ବିଜେପି କରୁଛି ହୀନ ଚକ୍ରାନ୍ତ: ପିସିସି ସଭାପତି

ଭୁବନେଶ୍ବର: ଅସାଧୁ ଉପାୟରେ କଂଗ୍ରେସର ସ୍ବରକୁ ଚପାଇ ଦେବାକୁ ହେଉଛି ଉଦ୍ୟମ । ନାରୀ ନିର୍ଯାତନା ପ୍ରସଙ୍ଗକୁ ନେଇ ଆନ୍ଦୋଳନକୁ ତୀବ୍ର କରୁଛି ଦଳ। ହେଲେ ଦମନ ପାଇଁ ଶାସକ ଦଳ କରୁଛି ହୀନ ପ୍ରୟାସ । ଶାସକ ବିଜେପି ବିରୋଧରେ ଏପରି ସାଂଘାତିକ ଖୁଲାସା କରିଛନ୍ତି ଖୋଦ ପିସିସି ସଭାପତି । ଯାହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ଉଭୟ ବିଜେପି ଓ କଂଗ୍ରେସ ।

ମ୍ୟାନେଜ ହେବେ କି ଭକ୍ତ । ଚାଲିଛି ଅହରହ ଉଦ୍ୟମ । ସରକାରୀ ଦଳ ପକ୍ଷରୁ ଅସାଧୁ ଉପାୟରେ ନାରୀ ନିର୍ଯାତନା ପ୍ରସଙ୍ଗକୁ ଚପାଇ ଦେବାକୁ ଚାଲିଛି ଉଦ୍ୟମ । ବିଭିନ୍ନ ଉପାୟରେ କଂଗ୍ରେସର ସ୍ବରକୁ ଚପାଇ ଦେବାକୁ ଯୋଜନା ଚାଲିଥିବା ନେଇ ଅଭିଯୋଗ କରିଛନ୍ତି ଖୋଦ ପିସିସି ସଭାପତି ଭକ୍ତଚରଣ ଦାସ । ହେଲେ ରାଜ୍ୟ ସରକାର ଯେତେ ଚେଷ୍ଟା କଲେ ବି ନାରୀ ନିର୍ଯାତନା ବିରୋଧରେ ଆନ୍ଦୋଳନକୁ ଜାରି ରଖିବ କଂଗ୍ରେସ । ୬୦ ହଜାର ମହିଳା ଓ ଶିଶୁ ନିଖୋଜ ଥିବା ବେଳେ, ଖୋଜୁ ନାହାନ୍ତି ସରକାର । ୧୬୦୧ ଜଣ ନିର୍ଯାତନାର ଶିକାର ହୋଇଥିବା ବେଳେ, ୬୦ ଜଣ ମହିଳାଙ୍କୁ ଗଣ ଦୁଷ୍କର୍ମ କରାଯାଇଛି । କଂଗ୍ରେସ ହାଉସ କମିଟି ଗଠନ କରିବାକୁ ଦାବି କରୁଛି । କିନ୍ତୁ କୁମ୍ଭକର୍ଣ୍ଣ ନିନ୍ଦ୍ରାରେ ଶୋଇଛନ୍ତି ସରକାର । ଏହା ବିରୋଧରେ କଂଗ୍ରେସ ଆରମ୍ଭ କରିଛି କ୍ୟାଣ୍ଡେଲ ଶୋଭାଯାତ୍ରା । ବିଜେପି ସରକାରରେ ମହିଳା ଅସୁରକ୍ଷିତ ଥିବାରୁ ଗାଁ ଗାଁରେ ଜନ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି ଦଳ ।

କେବଳ ସେତିକି ନୁହେଁ, ଅନ୍ଦୋଳନକୁ ଭଣ୍ଡୁର କରିବାକୁ ରାଜ୍ୟ ସରକାର ପ୍ରାୟୋଜିତ ଗଣ୍ଡଗୋଳ କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ପିସିସି ସଭାପତି । ମିଥ୍ୟା ମାମଲା ରୁଜୁ କରି ଦଳୀୟ ନେତା ଓ କର୍ମୀଙ୍କ ସ୍ବରକୁ ଚପାଇ ଦେବାକୁ ଚାଲିଛି ପ୍ରୟାସ । ଅନ୍ୟପଟେ କଂଗ୍ରେସର ଅଭିଯୋଗକୁ ସିଧାସଳଖ ଖଣ୍ଡନ କରିଛି ବିଜେପି । ନାରୀ ନିର୍ଯାତନା ଓ ମହିଳା ଅସୁରକ୍ଷତି ପ୍ରସଙ୍ଗକୁ ମୁଖ୍ୟ ମୁଦ୍ଦା କରି ରାଜ୍ୟ ସରକାରଙ୍କ ବିରୋଧରେ ଋଣହୁଙ୍କାର ଦେଇଛି କଂଗ୍ରେସ । ପ୍ରଥମଥର ଲାଗି ବିଧାନସଭାରୁ କଂଗ୍ରେସର ୧୪ ଜଣ ବିଧାୟକ ନିଲମ୍ବିତ ହୋଇ ଏ ପ୍ରସଙ୍ଗରେ ଜାରି ରଖିଛନ୍ତି ପ୍ରତିବାଦ ।

  • Related Posts

    ଅବକାରୀ ମାଫିଆ ସାବଧାନ : ଘର ଉପରେ ହେବ ଚଢ଼ାଉ

    ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧକ୍ଷ୍ୟତାରେ ଅବକାରୀ ବିଭାଗର ସମୀକ୍ଷା ବୈଠକ – ଅକ୍ଟୋବର ୧୦ ରୁ ୩୧ ପର୍ଯ୍ୟନ୍ତ ହେବ ସ୍ୱତନ୍ତ୍ର ଚଢ଼ାଉ ଅଭିଯାନ – ବେଆଇନ କାରବାର ଉପରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ – ଦଣ୍ଡବିଧାନ ପ୍ରକ୍ରିୟାକୁ ଅଧିକ…

    Continue reading
    ଏସଇବିସି କମିଶନ ଗଠିତ : ଅବସରପ୍ରାପ୍ତ ବିଚାରପତି ପ୍ରମଥ ହେଲେ ଅଧ୍ୟକ୍ଷ

    ଭୁବନେଶ୍ୱର, ୭ ।୧୦ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବିଭିନ୍ନ ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡିକରେ (ପଞ୍ଚାୟତ ଓ ପୌରାଞ୍ଚଳ) ସାମାଜିକ ଓ ଶିକ୍ଷାଗତ ଭାବେ ପଛୁଆ ବର୍ଗର ଲୋକଙ୍କ ସଂଖ୍ୟା, ସେମାନଙ୍କ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ