକସେବକ ମଣ୍ଡଳର ଉପସଭାପତି ତଥା ‘ସମାଜ’ ପ୍ରତିଷ୍ଠାତା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୯ ତମ ଜୟନ୍ତୀ। ଏହି ଅବସରରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ