ଘନେଇଲା ବାତ୍ୟା ଭୟ !

ଭୁବନେଶ୍ୱର; ବର୍ତ୍ତମାନ ରାଜ୍ୟରେ ପାଗ ଶୁଖିଲା ରହିଛି । ଦିନରେ ପ୍ରବଳ ଖରା ହେଉଛି । ରାତିରେ ଗୁଳୁଗୁଳି ଅନୁଭବ ହେଉଛି । କିନ୍ତୁ ଆଗାମୀ କିଛି ଦିନ ମଧ୍ୟରେ ଲଘୁଚାପ ସମ୍ଭବନା ରହିଛି । ଯାହା ବଡ଼ ବର୍ଷା ଆଣିପାରେ । ଚଳିତ ସପ୍ତାହରେ ବଙ୍ଗୋପସାଗରରେ ସିଷ୍ଟମ୍ ଗଠନ ନେଇ ବଡ଼ ସଙ୍କେତ ମିଳିଥିବା ସୂଚନା ଦେଇଚନ୍ତି ପାଣିପାଗ ବିଶାରତ ପ୍ରଫେସ୍ ସୁରେନ୍ଦ୍ରନାଥ ପଶୁପାଳକ । ଅକ୍ଟୋବରରେ ଆମେରିକାର ନାଓ ବା ନ୍ୟାସନାଲ ଓସେନିକ୍ ଆଣ୍ଡ ଆଟମୋସ୍ପିରିକ ଆଡମିନିଷ୍ଟ୍ରେସନ୍ (National Oceanic and Atmospheric Administration) ୧୪–୨୦ ଅକ୍ଟୋବର ମଧ୍ୟରେ ଉତ୍ତର ଭାରତ ମହାସାଗରରେ ଘୂର୍ଣ୍ଣିବାତ୍ୟା ଗଠନର ସମ୍ଭାବନା ୨୦–୪୦% ବୋଲି ସଙ୍କେତ ଦେଇଥିବା କହିଛନ୍ତି ପାଣିପାଗ ବିଶାରଦ । ଏହି ସିଷ୍ଟମ ଅକ୍ଟୋବର ମଧ୍ୟଭାଗରେ ଗଠନର ସଙ୍କେତକୁ ଅଧିକ ସମର୍ଥନ କରୁଛି । ଏଥିପାଇଁ ବଙ୍ଗୋପସାଗର ଉପରେ ମୌସୁମୀ ବାୟୁ ଦୁର୍ବଳ ହୋଇ ପବନର ଢାଞ୍ଚା ବଦଳୁଛି । ଭାରତ ମହାସାଗର ଉପରେ Madden–Julian Oscillation (MJO) ଅଧିକ ଅନୁକୂଳ ହେବା ଦୁଇଟି ବଡ଼ କାରଣ ହୋଇପାରେ ।
ECMWF ଓ GEFS ମଡେଲ୍ଗୁଡ଼ିକ ଘୂର୍ଣ୍ଣିବାତ୍ୟା ନିଶ୍ଚିତ ଗଠନ ହେବ ବୋଲି ନୁହେଁ, ବରଂ ସିଷ୍ଟମ୍ ଗଠନ ପାଇଁ ପରିବେଶ ଅନୁକୂଳ ହେବା ଉପରେ ଅଧିକ ସହମ ତ। ଦୁଇଟି ମଡେଲ୍ରେ ଭାରତ ମହାସାଗର ଉପରେ MJO ସକ୍ରିୟ ହେବାର ସଙ୍କେତ ରହିଛି । ତେବେ GEFSରେ ଅନିଶ୍ଚିତତା ଅଧିକ।
ପୂର୍ବରୁ ଦିଆଯାଇଥିବା ଦୀର୍ଘମିଆଦି ସଙ୍କେତ ଏବେ ମଧ୍ୟ ମୋଟାମୋଟି ଭାବେ ରହିଛି । ୧୨ ଅକ୍ଟୋବର ପାଖାପାଖି ଉତ୍ତର ଆଣ୍ଡାମାନ ସାଗରରେ ଘୂର୍ଣ୍ଣି ପ୍ରବାହ । ତା’ପରେ ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର (LPA) ଗଠନ ହୋଇପାରେ । ଏହା ପରେ ସିଷ୍ଟମ୍ କେତେ ଶକ୍ତିଶାଳୀ ହେବ ଓ କେଉଁ ଦିଗକୁ ଯିବ, ତାହା ଏବେ ଅନିଶ୍ଚିତ ।
ଘୂର୍ଣ୍ଣି ପ୍ରବାହ ବା ଲଘୁଚାପ ଗଠନ ହେଲେ ଦୁଇଟି ପ୍ରଶ୍ନ ଗୁରୁତ୍ୱପୂର୍ଣ୍ଣ ହେବ । ଲଘୁଚାପ କେଉଁଠାରେ ଗଠିତ ହେବ ? ଯଦି ଏହା ଅଧିକ ଉତ୍ତରକୁ ସରି ପୂର୍ବ-ମଧ୍ୟ ବଙ୍ଗୋପସାଗରରେ ସଂଗଠିତ ହୁଏ, ତେବେ ଓଡ଼ିଶା ପାଇଁ ଏହାର ଗୁରୁତ୍ୱ ବଢ଼ିବ । ଭର୍ଟିକାଲ ୱିଣ୍ଡ ସେୟାର କମିବ କି ? ୮୫୦–୨୦୦ ଏଚପିଏ ସ୍ତର ମଧ୍ୟରେ ପବନର ବେଗ ଓ ଦିଗର ପାର୍ଥକ୍ୟ କମି ଅନୁକୂଳ ହେଲେ ସିଷ୍ଟମ୍ ଅଧିକ ଶକ୍ତିଶାଳୀ ହେବାର ସମ୍ଭାବନା ବଢ଼ିବ । ୧୦–୧୨ ଅକ୍ଟୋବର ପାଖାପାଖି ଚିତ୍ର ଅଧିକ ସ୍ପଷ୍ଟ ହୋଇପାରେ । ଭୟଭୀତ ହେବାର କାରଣ ନାହିଁ । ବର୍ତ୍ତମାନ ଓଡ଼ିଶା ପାଇଁ ସିଧାସଳଖ ବିପଦର କୌଣସି ବିଶ୍ୱସନୀୟ ସଙ୍କେତ ନାହିଁ ।
ଚାଷୀମାନେ ସ୍ଥାନୀୟ ମାଟି ଓ ଫସଲର ଅବସ୍ଥା ଦେଖି ସାଧାରଣ କୃଷି କାମ ଜାରି ରଖିପାରିବେ । ଧାନ ଜମି ଉପଯୁକ୍ତ ଥିଲେ ଏବଂ ତୁରନ୍ତ ପ୍ରବଳ ବର୍ଷାର ସମ୍ଭାବନା ନଥିଲେ ଆବଶ୍ୟକ ଉପର ସାର ଦିଅନ୍ତୁ । ମାଟିରେ ଉପଯୁକ୍ତ ବତର ଥିଲେ ରବି ଫସଲ ପାଇଁ ଜମି ପ୍ରସ୍ତୁତି ଓ ବୁଣାବୁଣି ଜାରି ରଖନ୍ତୁ । ମାଟି ଶୁଖିଯାଇଥିଲେ ଆବଶ୍ୟକତା ଅନୁସାରେ ଜଳସେଚନ କରନ୍ତୁ । ପାଣି ଜମିଥିବା ବା ଅତ୍ୟଧିକ ଓଦା ଜମିରେ ଅନାବଶ୍ୟକ ଜଳସେଚନ ଓ ଭାରୀ କୃଷି କାମରୁ ବିରତ ରୁହନ୍ତୁ ।

  • Related Posts

    ସରକାର ମୁଖ୍ୟ ଭାବେ ୨୫ ବର୍ଷ ପୂରଣ କରିଛନ୍ତି ମୋଦି

    ନୂଆଦିଲ୍ଲୀ: ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ମୁଖ୍ୟ ଭାବେ ୨୫ ବର୍ଷ ପୂରଣ କରିଛନ୍ତି। ୨୦୦୧ ମସିହା ଅକ୍ଟୋବର ୭ରେ ସେ ପ୍ରଥମଥର ପାଇଁ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଏହାପରେ ଦୀର୍ଘ ରାଜନୈତିକ ଯାତ୍ରା ପରେ ୨୦୧୪ରେ…

    Continue reading
    ହାଇକୋର୍ଟ ଗଲେ ବିଦ୍ୟାଭାରତୀ

    କଟକ: ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ ଆବେଦନ କରିଛନ୍ତି। ପୂର୍ବରୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ନମିଳିବା ପରେ ସେ ଏହି ଆବେଦନ କରିଥିବା ଜଣାପଡ଼ିଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ