ବିଧାନସଭାର ମର୍ଯ୍ୟାଦାକୁ ବିଜେଡି ହନନ କରିଛି:ମାନସ ଦତ୍ତ

ବିଧାନସଭାରେ ବିଜେଡିର ଆଚରଣକୁ ନେଇ ବର୍ଷିଛନ୍ତି ବିଜେପି ବିଧାୟକ ମାନସ ଦତ୍ତ । ସେ କହିଛନ୍ତି, ବିଧାନସଭାର ମର୍ଯ୍ୟାଦାକୁ ବିଜେଡି ହନନ କରିଛି । ବିରୋଧୀ ଦଳ ଭାବେ ଯେଉଁ ଭୂମିକା ନିଭାଇବା କଥା, ତାହା ନକରି ପଳାୟନପନ୍ଥୀ ହେଉଛି ବିଜେଡି ବୋଲି ଅଭିଯୋଗ କରିଛନ୍ତି ।

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ନେଇ ବିଜେଡି ଆଲୋଚନା ପାଇଁ ମୋସନ୍‌ ଆଣିଥିବା ଏବଂ ବାଚସ୍ପତି ଏହାକୁ ଗ୍ରହଣ କରିଥିବା କହିଛନ୍ତି ମାନସ । ସରକାର ମଧ୍ୟ ଆଲୋଚନା ପାଇଁ ପ୍ରସ୍ତୁତ ଥିବା ବେଳେ ମୋସନ୍‌ ସମୟକୁ ଅପେକ୍ଷା ନକରି ବିଜେଡି ବିଧାନସଭା ଛାଡ଼ି ରାଜରାସ୍ତାକୁ ଯାଇଥିବା ସେ କହିଛନ୍ତି ।

ଏହା ପଛରେ ଦଳୀୟ ଏଜେଣ୍ଡା ଓ ରାଜନୈତିକ ଉଦ୍ଦେଶ୍ୟ ରହିଥିବା ମାନସ ଦତ୍ତ ଅଭିଯୋଗ କରିଛନ୍ତି । ଆଲୋଚନା ହେଲେ ପୂର୍ବ ସରକାର ସମୟର ଖଣି କାରବାର ଓ ଦୁର୍ନୀତିର ତଥ୍ୟ ସାମ୍ନାକୁ ଆସିବ ବୋଲି ବିଜେଡି ଭୟ କରୁଥିବା ସେ ଦାବି କରିଛନ୍ତି । ତାମିଲ ବାବୁଙ୍କ ଇସାରାରେ ଖଣି ଲୁଟ୍‌ ହେଉଥିଲା ବୋଲି ମଧ୍ୟ ସେ ଅଭିଯୋଗ ଆଣିଛନ୍ତି ।

  • Related Posts

    ବଡ଼ ଖବର: ୧୫ରେ ଛାତ୍ର ସଂସଦ ନିର୍ବାଚନ

    ଭୁବନେଶ୍ୱର: ଦୀର୍ଘ ବର୍ଷର ଅପେକ୍ଷାର ଅନ୍ତଃ ହୋଇଛି । ଆସନ୍ତା ୧୫ ତାରିଖ ଦିନ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି । ଏନେଇ ସୋମବାର ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ…

    Continue reading
    ପଞ୍ଚାୟତ ନିର୍ବାଚନ: ତିନି ଦଳର ଜୋରଦାର୍‌ କସରତ

    ଭୁବନେଶ୍ୱର,: ଆଗକୁ ଆସୁଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଏ ନେଇ ବିଧିବଦ୍ଧ ଭାବେ ତାରିଖ ଘୋଷଣା ହୋଇନଥିଲେ ମଧ୍ୟ ସବୁ ରାଜ୍ୟ ରାଜନୀତି ବେଶ୍‌ ସରଗରମ ହୋଇପଡ଼ିଛି । ପଞ୍ଚାୟତ ନିର୍ବାଚନରେ ବାଜିମାତ୍‌ କରିବାକୁ ଶାସକ ବିଜେପିଠୁ ଆରମ୍ଭ କରି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ