ଫ୍ରାନ୍‌ସିସ ହାଲ୍‌ଜେନଙ୍କୁ ଫିଜିକ୍ସରେ ନୋବଲ୍ ପୁରସ୍କାର

ଚଳିତ ବର୍ଷ ପାଇଁ ଫିଜିକ୍ସରେ ନୋବଲ୍ ପୁରସ୍କାର ବିଶିଷ୍ଟ ପଦାର୍ଥ ବିଜ୍ଞାନୀ ଫାନ୍ସିସ ହାଲ୍‌ଜେନଙ୍କୁ ପ୍ରଦାନ କରାଯିବ । ଆଇସ କ୍ୟୁବ୍ ନ୍ୟୁଟ୍ରିନୋ ଅବଜରଭେଟୋରିରେ ତାଙ୍କ ଗବେଷଣା ପାଇଁ ଏହି ପଦାର୍ଥ ବିଜ୍ଞାନୀଙ୍କୁ ଚିଳିତ ବର୍ଷର ନୋବଲ୍ ପୁରସ୍କାର ପ୍ରଦାନ କରାଯିବ ବୋଲି ଦ ରୟାଲ ସୁଇସ୍‌୍ ଏକାଠେମୀ ଅଫ ସାଇନ୍ସ ପକ୍ଷରୁ କୁହାଯାଇଛି । ବେଲଜିୟମ-ଆମେରିକା ବୈଜ୍ଞାନିକ ହାଲଜେନ ୱିସ୍‌କନସିନ-ମାଡିସନ ବିଶ୍ୱବିଦ୍ୟାଳୟରେ ପଦାର୍ଥ ବିଜ୍ଞାନ ବିଭାଗର ପ୍ରଫେସର ଅଛନ୍ତି । ଏହା ପୂର୍ବରୁ ସୋମବାର ମେଡିସିନ୍ ପାଇଁ ଚଳିତ ବର୍ଷର ନୋବଲ ପୁରସ୍କାର ଘୋଷଣା କରାଯାଇସାରିଛି । ଆମେରିକା ବୈଜ୍ଞାନିକ କାର୍ଲ ଡେସେରୋଥ୍‌, ଜର୍ମାନୀ ବୈଜ୍ଞାନିକ ପିଟର ହେଗେମ୍ୟାନ୍ ଏବଂ ଜର୍ଜ ନାଗେଲ୍ ଯୁଗ୍ମ ଭାବେ ଏହି ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି । ଡେସେରୋଥ୍ ଷ୍ଟାଣ୍ଡଫୋର୍ଡ ସ୍ଥିତ ହାୱାର୍ଡ ହ୍ୟୁଜେସ ମେଡିକାଲ ଇନଷ୍ଟିଚ୍ୟୁଟରେ ପ୍ରଫେସର ଥିବା ବେଳେ ହେଗେମ୍ୟାନ୍ ବର୍ଲିନ ୟୁନିଭରସିଟିରେ ପ୍ରଫେସର ଅଛନ୍ତି । ସେହିପରି ନାଗେଲ୍ ଜର୍ମାନୀର ୱରଜୁବର୍ଗ ବିଶ୍ୱବିଦ୍ୟାଳୟରେ ପ୍ରଫେସର ଅଛନ୍ତି । ଅପ୍‌ଟୋଜେନେଟିକ୍‌ରେ ଉନ୍ନତ ଗବେଷଣା ପାଇଁ ଏହି ବୈଜ୍ଞାନିକମାନଙ୍କୁ ନୋବଲ ପୁରସ୍କାରରେ ସମ୍ମାନିତ କରାଯିବ ବୋଲି ନୋବଲ୍ କମିଟି ପକ୍ଷରୁ କୁହାଯାଇଛି ।

  • Related Posts

    ଆଶୁତୋଷ ଦୀକ୍ଷିତ ବାୟୁସେନା ମୁଖ୍ୟ ନିଯୁକ୍ତ

    ନୂଆଦିଲ୍ଲୀ: ଏୟାର ମାର୍ଶାଲ ଆଶୁତୋଷ ଦୀକ୍ଷିତଙ୍କୁ କେନ୍ଦ୍ର ସରକାର ନୂଆ ବାୟୁସେନା ମୁଖ୍ୟ (୨୯ତମ) ନିଯୁକ୍ତ କରିଛନ୍ତି। ସେ ଏବେ ବାୟୁସେନା ଉପମୁଖ୍ୟ ଭାବେ କାର୍ଯ୍ୟରତ। ସେ ଆସନ୍ତା ୩୧ ତାରିଖରୁ ଦାୟିତ୍ବ ଗ୍ରହଣ କରିବେ। ସେ ଏବେକାର ବାୟୁସେନା ମୁଖ୍ୟ…

    Continue reading
    25 ବେସିସ୍ ପଏଣ୍ଟ ରେପୋ ରେଟ୍‌ ବୃଦ୍ଧି କଲା RBI

    ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)ର ତିନି ଦିନିଆ MPC ବୈଠକର ଫଳାଫଳ ଘୋଷଣା କରାଯାଇଛି । ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ଏହି ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଘୋଷଣା କରିଛନ୍ତି, ଯାହା ଋଣଗ୍ରହୀତାଙ୍କ ପାଇଁ ଏକ ବଡ଼ ଝଟକା ଦେଇଛି ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ