
ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆସ୍ଥିତ ସୁଧାକିରଣ ମହାବିଦ୍ୟାଳୟ ରେ ଯୁକ୍ତଦୁଇ ଦ୍ୱିତୀୟ ବର୍ଷ ଛାତ୍ରୀଛାତ୍ରଙ୍କ ଅଭିଭାବକଙ୍କୁ ନେଇ ଏକ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତିଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ସମ୍ମିଳନୀରେ ଛାତ୍ରୀଛାତ୍ରଙ୍କ ବିଭିନ୍ନ ସମସ୍ୟା, ପାଠପଢ଼ା ଏବଂ ଆଗାମୀ ପରୀକ୍ଷାରେ ଭଲ ପ୍ରଦର୍ଶନ ପାଇଁ ଆବଶ୍ୟକ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା ହୋଇଥିଲା।ଯୁକ୍ତଦୁଇ ଅଧ୍ୟକ୍ଷ ଡ଼ଃ ଶ୍ୟାମସୁନ୍ଦର ଡଙ୍ଗୁଆ କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଏଥିରେ ଅଧ୍ୟାପକ ଧର୍ମେନ୍ଦ୍ର ଦିଗାଲ, ଆଲୋକ ପରିଚ୍ଛା, ନୀଳାଞ୍ଚଳ ସାହୁ ଏବଂ ଅଧ୍ୟାପିକା ଜ୍ଞାନପ୍ରଭା ଘିଆ ମଞ୍ଚାସୀନ ରହି ଆଲୋଚନାରେ ଭାଗ ନେଇଥିଲେ।ଅଭିଭାବକମାନେ କଲେଜର ପାଠପଢ଼ା ବ୍ୟବସ୍ଥା ନେଇ ସନ୍ତୋଷ ପ୍ରକାଶ କରିବା ସହ ନିଜ ନିଜ ପିଲାଙ୍କ ସୁବିଧା ଓ ଅସୁବିଧା ସମ୍ପର୍କରେ ମତାମତ ରଖିଥିଲେ। ଅଧ୍ୟାପକ ଡ଼ଃ ସନ୍ତୋଷ କୁମାର ନାୟକ ସମ୍ମିଳନୀରେ ଅଭିଭାବକମାନଙ୍କ ସକ୍ରିୟ ଯୋଗଦାନକୁ ସ୍ୱାଗତ କରିବା ସହ ଆଗାମୀ ଦିନରେ ଅଧିକ ସଂଖ୍ୟକ ଅଭିଭାବକ ଯୋଗଦେଇ ନିଜ ମତାମତ ରଖିବାକୁ ଅନୁରୋଧ କରିଥିଲେ।
ରିପୋର୍ଟର ଦୁତି କୃଷ୍ଣ ପଣ୍ଡା








