୨୧ରେ ସମ୍ବଲପୁର ଆସିବେ ଅମିତ ଶାହ

ସମ୍ବଲପୁର: ଆସନ୍ତା ୨୧ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସମ୍ବଲପୁର ଗସ୍ତ କାର୍ୟ୍ୟକ୍ରମ ରହିଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆସନ୍ତା ୨୧ ତାରିଖ ସନ୍ଧ୍ୟାରେ ଝାରସୁଗୁଡ଼ା ବିମାନ ବନ୍ଦରରେ ଓହ୍ଲାଇବା ପରେ ହେଲିକପ୍ଟର ଯୋଗେ ବୁର୍ଲାରେ ପହଞ୍ଚି ଏମ୍‌ସିଏଲ୍‌ ଅତିଥିଶାଳାରେ ରାତ୍ରିଯାପନ କରିବେ। ୨୨ ତାରିଖ ସକାଳ ସାଢ଼େ ୮ଟାରେ ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଇଙ୍କ ଦର୍ଶନ କରିବା ପରେ ଦିନ ୧୦ଟାରେ ଅଇଁଠାପାଲି ପିଏଚ୍‌ଡି ପଡ଼ିଆରେ ଜନସଭାରେ ଯୋଗ‌ ଦେବେ। ଏହି ଅବସରରେ ସେ କେତେକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବାର କାର୍ୟ୍ୟକ୍ରମ ରହିଛି। ସମ୍ବଲପୁର କାର୍ୟ୍ୟକ୍ରମ ସାରି ଝାରସୁଗୁଡ଼ା ଦେଇ ଭୁବନେଶ୍ବର ପହଞ୍ଚିବା ପରେ ପୁରୀରେ ରାତ୍ରିଯାପନ କରିବେ। ୨୩ ତାରିଖ ଦିନ ପୁରୀ, ଜଟଣୀ, ଭୁବନେଶ୍ବର ଆଦି କେତେକ ଜାଗାରେ ଅମିତ ଶାହଙ୍କ କାର୍ୟ୍ୟକ୍ରମ ରହିଥିବା ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି।

  • Related Posts

    ବିଜେଡିରୁ ନିଲମ୍ବିତ ମୁକ୍ତିକାନ୍ତ ମଣ୍ଡଳ, ମଞ୍ଜୁଲତା ମଣ୍ଡଳ

    ଭୁବନେଶ୍ବର : ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ବିଜେଡିରୁ ନିଲମ୍ବିତ। ସେହିପରି ମୁକ୍ତିକାନ୍ତଙ୍କ ପତ୍ନୀ ତଥା ଭଦ୍ରକର ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳଙ୍କୁ ମଧ୍ୟ ବିଜେଡିରୁ ନିଲମ୍ବିତ କରାଯାଇଛି। ଦଳ ବିରୋଧୀ କାର୍ଯ୍ୟ ପାଇଁ ଉଭୟଙ୍କ ବିରୋଧରେ ଦଳର ସୁପ୍ରିମୋ…

    Continue reading
    ଆଜିଠୁ ଗାଁରେ ଡେରା ପକାଇବେ ବିଜେପି ନେତା, ଘରକୁ ଘର ବୁଲି ସଫଳତା ବଖାଣିବେ

    ଭୁବନେଶ୍ୱର: ଆଜିଠୁ ଗାଁକୁ ଯିବେ ବିଜେପି ନେତା । ଆସନ୍ତା ୧୨ ତାରିଖ ପର୍ୟ୍ୟନ୍ତ ଗାଁରେ ଡେରା ପକାଇବେ । ଘରକୁ ଘର ବୁଲି ସରକାରର ସଫଳତା ବଖାଣିବେ । ଏଭଳି ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ