ଆଜିଠୁ ଶ୍ରୀମନ୍ଦିରରେ ମହାକାର୍ତ୍ତିକ ନୀତି

ପୁରୀ,: ଗୁରୁବାର ଆଶ୍ୱିନ ଶୁକ୍ଳପକ୍ଷ ଏକାଦଶୀରୁ ଶ୍ରୀମନ୍ଦିରରେ ମହାକାର୍ତ୍ତିକ ନୀତିର ଶୁଭାରମ୍ଭ ହେବ । ଏହି ଅବସରରେ ଶ୍ରୀବିଗ୍ରହ ରାଧାଦାମୋଦର ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ । ଠାକୁରଙ୍କୁ ସ୍ୱତନ୍ତ୍ର ବାଳଭୋଗ ଅର୍ପଣ କରାଯିବ । ଶ୍ରୀମନ୍ଦିର ନୀତି ନିର୍ଘଣ୍ଟ ଅନୁସାରେ ପ୍ରାତଃ ସାଢ଼େ ୬ଟାରୁ ସାଢ଼େ ୭ଟା ମଧ୍ୟରେ ଶ୍ରୀବିଗ୍ରହଙ୍କ ରାଧାଦାମୋଦର ବେଶ ସମ୍ପନ୍ନ ହେବ । ସେହିଭଳି ୧୦ଟାରୁ ସାଢ଼େ ୧୦ଟା ମଧ୍ୟରେ ଠାକୁରଙ୍କ ବାଳଧୂପ ହେବ । ଆସନ୍ତା ନଭେମ୍ବର ୨୪ ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି ଜାରି ରହିବ ।ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥ ତ୍ରିକଚ୍ଛ ପରିଧାନ କରି ଶ୍ରୀଭୁଜରେ ସୁବର୍ଣ୍ଣନଳୀ ଲାଗି ହେବେ । ବିଭିନ୍ନ ସ୍ୱର୍ଣ୍ଣ ଅଳଙ୍କାର ସହ ଠାକୁରେ ବାରଲାଗି ପାଟ ବିଭିନ୍ନ ପୁଷ୍ପ ଅଳଙ୍କାର,ଫୁଟା ଶିରିକାପଡ଼ା ଓ ଉତ୍ତରୀୟ ପରିଧାନ କରିବେ । ଏହି ବେଶରେ ଥାଇ ଠାକୁରଙ୍କଗୋପାଳବଲ୍ଲଭ ଓ ସକାଳଧୂପ ନୀତି ସଂପନ୍ନ ହେବ । ସ୍ୱତନ୍ତ୍ର ବାଳଧୂପରେଠାକୁରଙ୍କୁ ପାଚିଲା କଦଳୀ, ସେଓ, ଚାଉଳିଆ, ନଡ଼ିଆ ଆଦି ଫଳମୂଳ ସହଲିଆ, ଛତୁଆ ଓ ସୋଲା ଆଦି ଅର୍ପଣ କରାଯିବ । ପଞ୍ଚୁକ ଅବସରରେ ଠାକୁରଙ୍କସ୍ୱତନ୍ତ୍ର ବେଶ ହେବ । ତେବେ ଚଳିତ ବର୍ଷ ଦ୍ୱାଦଶୀ କ୍ଷୟ ଥିବାରୁ ବାଙ୍କଚୂଡ଼ ତଥାବାମନ ବେଶ ହେବ ନାହିଁ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ରହିଛି ।
ଶ୍ରୀମନ୍ଦିର କାର୍ତ୍ତିକ ନୀତି ଅନୁସାରେ ଶ୍ରୀମନ୍ଦିର ଦ୍ୱାର ଫିଟିବ ରାତି ୪ଟାରେ ।ପ୍ରାତଃ ୫ଟାରେ ମଙ୍ଗଳ ଆଳତି ହେବ । ୬ଟା୧୫ରେ ଅବକାଶ ନୀତି ହୋଇରାଧାଦାମୋଦର ବେଶ ଆରମ୍ଭ ହେବ । ୮ଟାରେ ଗୋପାଳ ବଲ୍ଲଭ ଭୋଗ ଓସକାଳଧୂପ ସାଢ଼େ୮ଟାରୁ ସାଢ଼େ ୯ଟା ମଧ୍ୟରେ ହେବ । ଏହାପରେ ବାଳଧୂପଭୋଗ । ୧୨ଟାରେ ଭୋଗମଣ୍ଡପ ଶେଷ ହୋଇ ଭକ୍ତ ଅନ୍ନମହାପ୍ରସାଦ ପାଇବେ ।ସାଢ଼େ ୧ଟା ମଧ୍ୟରେ ମଧ୍ୟାହ୍ନଧୂପ ଓ ସାଢ଼େ ୨ଟା ମଧ୍ୟରେ ୨ୟ ଭୋଗମଣ୍ଡପହେବ । ଅପରାହ୍ଣ ୩ଟା୩୦ରେ ଦିବା ପହୁଡ଼ ହେବ । ପୁନଃ ଦ୍ୱାର ଫିଟା ହେବସାଢ଼େ ୫ଟାରେ । ସନ୍ଧ୍ୟା ୬ଟାରେ ସନ୍ଧ୍ୟା ଆଳତି ଅନୁଷ୍ଠିତ ହେବ । ଏହାପରେସନ୍ଧ୍ୟା ଧୂପ, ଚନ୍ଦନଲାଗି, ବଡ଼ସିଂହାର ବେଶ ଓ ଭୋଗ ବଢ଼ି ରାତ୍ର ୧୨ଟାରେଠାକୁରଙ୍କ ରାତ୍ର ପହୁଡ଼ ହେବ । ତେବେ ଏହି ନୀତି ସମୟ କେବଳ ସୂଚନାପାଇଁ ଥିଲା ବେଳେ ସେହି ଦିନର ନୀତି ଉପରେ ଅସଲ ସମୟ ନିର୍ଭର କରେବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦର୍ଶାଯାଇଛି ।

  • Related Posts

    ଇଣ୍ଡୋନେସିଆ ଫେରିଯିବେ ୫ ଓରାଙ୍ଗଉଟାନ!

    ଓରାଙ୍ଗଉଟାନ ଫେରାଇନେବ କି ଇଣ୍ଡୋନେସିଆ? ଭୋଗରାଇରୁ ଉଦ୍ଧାର ହୋଇଥିବା ୫ ଓରାଙ୍ଗଉଟାନଙ୍କ ପ୍ରତ୍ୟାବର୍ତ୍ତନ ନେଇ ଚର୍ଚ୍ଚା ଜୋର ଧରିଛି। ନନ୍ଦନକାନନ ସ୍ବତନ୍ତ୍ର ସେଲରେ ଅଛନ୍ତି ଉଦ୍ଧାର ଓରାଙ୍ଗଉଟାନ। ୫ ଓରାଙ୍ଗଉଟାନ ଶାବକଙ୍କୁ ଇଣ୍ଡୋନେସିଆ ନେବାକୁ ଉଦ୍ୟମ ଜାରି ରହିଛି। ଜାକର୍ତ୍ତା ସ୍ଥିତ…

    Continue reading
    ହାଇୱା ଧକ୍କାରେ ଚାଲିଗଲା ପରିବାରର ୩ ଜୀବନ

    ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲା ଲହୁଣୀପଡ଼ା ଥାନା କେନ୍ଦୁଡିହି ଛକରେ ହୋଇଥିବା ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ। ସ୍ତ୍ରୀ ପରେ ଚାଲିଗଲା ସ୍ବାମୀ। ଗତକାଲି ରାଉରକେଲାରୁ ଦୁର୍ଗାପୂଜା ଦେଖି ଫେରୁଥିବା ବେଳେ କେନ୍ଦୁଡିହି ଛକରେ କାରକୁ ଧକ୍କା ଦେଇଥିଲା ହାଇୱା। ଘଟଣାସ୍ଥଳରେ ଲହୁଣୀପଡା ପୋଲିସ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି