ଧର୍ମ ପରିବର୍ତ୍ତନ କଲେ ମିଳିବନି ସଂରକ୍ଷଣ

ନୂଆଦିଲ୍ଲୀ: ଧର୍ମ ପରିବର୍ତ୍ତନ କରିବା ପରେ ମଧ୍ୟ ସଂରକ୍ଷଣ ଦାବି କରୁଥିବା ବ୍ୟକ୍ତିମାନଙ୍କ ପାଇଁ ଏକ ବଡ଼ ସୁ୍ପ୍ରିମ ଝଟ୍‌କା ଲାଗିଛି । ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇ ସ୍ପଷ୍ଟ କରିଛନ୍ତି ଯେ, ଧର୍ମ ପରିବର୍ତ୍ତନ କଲାମାତ୍ରେ ସଂରକ୍ଷଣର ଅଧିକାର ଶେଷ ହୋଇଯାଏ । ହିନ୍ଦୁ ଧର୍ମ ଛାଡ଼ି ଇସଲାମ ଗ୍ରହଣ କରିଥିବା ବ୍ୟକ୍ତିମାନେ ସଂରକ୍ଷଣର ସୁବିଧା ପାଇପାରିବେ ନାହିଁ । ଏହି ରାୟ ଜରିଆରେ ସୁପ୍ରିମକୋର୍ଟ ମାଡ୍ରାସ ହାଇକୋର୍ଟଙ୍କ ସେହି ପୂର୍ବ ନିଷ୍ପତ୍ତିକୁ କାଏମ୍ ରଖିଛନ୍ତି, ଯେଉଁଥିରେ ତାମିଲନାଡ଼ୁ ସରକାରଙ୍କ ଏକ ଆଦେଶକୁ ରଦ୍ଦ କରାଯାଇଥିଲା । ସରକାରଙ୍କ ସେହି ବିବାଦୀୟ ଆଦେଶରେ ବ୍ୟବସ୍ଥା ଥିଲା ଯେ, ପଛୁଆ ବର୍ଗ (BC), ଅତି ପଛୁଆ ବର୍ଗ (MBC) ଏବଂ ଅନୁସୂଚିତ ଜାତିର ଲୋକମାନେ ଇସଲାମ ଧର୍ମ ଗ୍ରହଣ କଲା ପରେ ମଧ୍ୟ ‘ପଛୁଆ ବର୍ଗ ମୁସଲିମ୍’ ଭାବେ ଗ୍ରହଣୀୟ ହେବେ ।
ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍ ପ୍ରଶାନ୍ତ କୁମାର ମିଶ୍ର ଏବଂ ଜଷ୍ଟିସ୍ ଶ୍ରୀ ଚନ୍ଦ୍ରଶେଖରଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ରାୟ ପ୍ରକାଶ କରିଛନ୍ତି । କୋର୍ଟ କହିଛନ୍ତି ଯେ, ଯେଉଁ ବ୍ୟକ୍ତି ହିନ୍ଦୁ ସାମାଜିକ ବ୍ୟବସ୍ଥା ଛାଡ଼ି ଅନ୍ୟ କୌଣସି ଅଣ-ହିନ୍ଦୁ ସାମାଜିକ ବ୍ୟବସ୍ଥାକୁ ଚାଲିଯାଆନ୍ତି, ସେ କେବଳ ଧର୍ମ ପରିବର୍ତ୍ତନ ପୂର୍ବର ସାମାଜିକ ପଛୁଆପଣକୁ ଆଧାର କରି ସମ୍ବିଧାନର ଅନୁଚ୍ଛେଦ 16(4) ଅଧୀନରେ ମିଳୁଥିବା ସ୍ୱତନ୍ତ୍ର ସୁବିଧାଗୁଡ଼ିକର ଦାବି କରିପାରିବେ ନାହିଁ । ପୂର୍ବ ସାମାଜିକ ବ୍ୟବସ୍ଥାରେ ଅନୁଭୂତ ପଛୁଆପଣ ନୂତନ ଧର୍ମରେ ମଧ୍ୟ ସ୍ୱତଃ ପ୍ରଯୁଜ୍ୟ ହୋଇନଥାଏ ।

ସୁପ୍ରିମକୋର୍ଟ ସମ୍ବିଧାନ (ଅନୁସୂଚିତ ଜାତି) ଆଦେଶ, 1950ର ପାରାଗ୍ରାଫ୍ 3 ଅନୁସାରେ, ଯେଉଁମାନେ ହିନ୍ଦୁ, ବୌଦ୍ଧ କିମ୍ବା ଶିଖ୍ ନୁହଁନ୍ତି, ସେମାନଙ୍କୁ ଅନୁସୂଚିତ ଜାତି (SC) ର ମାନ୍ୟତା ଦିଆଯାଇପାରିବ ନାହିଁ । ଯଦି କୌଣସି ବ୍ୟକ୍ତି ଏପରି ଏକ ଧର୍ମ ଗ୍ରହଣ କରନ୍ତି, ଯାହାର ଉଲ୍ଲେଖ ଏହି ଆଦେଶରେ ନାହିଁ, ତେବେ ସେମାନେ ନିଜର ପୂର୍ବ ଜାତି ସହିତ ଜଡ଼ିତ ଅନୁସୂଚିତ ଜାତିର ମାନ୍ୟତା ଏବଂ ସେହି ଆଧାରରେ ମିଳୁଥିବା ସଂରକ୍ଷଣ ସୁବିଧାକୁ ହରାଇ ବସନ୍ତି ।

  • Related Posts

    ଅକ୍ଟୋବର ୧୨ ପଦଯାତ୍ରା ପ୍ରସଙ୍ଗରେ ରାହୁଲ, ଅଖିଳେଶଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍

    ନୂଆଦିଲ୍ଲୀ: ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (S.I.R.)ରେ କଥିତ ଅନିୟମିତତାକୁ ବିରୋଧ କରି ଗତ ଅକ୍ଟୋବର ୧୨ ତାରିଖରେ ସୁପ୍ରିମକୋର୍ଟ ଅଭିମୁଖେ ହୋଇଥିବା ପଦଯାତ୍ରା ପ୍ରସଙ୍ଗରେ ସର୍ବୋଚ୍ଚ ଅଦାଲତ ଗୁରୁବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ, ସମାଜବାଦୀ ପାର୍ଟି ଅଧ୍ୟକ୍ଷ…

    Continue reading
    ଭୁଶୁଡ଼ିଲା ସ୍କୁଲ ଛାତ: ଚାଲିଗଲା ୨୯ ଜୀବନ

    ପେଶାୱର : ସ୍କୁଲରେ ପାଠ ପଢ଼ା ଚାଲିଥିବା ବେଳେ ଘଟିଛି ବଡ଼ ଅଘଟଣ। ପିଲାମାନେ ଶ୍ରେଣୀ ଗୃହରେ ପଢ଼ୁଥିବା ବେଳେ ହଠାତ୍‌ ଭୁଶୁଡ଼ି ପଡ଼ିଛି ଗୋଟିଏ ଘରୋଇ ସ୍କୁଲର ଛାତ। ଏଥିରେ ୨୮ ଜଣ ପିଲା ଓ ଜଣେ ଶିକ୍ଷୟିତ୍ରୀଙ୍କ ମୃତ୍ୟୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି