
ଭୁବନେଶ୍ୱର: ଗୃହ ବୟକଟ କରିଥିବା କଂଗ୍ରେସ ସଦସ୍ୟଙ୍କୁ ଶାସକ ଦଳର ବିଧାୟକମାନେ ବୁଝାସୁଝା କରୁଥିବା ଜଣାଯାଇଛି । ଧାରଣାରତ କଂଗ୍ରେସ ସଦସ୍ୟଙ୍କୁ ବିଜେପି ବିଧାୟକମାନେ ବୁଧବାର ବୁଝାସୁଝା କରୁଛନ୍ତି । କଂଗ୍ରେସ ସଦସ୍ୟମାନଙ୍କୁ ଗୃହକୁ ଫେରାଇ ଆଣିବା ପାଇଁ ବିଜେପି ବିଧାୟକମାନେ ଉଦ୍ୟମ କରୁଛନ୍ତି । ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ ପ୍ରଧାନ ବୁଝାସୁଝା କରୁଛନ୍ତି । ସରୋଜ ପ୍ରଧାନଙ୍କ ସହ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମଧ୍ୟ ଅଛନ୍ତି ।
ଅନ୍ୟପକ୍ଷରେ ବିଜୁ ଜନତା ଦଳ ତାରାଙ୍କୁ ସମର୍ଥନ କରିଛନ୍ତି । ଏନେଇ ଆଜି ବିଜେଡି ବିଧାୟକମାନେ ବାଚସ୍ପତି ସୁରମା ପାଢ଼ୀଙ୍କୁ ଭେଟି ତାରାଙ୍କ ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରିବା ପାଇଁ ଦାବି କରିଛନ୍ତି ।
ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ସମେତ ପ୍ରତାପ ଦେବ ଓ ଅରୁଣ ସାହୁ ଆଜି ବାଚସ୍ପତିଙ୍କୁ ଭେଟିଛନ୍ତି । ଏହି ଅବସରରେ ସେମାନେ ତାରାଙ୍କ ନିଲମ୍ବନ ଆଦେଶକୁ ପ୍ରତ୍ୟାହାର ସହ ନିଷ୍ପତ୍ତି ଉପରେ ପୁନର୍ବିଚାର କରିବା ପାଇଁ ଦାବି କରିଥିଲେ ।




