ଅଲ୍ ଓଡ଼ିଶା ଅଙ୍ଗନବାଡ଼ି ଲେଡିଜ୍ ୱାର୍କର୍ସ ଆସୋସିଏସନ୍ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ଦେବଗଡ଼:ଭାରତୀୟ ମଜଦୁର ସଂଘ ସହ ଅନୁବନ୍ଧିତ ଦେବଗଡ ଜିଲ୍ଲା ଅଲ୍ ଓଡ଼ିଶା ଅଙ୍ଗନବାଡ଼ି ଲେଡିଜ୍ ୱାର୍କର୍ସ ଆସୋସିଏସନ୍ ପକ୍ଷରୁ ଜିଲ୍ଲାରେ କାର୍ଯ୍ୟରତ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନଙ୍କ କାର୍ଯ୍ୟକାଳ ଏବଂ ପାରିଶ୍ରମିକର ପୁର୍ନବିଚାର କରିବା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା।ଏହାସହିତ ୧୦ ଦଫା ଦାବି ପତ୍ର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି। ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ ଦାବି ପତ୍ର ଗ୍ରହଣ କରିଥିଲେ। ଦାବି ପତ୍ର ପ୍ରଦାନବେଳେ ଅଲ୍ ଓଡ଼ିଶା ଅଙ୍ଗନବାଡ଼ି ଲେଡିଜ୍ ୱାର୍କର୍ସ ଆସୋସିଏସନର ସଭାପତି ଅଞ୍ଜଳୀ ମୁଣ୍ଡା, ସଂପାଦିକା ନେତ୍ରମଣୀ ବେହେରା,ଭାରତୀୟ ମଜଦୁର ସଂଘର ସଭାପତି ଦିଲିପ ଗଡନାୟକ, ସଂପାଦକ ରାଜେନ୍ଦ୍ର ସାହୁ,ସଂଘର ସଦସ୍ୟ ଲକ୍ଷ୍ମୀଧର ମିଶ୍ରଙ୍କ ସମେତ ସଂଘର ବହୁ ସଦସ୍ୟ ଉପସ୍ଥିତ ଥିଲେ। ସେମାନଙ୍କର ଅଭିଯୋଗ ଅନୁଯାୟୀ,ସମନ୍ୱିତ ଶିଶୁ ବିକାଶ ସେବା ପ୍ରକଳ୍ପ ଦ୍ୱାରା କାର୍ଯ୍ୟ କରାଯାଉଥିବା ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନଙ୍କୁ କର୍ମଚାରୀ ଭାବରେ ମାନ୍ୟତା ପ୍ରଦାନ କରାଯାଉ। ସେହିପରି କର୍ମଚାରୀଙ୍କୁ ମାନ୍ୟତା ପ୍ରଦାନ କରାଯାଇନଥିବାରୁ ସେମାନଙ୍କୁ ଅଙ୍ଗନବାଡ଼ି କର୍ମୀଙ୍କୁ ମାସିକ ୩୦,୦୦୦/- ଟଙ୍କା ଏବଂ ସହାୟିକାଙ୍କୁ ମାସିକ ୧୫,୦୦୦ଟଙ୍କା ପାରିଶ୍ରମିକ ପ୍ରଦାନ କରାଯାଉ। ପାରିଶ୍ରମିକ ବୃଦ୍ଧି, ଗତ ୩୧/୦୮/୨୦୨୫ ରେ ବିଜ୍ଞପ୍ତି କରାଯାଇଥିବା ପତ୍ର ସଂଖ୍ୟା ୧୭୩୪୫ ଅନୁଯାୟୀ ୫୫ ବର୍ଷରୁ ଊର୍ଦ୍ଧ୍ୱ ଅଙ୍ଗନବାଡ଼ି କର୍ମୀମାନଙ୍କ ପାଇଁ ସ୍ୱେଚ୍ଛାକୃତ କାର୍ଯ୍ୟ ଅବସର ସମାପ୍ତ କରିବାର ବ୍ୟବସ୍ଥାକୁ ପୁନର୍ବିଚାର କରାଯାଉ,ରାଜ୍ୟର ବିଭିନ୍ନ ଜିଲ୍ଲାରେ ୧୦ ବର୍ଷ ସେବା ପରେ ଅଙ୍ଗନବାଡ଼ି କର୍ମୀମାନଙ୍କୁ ଦୁଇ ବର୍ଷୀୟ ସମ୍ପ୍ରସାରିତ ନିଯୁକ୍ତି କରାଯାଉନାହିଁ ତେବେ ଏହି ସମସ୍ୟାର ସମାଧାନ ପାଇଁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯାଉ, ନେଟୱାର୍କ ସମସ୍ୟା କାରଣରୁ ପୋଷଣ ଟ୍ରାକରରେ ତଥ୍ୟ ଏଣ୍ଟ୍ରି ହୋଇ ନ ପାରିବା କାରଣରୁ ଅନେକ ଅଙ୍ଗନବାଡ଼ି କର୍ମୀମାନଙ୍କ ପାରିଶ୍ରମିକ କାଟି ଦିଆଯାଉଛି, ଯାହାର ପୁନର୍ବିଚାର କରାଯାଇ କଟାଯାଇଥିବା ପାରିଶ୍ରମିକ ପ୍ରଦାନ,ଅଙ୍ଗନବାଡ଼ି କର୍ମୀମାନଙ୍କ ପାଇଁ ସୁପରଭାଇଜର ପଦୋନ୍ନତି ପ୍ରକ୍ରିୟା ପ୍ରତିବର୍ଷ ନିୟମିତ ଭାବେ କରାଯିବା ସହିତ ପଦୋନ୍ନତିରେ ବୟସ ସୀମାକୁ ଉଚ୍ଛେଦ,ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନଙ୍କ ତିନି ବର୍ଷ ଧରି ବକେୟା ଥିବା ୟୁନିଫର୍ମ ରାଶି ତୁରନ୍ତ ପ୍ରଦାନ କରାଯିବା ସହ ମୋବାଇଲ୍ ରିଚାର୍ଜ ଓ ନେଟ୍ ପ୍ୟାକ୍ ପାଇଁ ରାଶି ନିୟମିତ ଭାବେ ପ୍ରଦାନ, ପୋଷଣ ଇନସେନଟିଭ ବାବଦ ରାଶି ପାଞ୍ଚ ମାସ ଧରି ପ୍ରଦାନ କରାଯାଇନଥିବାବେଳେ ବକେୟା ରାଶି ତୁରନ୍ତ ପ୍ରଦାନ, ବକେୟା ରହିଥିବା ମାତୃତ୍ବକାଳୀନ ସୁବିଧା, ଅବସରକାଳୀନ ସହାୟତା ଓ ମୃତ୍ୟୁକାଳୀନ ସହାୟତା ରାଶି ତୁରନ୍ତ ପ୍ରଦାନ କରିବା ପାଇଁ ସଂଘ ପକ୍ଷରୁ ଦାବି କରାଯାଇଛି।

  • Related Posts

    ସାତପଡ଼ା ଡିଗ୍ରୀ କଲେଜରେ ବୋମା ମାଡ଼, ନିର୍ବାଚନ ବାତିଲ

    ଭୁବନେଶ୍ଵର : ବ୍ରହ୍ମଗିରି ସାତପଡ଼ା ପଞ୍ଚାୟତ ଡିଗ୍ରୀ କଲେଜରେ ବୋମା ମାଡ଼ । ନିର୍ବାଚନ ବାତିଲ କଲେ କଲେଜ ଅଧ୍ୟକ୍ଷ । କଲେଜ ପରିସରରେ ୮ ରୁ ୧୦  ବୋମା ମାଡ଼ ହୋଇଥିବା ସୂଚନା ମିଳିଛି । ଚୟନ ପ୍ରକ୍ରିୟା ମାଧ୍ୟମରେ…

    Continue reading
    ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସମ୍ବଲପୁର ସାଂସଦ

    ଭୁବନେଶ୍ୱର/ନୂଆଦିଲ୍ଲୀ: ରାଜ୍ୟର ବିଭିନ୍ନ ପ୍ରମୁଖ ଖଣି ଓ ଶିଳ୍ପାଞ୍ଚଳର ଜାତୀୟ ତଥା ରାଜ୍ୟ ରାଜପଥଗୁଡ଼ିକରେ ବାଣିଜ୍ୟିକ ଓ ବଡ଼ ବଡ଼ ଯାନଗୁଡ଼ିକର ବେଆଇନ ତଥା ବିପଦଜନକ ପାର୍କିଂ ଯୋଗୁଁ ବୃଦ୍ଧି ପାଉଥିବା ସଡ଼କ ଦୁର୍ଘଟଣାକୁ ରୋକିବା ପାଇଁ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି