ଛାତ୍ର ସଂସଦ ନିର୍ବାଚନ: ବାଣୀବିହାର ମଇଦାନରେ ୨୯ ପ୍ରାର୍ଥୀ

ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନରେ ଛାତ୍ରଛାତ୍ରୀଙ୍କ ଉତ୍ସାହଠୁ ଅଧିକ ରାଜନେତା, ଛାତ୍ର ସଂଗଠକ ମଧ୍ୟରେ ଦେଖିବାକୁ ମିଳୁଛି । ଉତ୍କଳ ବିଶ୍ୱବିଦ୍ୟାଳୟ ଉପରେ ସମସ୍ତଙ୍କ ନଜର । ଶନିବାର ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି । କିଏ ଜିତିବ ତାକୁ ନେଇ ଏବେଠୁ ଅଙ୍କକଷା ଆରମ୍ଭ ହୋଇଛି । ବାଣୀବିହାରରେ ଏଥର ତ୍ରିମୁଖୀ ଲଢ଼େଇ ହେବ ।ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ନାମାଙ୍କନ କରିଥିଲେ ୪୨ ପ୍ରାର୍ଥୀ । କମ ଉପସ୍ଥାନ ଯୋଗୁଁ ଜଣେ ପ୍ରାର୍ଥୀଙ୍କର ନାମାଙ୍କନ ନାକଚ ହୋଇଛି । ୪୧ ପ୍ରାର୍ଥୀପତ୍ରରୁ ୧୨ ପ୍ରତ୍ୟାହାର ହୋଇଛି । ଏବେ ନିର୍ବାଚନ ମଇଦାନକୁ ୨୯ଜଣ ଓହ୍ଲାଇଛନ୍ତି । ବିଶ୍ୱବିଦ୍ୟାଳୟର ତଥ୍ୟ ଅନୁଯାୟୀ ଉପସଭାପତି ଓ ଯୁଗ୍ମ ସାଧାରଣ ସମ୍ପାଦକ ପଦବିକୁ ଛାଡ଼ିଦେଲେ ବାକି ୭ଟି ପଦବି ପାଇଁ ତ୍ରିମୁଖୀ ଲଢ଼େଇ ହେବ । ସଭାପତି ପ୍ରାର୍ଥୀ ଭାବେ ଅଭିରାମ ମିଶ୍ର, ସୌରଭ ବେହେରା, ସୂର୍ଯ୍ୟନାରାୟଣ ନାୟକ ମଇଦାନକୁ ଓହ୍ଲାଇଛନ୍ତି । ସେହିପରି ସାଧାରଣ ସମ୍ପାଦକ ପଦବି ପାଇଁ ଆୟୁଶ୍ରୀ ପ୍ରଧାନ, ଦିବ୍ୟଦର୍ଶନ ଦାଶ, ସମ୍ବିତ ସୁମନ୍ ରଥଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ ।ସେହିପରି ଉପସଭାପତି ପଦବି ପାଇଁ ଅସିତ୍ ପ୍ରଧାନ, ନୈବେଦ୍ୟ ମହାନ୍ତି, ପପୁ ରାଉତ, ପୂଜାରାଣୀ ନାୟକ ରହିଛନ୍ତି । ଯୁଗ୍ମ ସାଧାରଣ ସମ୍ପାଦକ ପଦବି ପାଇଁ ଭୁବନେଶ୍ୱରୀ ତ୍ରିପାଠୀ, ଜ୍ୟୋତିଶ୍ରୀ ସାହୁ, ରାକେଶ ମହାପାତ୍ର, ସୋନମ ପଣ୍ଡା ରହିଛନ୍ତି । ସେହିପରି ସାଂସ୍କୃତିକ କ୍ଲବ୍ ସମ୍ପାଦକ ପଦବି ପାଇଁ ଅର୍ଚ୍ଚିତା ନାୟକ, ଶ୍ରୁତି ମହାପାତ୍ର, ଉତ୍ତମ କୁମାର ମାଝୀ ରହିଛନ୍ତି । କ୍ରୀଡ଼ା ସମ୍ପାଦକ ପଦବି ପାଇଁ ଜ୍ଞାନ ରଞ୍ଜନ ପରିଡ଼ା, ମାନସ ରଞ୍ଜନ ଜମାଦାର, ସଞ୍ଜୟ ସ୍ୱାଇଁ, ଆସିଷ୍ଟାଣ୍ଟ କ୍ରୀଡ଼ା ସମ୍ପାଦକ ପାଇଁ ନିଗମାନନ୍ଦ ପୋଇ, ସୁବ୍ରତ କୁମାର ଜେନା, ସୁସ୍ମିତା ସାହୁ ରହିଛନ୍ତି । ସେହିପରି ଏସ୍ଏସ୍‌ଜିରେ ମିଲନ କୁମାର ମେହେର, ରାଜଲକ୍ଷ୍ମୀ ମହାନ୍ତି, ଶୁଭ୍ରଜିତ୍ ପ୍ରଧାନ, ବାଣୀ ବିକାଶ ଏଡିଟର ପଦବି ପାଇଁ ଚନ୍ଦନ ପରିଡ଼ା, ଜୀବନଜ୍ୟୋତି ବିଶ୍ୱାଳ, ପ୍ରଜ୍ଞା ପାରମିତା ସାହୁ ପ୍ରମୁଖ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ।

ଶନିବାର ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ପ୍ରାର୍ଥୀମାନେ ନିଜର ପ୍ରଚାରକୁ ଜୋରଦାର କରିଛନ୍ତି । ୮ବର୍ଷ ପରେ ନିର୍ବାଚନ ହେଉଥିବା ବେଳେ ସାମାଜିକ ଗଣମାଧ୍ୟମର ପ୍ରଭାବକୁ ନଜରରେ ରଖି ସୋସିଆଲ୍ ମିଡିଆ କ୍ୟାମ୍ପେନ୍କୁ ଜୋରଦାର କରାଯାଉଛି । କେବଳ ଏତିକି ନୁହେଁ ଆଜି ପ୍ରାର୍ଥୀମାନେ ହଷ୍ଟେଲ ପ୍ରଚାର କରୁଛନ୍ତି।କ୍ୟାମ୍ପସରେ ଭୋଜିଭାତ ଚାଲିଛି । ଏଆଇ ମାଧ୍ୟମରେ ପୁସିଂ କାର୍ଡ କରି ପିଲାଙ୍କୁ ପଠାଉଛନ୍ତି ।

  • Related Posts

    ଚୂଡାନ୍ତ ପ୍ରାର୍ଥୀ ତାଲିକା : ୩୪୭ କଲେଜରେ ୬୩୬୨ ପ୍ରାର୍ଥୀ, ୧୩ ବିଶ୍ବବିଦ୍ୟାଳୟରେ ୨୮୭ ପ୍ରାର୍ଥୀ

    ଭୁବନେଶ୍ବର : ଦୀର୍ଘ ୮ବର୍ଷ ପରେ ରାଜ୍ୟରେ ଅନୁଷ୍ଠିତ ହେଉଛି କଲେଜରେ ଛାତ୍ର ସଂସଦ ନିର୍ବାଚନ। ଏହି ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ମୋଟ ୬୩୬୨ ପ୍ରାର୍ଥୀ। ସେହିପରି ବିଶ୍ବବିଦ୍ୟାଳୟ ସ୍ତରରେ ୨୮୭ ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛି। ଉଚ୍ଚଶିକ୍ଷା…

    Continue reading
    ରାଇକିଆ ଭାଜପାର ପ୍ରଥମ ମଣ୍ଡଳସ୍ତରୀୟ କାର୍ଯ୍ୟକାରିଣୀ ବୈଠକ

    ସାଂଗଠନିକ ଶକ୍ତି ବୃଦ୍ଧି ଓ ଦଳୀୟ କାର୍ଯ୍ୟକ୍ରମକୁ ଗୁରୁତ୍ୱ, ଯୋଗଦେଲେ ରାଜ୍ୟ ଓ ଜିଲ୍ଲାସ୍ତରୀୟ ନେତୃବୃନ୍ଦ ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆ ମଣ୍ଡଳ ଭାରତୀୟ ଜନତା ପାର୍ଟି ପକ୍ଷରୁ ପ୍ରଥମ ମଣ୍ଡଳସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ସଙ୍କଟମୋଚନ ହନୁମାନ ମନ୍ଦିର ପରିସରରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ