ଭୁଶୁଡ଼ିଲା ସ୍କୁଲ ଛାତ: ଚାଲିଗଲା ୨୯ ଜୀବନ

ପେଶାୱର : ସ୍କୁଲରେ ପାଠ ପଢ଼ା ଚାଲିଥିବା ବେଳେ ଘଟିଛି ବଡ଼ ଅଘଟଣ। ପିଲାମାନେ ଶ୍ରେଣୀ ଗୃହରେ ପଢ଼ୁଥିବା ବେଳେ ହଠାତ୍‌ ଭୁଶୁଡ଼ି ପଡ଼ିଛି ଗୋଟିଏ ଘରୋଇ ସ୍କୁଲର ଛାତ। ଏଥିରେ ୨୮ ଜଣ ପିଲା ଓ ଜଣେ ଶିକ୍ଷୟିତ୍ରୀଙ୍କ ମୃତ୍ୟୁ ଘଟିଛି।ସେହିପରି ଧ୍ୱଂସାବଶେଷ ତଳୁ ୧୦ରୁ ଅଧିକ ପିଲାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଅନେକ ପିଲାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଆଗକୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ପ୍ରକାଶ ପାଇଛି। ପାକିସ୍ତାନର ପେଶାୱର ଅନ୍ତର୍ଗତ ଆଫ୍ରିଦି ଆବାଦ ଅଞ୍ଚଳରେ ଏପରି ଭୟଙ୍କର ଘଟଣା ଘଟିଛି।

ସ୍ଥାନୀୟ ଲେଡୀ ରିଡିଂ ହସ୍ପିଟାଲର ମୁଖପାତ୍ର ମହମ୍ମଦ ଆସିମ ମୃତ୍ୟୁସଂଖ୍ୟାକୁ ନିଶ୍ଚିତ କରିଛନ୍ତି। ତାଙ୍କ କହିବା କଥା ଯେ ମୃତକଙ୍କ ମଧ୍ୟରେ ୨୫ ଜଣ ଛାତ୍ର, ୩ ଜଣ ଛାତ୍ରୀ ଓ ଜଣେ ଶିକ୍ଷୟିତ୍ରୀ ରହିଛନ୍ତି।ପ୍ରାଣ ହରାଇଥିବା ପିଲାମାନଙ୍କ ବୟସ ୭ରୁ ୧୩ ବର୍ଷ ମଧ୍ୟରେ ହେବ। ହସ୍ପିଟାଲ ଆସିଥିବା ଆହତଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସ୍ଥିତିକୁ ଦେଖି ହସ୍ପିଟାଲରେ ଏମର୍ଜେନ୍ସି ଘୋଷଣା କରାଯାଇଛି। ପେଶାୱର ଡେପୁଟି କମିଶନର ଆଫାକ ୱାଜିରଙ୍କ କହିବା କଥା ଯେ ଅଲ ଖୈର ସ୍କୁଲରେ ପାଠ ପଢ଼ା ଚାଲି ଥିବା ବେଳେ ଏପରି ଘଟଣା ଘଟିଛି। ଘଟଣା ବେଳେ ପ୍ରାୟ ୪୦ ଜଣ ପିଲା ଶ୍ରେଣୀ ଗୃହରେ ଉପସ୍ଥିତ ଥିଲେ। ଛାତ ଭୁଶୁଡ଼ିବା ଯୋଗୁ ସମସ୍ତେ ଧ୍ୱଂସାବଶେଷ ତଳେ ଚାପି ହୋଇ ଯାଇଥିଲେ।ଉଦ୍ଧାରକାରୀ ଅନେକଙ୍କୁ ଧ୍ୱଂସାବଶେଷ ତଳୁ ବାହାର କରିଥିବା ବେଳେ ଏବେ ସେଠାରେ ଯାଞ୍ଚ ଚାଲିଛି। ହସ୍ପିଟାଲରେ ପ୍ରାୟ ୧୭ ଜଣଙ୍କ ଚିକିତ୍ସା ଚାଲିଥିବା ସେ କହିଛନ୍ତି। ଏପଟେ ଖାୟବର ପାଖତୁନଖ୍ୱାର ଗଭର୍ଣ୍ଣର ଫୈଜଲ କରିମ କୁଣ୍ତି ଘଟଣାରେ ଗଭୀର ଶୋକ ପ୍ରକାଶ କରିବା ସହ ଅଧିକାରୀଙ୍କୁ ବିସ୍ତୃତ ତଥ୍ୟ ମାଗିଛନ୍ତି। ସେ ସ୍କୁଲ ଛାତ କେମିତି ଭୁଶୁଡ଼ିଲା, ତା’ର କାରଣ ଜାଣାଇବାକୁ କହିଛନ୍ତି।

  • Related Posts

    ଅକ୍ଟୋବର ୧୨ ପଦଯାତ୍ରା ପ୍ରସଙ୍ଗରେ ରାହୁଲ, ଅଖିଳେଶଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍

    ନୂଆଦିଲ୍ଲୀ: ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (S.I.R.)ରେ କଥିତ ଅନିୟମିତତାକୁ ବିରୋଧ କରି ଗତ ଅକ୍ଟୋବର ୧୨ ତାରିଖରେ ସୁପ୍ରିମକୋର୍ଟ ଅଭିମୁଖେ ହୋଇଥିବା ପଦଯାତ୍ରା ପ୍ରସଙ୍ଗରେ ସର୍ବୋଚ୍ଚ ଅଦାଲତ ଗୁରୁବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ, ସମାଜବାଦୀ ପାର୍ଟି ଅଧ୍ୟକ୍ଷ…

    Continue reading
    ଧର୍ମ ପରିବର୍ତ୍ତନ କଲେ ମିଳିବନି ସଂରକ୍ଷଣ

    ନୂଆଦିଲ୍ଲୀ: ଧର୍ମ ପରିବର୍ତ୍ତନ କରିବା ପରେ ମଧ୍ୟ ସଂରକ୍ଷଣ ଦାବି କରୁଥିବା ବ୍ୟକ୍ତିମାନଙ୍କ ପାଇଁ ଏକ ବଡ଼ ସୁ୍ପ୍ରିମ ଝଟ୍‌କା ଲାଗିଛି । ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇ ସ୍ପଷ୍ଟ କରିଛନ୍ତି ଯେ, ଧର୍ମ ପରିବର୍ତ୍ତନ କଲାମାତ୍ରେ ସଂରକ୍ଷଣର ଅଧିକାର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି