
ନୂଆଦିଲ୍ଲୀ: ସଲମାନ ଖାନଙ୍କୁ ପୁଣି ମିଳିଛି ହତ୍ୟା ଧମକ। ମୁମ୍ବାଇ ଟ୍ରାଫିକ୍ କଣ୍ଟ୍ରୋଲ ରୁମକୁ ଆସିଛି ସଲମାନଙ୍କ ଉଦ୍ଦେଶ୍ୟରେ ଧମକପୂର୍ଣ୍ଣ ମେସେଜ୍। ଗତକାଲି ବିଳମ୍ବିତ ରାତିରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ତରଫରୁ ଏହି ଧମକପୂର୍ଣ୍ଣ ମେସେଜ ମିଳିଥିବା ଜଣାଯାଇଛି।
ଏଥିରେ କୁହାଯାଇଛି ସଲମାନ ଖାନ ଏବଂ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇକୁ ନେଇ ଏକ ଗୀତ ଲେଖାଯାଇଛି। ଗୀତ ଲେଖିଥିବା ବ୍ୟକ୍ତିଙ୍କୁ ଛଡ଼ାଯିବନି । ତାଙ୍କୁ ସେ ଭିତରେ ମାରିଦେବା ଲାଗି ଖୋଲା ଚେତାବନୀ ଦିଆଯାଇଛି। ତାଙ୍କର ଏପରି ଅବସ୍ଥା କରାଯିବ, ଯେ ସେ ନିଜ ନାମରେ ଗୀତ ଲେଖିବାକୁ ସାହସ କରିପାରିବେନି। ଯଦି ସଲମାନଙ୍କ ସାହସ ଅଛି ତାଙ୍କୁ ବଞ୍ଚାଇ ଦେଖାନ୍ତୁ ବୋଲି ବି ଚେତାବନୀ ଦିଆଯାଇଛି।
ଯେଉଁ ନମ୍ବରରୁ ଏହି ଧମକ ଆସିଛି ପୁଲିସ୍ ତାହାକୁ ଟ୍ରାକ୍ କରିବାକୁ ପ୍ରୟାସ ଜାରି ରଖିଛି। ତେବେ କେଉଁ ଗୀତକୁ ଟାର୍ଗେଟ କରି ଏପରି ଧମକ ଦିଆଯାଇଛି ଓ କିଏ ଏହାକୁ ଲେଖିଛି ସେ ନେଇ କିଛି ସ୍ପଷ୍ଟ ସୂଚନା ଦିଆଯାଇନି।




