୨୮ ବିଦ୍ରୋହୀ ପ୍ରାର୍ଥୀଙ୍କୁ ନିଲମ୍ବନ କଲା କଂଗ୍ରେସ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ମଧ୍ୟରେ କନ୍ଦଳ ବଢ଼ିବାରେ ଲାଗିଛି। ୨୮ନିର୍ବାଚନ ମଣ୍ଡଳୀରେ ବିଦ୍ରୋହୀ ପ୍ରାର୍ଥୀ ମୁଣ୍ଡ ଟେକିଛନ୍ତି। ଏହି ପ୍ରାର୍ଥୀମାନେ ଟିକେଟ ନ ପାଇବାରୁ ମହା ବିକାଶ ଅଘାଡ଼ି(ଏମଭିଏ) ମେଣ୍ଟ ପ୍ରାର୍ଥୀଙ୍କ ବିରୋଧରେ ମଇଦାନକୁ ଓହ୍ଲାଇଛନ୍ତି। ଏହି ଦଳ ବିରୋଧୀ କାର୍ୟ୍ୟ ପାଇଁ କଂଗ୍ରେସ ପକ୍ଷରୁ ସେମାନଙ୍କୁ ଦଳରୁ ନିଲମ୍ବନ କରାଯାଇଛି। ରବିବାର ଅପରାହ୍ନ ସୁଦ୍ଧା ୨୧ ଜଣଙ୍କୁ ଦଳରୁ ନିଲମ୍ବିତ କରାଯାଇଥିବାବେଳେ ରାତି ସୁଦ୍ଧା ଆଉ ୭ ଜଣଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ବିଦ୍ରୋହୀ ପ୍ରାର୍ଥୀମାନଙ୍କ ମଧ୍ୟରେ ଦଳର ବଡ଼ ବଡ଼ ନେତା ରହିଛନ୍ତି। ସେମାନେ ମଧ୍ୟରେ ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ମୁଲକ(ରାମଟେକ ନିର୍ବାଚନମଣ୍ଡଳୀ), ଯଜ୍ଞବାଲକ ଜିଚକାର(କାଟୋଲ), କମଲ ବ୍ୟହ୍ବାରେ(କସବା), ମନୋଜ ସିନ୍ଦେ(କୋପ୍ରିପାଚପଖାଡ଼ି) ,ବଂ ଆବା ବାଗୁଲ(ପାର୍ବତୀ ନିର୍ବାଚନମଣ୍ଡଳୀ)। ଏମାନଙ୍କ ସହିତ ଅନ୍ୟ ବିଦ୍ରୋହୀ ପ୍ରାର୍ଥୀମାନଙ୍କୁ ୬ ବର୍ଷ ପର୍ୟ୍ୟନ୍ତ ନିଲମ୍ବିତ କରାଯାଇଥିବା ମହାରାଷ୍ଟ୍ର ପ୍ରଦେଶ କଂଗ୍ରେସ କମିଟି ନେତା ରମେଶ ଚେନ୍ନିଥାଲା କହିଛନ୍ତି। ଆସନ୍ତା ୨୦ ତାରିଖରେ ରାଜ୍ୟରେ ନିର୍ବାଚନ ହେବ ଏବଂ ୨୩ ତାରିଖରେ ଫଳାଫଳ ଘୋଷଣା କରାଯିବ।

  • Related Posts

    ରୁଷରେ ବ୍ୟାପିଲା ନ୍ୟୁମୋନିକ୍ ପ୍ଲେଗ୍

    ମସ୍କୋ:ରୁଷିଆର ସାଇବେରିଆନ୍ ଅଞ୍ଚଳ ଇରକୁଟସ୍କରେ ନ୍ୟୁମୋନିକ୍ ପ୍ଲେଗ୍‌ରେ ଜଣେ ୨୮ ବର୍ଷୀୟା ମହିଳା ଲ୍ୟାବ୍ ଟେକ୍ନିସିଆନ୍‌ଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ପାଞ୍ଚଟି ହସ୍ପିଟାଲକୁ ବନ୍ଦ କରିଦିଆଯାଇଛି ଏବଂ ୨୦୦ ରୁ ଅଧିକ ଲୋକଙ୍କୁ କ୍ୱାରେଣ୍ଟାଇନ୍ କରାଯାଇଛି। ଏହି…

    Continue reading
    ଆମ୍ବୁଲାନ୍ସ ଦୁର୍ଘଟଣାରେ ଚାଲିଗଲା ୪ ଜୀବନ

    ନୂଆଦିଲ୍ଲୀ : ରବିବାର ସକାଳେ ଉତ୍ତର ପ୍ରଦେଶର ସୁଲତାନପୁରର ପୂର୍ବାଞ୍ଚଳ ଏକ୍ସପ୍ରେସୱେରେ ଜଣେ ସୈନିକଙ୍କ ପାର୍ଥିବ ଶରୀର ନେଇ ଯାଉଥିବା ଏକ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଚାରି ଜଣଙ୍କର ଜୀବନ ଚାଲି ଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ସୂଚନା ସଂଗ୍ରହ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ