ପାରାଦୀପ ଆଇଓସିଏଲ୍ ରିଫାଇନାରୀକୁ ଆଜି ରାଜ୍ୟ ସରକାର କାରଣଦର୍ଶାଅ ନୋଟିସ୍ ଜାରି କରିଛନ୍ତି । ଓଡିଶା ସରକାରଙ୍କର ନିୟମକୁ ଅଣଦେଖା କରି ଅନୁମୋଦନ ନନେଇ କିଭଳି କର୍ତ୍ତୃପକ୍ଷ ବିଭିନ୍ନ ୟୁନିଟ୍ ନିର୍ମାଣ ଓ ସମ୍ପ୍ରସାରଣ କରିଛନ୍ତି ବୋଲି ସରକାର ପଅଶ୍ନ କରିବା ସହ ଆଇଓସିଏଲ୍ ରିଫାଇନାରୀ ବିରୋଧରେ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ରାଜ୍ୟ ସରକାର । କାରଖାନା ନିୟମାବଳୀର ଖୋଲା ଉଲ୍ଲଂଘନ ଅଭିଯୋଗରେ ରାଜ୍ୟ କାରଖାନା ଓ ବଏଲର ନିର୍ଦ୍ଦେଶାଳୟ ପକ୍ଷରୁ ଆଜି ଅକ୍ଟୋବର ୧୪ ତାରିଖରେ ଆଇଓସିଏଲ୍ କର୍ତ୍ତୃପକ୍ଷଙ୍କୁ ଜରୁରୀ କାରଣଦର୍ଶାଅ ନୋଟିସ୍ ଜାରି ହୋଇଛି । ଆଗାମୀ ୭ ଦିନ ମଧ୍ୟରେ ଏହି ନୋଟିସର ଉତ୍ତର ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅନୁମୋଦିତ ଲେ-ଆଉଟ୍ ପ୍ଲାନରେ ସ୍ଥାନ ପାଇନଥିବା ଏକାଧିକ ବିଲ୍ଡିଂ ଗଣିବା ଓ ବିନା ଲାଇସେନ୍ସ ସଂଶୋଧନରେ ନୂଆ ୟୁନିଟ୍ ଚାଲୁ କରିବା ଭଳି ସଙ୍ଗୀନ ଅନିୟମିତତା ସାମ୍ନାକୁ ଆସିବା ପରେ ରାଜ୍ୟ ସରକାର ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣାପଡିଛି ।
ବିପଦସଙ୍କୁଳ କାଠ ପୋଲ ଭରଷାରେ ଦେସିଙ୍କୁଳି ଗ୍ରାମବାସୀ
ଦେବଗଡ଼:ନିର୍ବାଚନ ପରେ ନିର୍ବାଚନ ଯାଉଛି ସତ କିନ୍ତୁ ଜିଲ୍ଲାରେ ବଦଳୁନି ଗ୍ରାମାଞ୍ଚଳର ଗମନାଗମନର ଚିତ୍ର।ନାଳ ଉପରେ ଥିବା ପୁରୁଣା ପୋଲଟି ବହୁ ବର୍ଷ ହେବ ବର୍ଷାରେ ଧୋଇ ଯିବାରୁ ଭୁସୁଡି ପଡିବା ସହିତ ନାଳ ଉପରେ ପୋଲ ନିର୍ମାଣ କରିବା ପାଇଁ…






