ଗୁଣିଗାରେଡ଼ି ଆଳରେ ଦୁଷ୍କର୍ମ, ଗୁଣିଆ ଗିରଫ

ରାଇରଙ୍ଗପୁର: ବିବାହର କିଛି ଦିନ ପରେ ନବବିବାହିତାଙ୍କୁ ଶାଶୁଘରେ ନିର୍ଯାତନା ଦିଆଯାଉଥିଲା । ପରିବାରରେ ଅଶାନ୍ତି ଲାଗି ରହିଥିଲା । ଅଶାନ୍ତି ଦୂର କରିବା ପାଇଁ ଗୁଣିଆ ପାଖରେ ଆଶ୍ରୟ ନେଇଥିଲେ ମହିଳା । ଗୁଣିଗାରେଡ଼ି ଦ୍ଵାରା ସମସ୍ତ ସମସ୍ୟାର ସମାଧାନ ହୋଇପାରିବ ବୋଲି ଅନ୍ଧବିଶ୍ବାସ ରହିଥିଲା । ମାତ୍ର ଗୁଣିଗାରେଡ଼ି ଆଳରେ ଗୁଣିଆ ଜଣଙ୍କ ମହିଳାଙ୍କୁ ନିଜ ଘରେ ୩ ଦିନ ରଖି ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ପୀଡ଼ିତା । ମୟୂରଭଞ୍ଜ ଜିଲ୍ଲାର ବିଶୋଇ ଥାନା ଅଞ୍ଚଳରୁ ଏଭଳି ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଏନେଇ ବିଶୋଇ ଥାନାରେ ଏକ ଦୁଷ୍କର୍ମ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ଘଟଣାର ତଦନ୍ତ କରୁଛି ।୩୦ ବର୍ଷିଆ ପୀଡିତାଙ୍କ ଅଭିଯୋଗ ଅନୁଯାୟୀ, ମହିଳା ଜଣଙ୍କ କେନ୍ଦୁଝର ଜିଲ୍ଲାର ଜୋଡା ଅଞ୍ଚଳର ବାସିନ୍ଦା । ବାପା ମାଆଙ୍କୁ ହରାଇ ସେ ଗୋରୁମହିଷାଣୀରେ ସାଙ୍ଗଙ୍କ ସହିତ ରହୁଥିଲେ । ଚଳିତ ବର୍ଷ ସେପ୍ଟେମ୍ବର ମାସରେ ବିଶୋଇ ଥାନା ଅଞ୍ଚଳର ଜଣେ ଯୁବକଙ୍କୁ ପ୍ରେମ ବିବାହ କରିଥିଲେ । ଯୁବକଙ୍କର ମଧ୍ୟ ନିଜ ମାଆ ନ ଥିବାରୁ ତାଙ୍କ ସାନ ମାଆ, ବାପାଙ୍କ ସହିତ ଗ୍ରାମରେ ରହୁଥିଲେ । ବିବାହର କିଛି ଦିନ ପରେ ଶାଶୁଘରେ ମହିଳାଙ୍କୁ ନିର୍ଯାତନା ଆରମ୍ଭ ହୋଇଯାଇଥିଲା । କିଛି ଦିନ ଜ୍ବର ଲାଗି ରହିବା ସହିତ ସାନ ମାଆଙ୍କ ନିର୍ଯାତନା ଅସହ୍ୟ ହୋଇ ପଡ଼ୁଥିଲା । ସେପଟେ ଏସବୁ ନେଇ ସ୍ୱାମୀଙ୍କ ସହିତ ତିକ୍ତତା ସୃଷ୍ଟି ହୋଇଥିଲା ।ସ୍ବାମୀ ସହିତ ସୁସମ୍ପର୍କ ଚାହୁଁଥିବା ଓ ପାରିବାରିକ ନିର୍ଯାତନା ଯୋଗୁଁ ଭାଙ୍ଗି ପଡ଼ି ଅଧିକାଂଶ ସମୟ ସ୍ବାସ୍ଥ୍ୟ ଖରାପ ରହୁଥିବାରୁ କୌଣସି ଉପାୟ ନ ପାଇ ଶେଷରେ ଜଣେ ଗୁଣିଆକୁ ମହିଳା ଜଣଙ୍କ ବିଶ୍ବାସ କରିନେଇଥିଲେ । ଗୁଣିଗାରେଡ଼ି ଦ୍ଵାରା ପୁଣି ଥରେ ସ୍ବାମୀଙ୍କ ସହିତ ସୁସମ୍ପର୍କ ସ୍ଥାପନ, ସ୍ବାସ୍ଥ୍ୟ ଠିକ୍ ରହିବା ଓ ପାରିବାରିକ ନିର୍ଯାତନା ବନ୍ଦ ହୋଇଯିବ ବୋଲି ଗୁଣିଆ ଜଣକ କହିଥିଲା । ଏଥିରେ ବିଶ୍ବାସ କରି ଗତ ଗୁରୁବାର ଦିନ ବିଶୋଇ ଥାନା ଅନ୍ତର୍ଗତ ମଧୁପୁର ଗ୍ରାମ ପୁକ୍ରିପୁଟ ଡ଼୍ୟାମ ଛକ ସ୍ଥିତ ଗୁଣିଆ କାମ କରୁଥିବା ଲକ୍ଷ୍ମଣ ଲୋହାରଙ୍କ ଘରକୁ ମହିଳା ଜଣଙ୍କ ଯାଇଥିଲେ ।
ଲକ୍ଷ୍ମଣ ଲୋହାର ତନ୍ତ୍ରମନ୍ତ୍ର ଓ ପୂଜାର୍ଚ୍ଚନା ମାଧ୍ୟମରେ ସମସ୍ତ ସମସ୍ୟାର ସମାଧାନ କରିଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲା । ମହିଳାଙ୍କ ବିଶ୍ବାସର ଫାଇଦା ଉଠାଇ ଜୋର ଜବରଦସ୍ତ ତିନି ଦିନ ଧରି ଗୁଣିଆ ଜଣକ ମହିଳାଙ୍କ ସହିତ ଦୁଷ୍କର୍ମ କରିଥିଲା । ଅସୁସ୍ଥ ହୋଇ ପଡିବାରୁ ଶେଷରେ ମହିଳା ଜଣକ ସୋମବାର ଦିନ ୧୦୮ ଆମ୍ବୁଲାନ୍ସ ଡାକି ରାଇରଙ୍ଗପୁର ମେଡିକାଲ ଆସି ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ତାଙ୍କ ସହିତ ଘଟିଥିବା ଘଟଣା ବିଷୟରେ ହସ୍ପିଟାଲରେ ମଧ୍ୟ କହିଥିଲେ । ଘଟଣା ସମ୍ପର୍କରେ ଖବର ପାଇ ମଙ୍ଗଳବାର ଦିନ ବିଶୋଇ ଥାନା ପୋଲିସ ମଧ୍ୟ ରାଇରଙ୍ଗପୁର ହସ୍ପିଟାଲରେ ପହଞ୍ଚିଥିଲେ ।

ଉକ୍ତ ଘଟଣା ସମ୍ପର୍କରେ ବିଶୋଇ ଥାନା ଅଧିକାରିଣୀ ସୁବର୍ଣ୍ଣା ବେହେରା କହିଛନ୍ତି, “ରାଇରଙ୍ଗପୁର ହସ୍ପିଟାଲରେ ପୀଡ଼ିତା ଜଣକ ଚିକିତ୍ସା ପାଇଁ ଭର୍ତ୍ତି ହେବା ପରେ ଏ ଘଟଣା ସମ୍ପର୍କରେ ଖବର ପାଇଥିଲୁ । ଗତକାଲି ମଙ୍ଗଳବାର ଦିନ ମେଡିକାଲ ପହଞ୍ଚି ପୀଡ଼ିତାଙ୍କ ଡାକ୍ତରୀ ପରୀକ୍ଷା କରାଯିବା ସହ ତାଙ୍କ ବୟାନ ରେକର୍ଡ କରାଯାଇଛି । ଘଟଣାକୁ ନେଇ ବିଶୋଇ ଥାନାରେ ପୋଲିସ କେସ ନଂ ୨୧୮/୨୬ରେ ଏକ ଦୁଷ୍କର୍ମ ମାମଲା ରୁଜୁ କରାଯାଇଛି । ପରେ ଅଭିଯୁକ୍ତ ଲକ୍ଷ୍ମଣ ଲୋହାରକୁ ଗିରଫ କରି ଥାନାକୁ ଆଣି ପଚରାଉଚରା ଜାରି ରହିଛି । ଘଟଣାର ତଦନ୍ତ ଜାରି ରହିଛି । ତଦନ୍ତ ପ୍ରକ୍ରିୟା ଶେଷ ହେବା ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ।”

  • Related Posts

    ସରକାର ମୁଖ୍ୟ ଭାବେ ୨୫ ବର୍ଷ ପୂରଣ କରିଛନ୍ତି ମୋଦି

    ନୂଆଦିଲ୍ଲୀ: ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ମୁଖ୍ୟ ଭାବେ ୨୫ ବର୍ଷ ପୂରଣ କରିଛନ୍ତି। ୨୦୦୧ ମସିହା ଅକ୍ଟୋବର ୭ରେ ସେ ପ୍ରଥମଥର ପାଇଁ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଏହାପରେ ଦୀର୍ଘ ରାଜନୈତିକ ଯାତ୍ରା ପରେ ୨୦୧୪ରେ…

    Continue reading
    ହାଇକୋର୍ଟ ଗଲେ ବିଦ୍ୟାଭାରତୀ

    କଟକ: ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ ଆବେଦନ କରିଛନ୍ତି। ପୂର୍ବରୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ନମିଳିବା ପରେ ସେ ଏହି ଆବେଦନ କରିଥିବା ଜଣାପଡ଼ିଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ