ଜୋର ଧରିଲା ବ୍ୟାଗ୍ ରାଜନୀତି; ପ୍ରିୟଙ୍କାଙ୍କୁ ଅପରାଜିତାଙ୍କ ବ୍ୟାଗ୍ ଉପହାର

ସଂସଦରେ ବ୍ୟାଗ୍ ରାଜନୀତି ଜୋରଧରିଛି । ୱାୟନାଡ କଂଗ୍ରେସ ସାଂସଦଙ୍କୁ ୧୯୮୪ ଲେଖାଥିବା ଏକ ବ୍ୟାଗ୍ ଉପହାର ଦେଇଛନ୍ତି ବିଜେପିର ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଏହା ୧୯୮୪ରେ ହୋଇଥିବା ଶିଖ୍‌ ଦଙ୍ଗାକୁ ମନେ ପକାଇ ଦେଇଛି। ତେବେ ନିକଟରେ ପ୍ରିୟଙ୍କା ପାଲେଷ୍ଟାଇନ୍ ଓ ପରଦିନ ବାଂଲାଦେଶ ଲେଖାଥିବା ବ୍ୟାଗ୍ ନେଇ ସଂସଦ ଆସିଥିଲେ, ଯାହା ଚର୍ଚ୍ଚା ସୃଷ୍ଟି କରିଥିଲା। ପ୍ରିୟଙ୍କା ଗାନ୍ଧୀଙ୍କୁ ଏକ ବ୍ୟାଗ୍ ଉପହାର ଦେଇଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ । ଆଉ ଏହି ବ୍ୟାଗରେ ଲେଖାଅଛି ୧୯୮୪। ଏହା ଏକ ସଙ୍କେତ ବହନ କରୁଛି। ବନ୍ଧୁକ ଚିତ୍ର ମଧ୍ୟ ବ୍ୟାଗରେ ରହିଛି। ଏହା ୧୯୮୪ ଶିଖ୍ ଦଙ୍ଗାକୁ ମନେ ପକାଇ ଦେଇଛି। ବିଜେପିର ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ, କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀଙ୍କୁ ଏହି ବ୍ୟାଗ୍ ଉପହାର ଦେଇଛନ୍ତି। ଏହାକୁ ପ୍ରିୟଙ୍କାଙ୍କୁ ବିଜେପିର ଜବାବ ବୋଲି କୁହାଯାଉଛି। କାରଣ ୱାୟନାଡ କଂଗ୍ରେସ ସାଂସଦ ଭିନ୍ନ ଭିନ୍ନ ଲେଖାଥିବା ବ୍ୟାଗ୍ ନେଇ ସଂସଦ ଆସୁଛନ୍ତି। ପ୍ରତି ଲେଖା ଭିନ୍ନ ଭିନ୍ନ ସନ୍ଦେଶ ଦେଇଛି। ମୋଦୀ ସରକାରର ନୀତିକୁ ବିରୋଧ କଲା ଭଳି ସନ୍ଦେଶ ବ୍ୟାଗରେ ଲେଖାଥିବା ଶବ୍ଦ ସୂଚାଉଛି। ତେବେ ସଂସଦର ଶୀତକାଳୀନ ଅଧିବେଶନରେ ବିରୋଧୀ କଂଗ୍ରେସ ଗୌତମ ଅଦାନୀଙ୍କୁ ନେଇ ଲଗାତାର ବିରୋଧ କରିଥିଲେ। ଗତ ୧୦ ତାରିଖରେ ପ୍ରିୟଙ୍କା ଏକ ବ୍ୟାଗ୍ ପକାଇ ସଂସଦ ଆସିଥିଲେ, ଯେଉଁଥିରେ ମୋଦି-ଅଦାନୀ ଭାଇ ଭାଇ ବୋଲି ଲେଖା ଥିଲା। ରାହୁଲ ଗାନ୍ଧୀ ଏହି ବ୍ୟାଗକୁ ସଂସଦରେ ଦେଖାଇ ବ୍ୟାଗ୍ ବହୁତ ସୁନ୍ଦର ଦିଶୁଥିବା କହି ତାତ୍ସଲ୍ୟ କରିଥିଲେ। ଏହାପରେ ୧୬ ଡିସେମ୍ବରରେ ପାଲେଷ୍ଟାଇନ୍ ଓ ୧୭ ଡିସେମ୍ବରରେ ବାଂଲାଦେଶ ଲେଖା ଥିବା ବ୍ୟାଗ୍ ଧରି ସଂସଦ ଆସିଥିଲେ ପ୍ରିୟଙ୍କା ଗାନ୍ଧୀ। ତେଣୁ ୧୯୮୪ ଲେଖାଥିବା ବ୍ୟାଗ୍‌ ଉପହାର ଦେଇ କଂଗ୍ରେସକୁ ଶିଖ୍ ଦଙ୍ଗା କଥା ମନେପକାଇ ଦେଇଛି ବିଜେପି, ଆଉ ପ୍ରଥମ ଥର ପାଇଁ ପରସ୍ପରକୁ ଆକ୍ଷେପର ମାଧ୍ୟମ ପାଲଟିଛି ବ୍ୟାଗ୍।

  • Related Posts

    ଟୋଲ୍‌ ପ୍ଲାଜାରେ ସମ୍ପୂର୍ଣ୍ଣ ବନ୍ଦ ହେବ ଟଙ୍କା ସଂଗ୍ରହ

    ନୂଆଦିଲ୍ଲୀ,03/04/2026: ଚଳିତ ମାସ ୧୦ରୁ ଦେଶର ୧୧୫୦ରୁ ଅଧିକ ‌ଟୋଲ୍‌ ପ୍ଲାଜାରେ ନଗଦ କାରବାର ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ। କେବଳ ଡିଜିଟାଲ୍‌ ପେମେଣ୍ଟ୍‌ ଗ୍ରହଣ କରାଯିବ। ଜାତୀୟ ରାଜପଥରେ ଥିବା ସମସ୍ତ ଟୋଲ୍‌ ପ୍ଲାଜାରେ ନଗଦ କାରବାର ବନ୍ଦ କରିବାକୁ ସରକାର…

    Continue reading
    ଉଜ୍ଜୟିନୀରେ ‘ମହାକାଳ : ଦ ମାଷ୍ଟର ଅଫ୍ ଟାଇମ୍’ ଆନ୍ତର୍ଜାତୀୟ ସମ୍ମିଳନୀ ଶୁଭାରମ୍ଭରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

    ପୁରୀ, ଉଜ୍ଜୟିନୀ ଏବଂ କାଶୀ ଭାରତୀୟ ଜ୍ଞାନ ପରମ୍ପରାର ପ୍ରମୁଖ କେନ୍ଦ୍ର – ଧର୍ମେନ୍ଦ୍ର ପ୍ରଧାନମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡା. ମୋହନ ଯାଦବ ଏବଂ ଆରଏସଏସର ଅଖିଳ ଭାରତୀୟ କାର୍ଯ୍ୟକାରିଣୀ ସଦସ୍ୟ ସୁରେଶ ସୋନୀ ଉପସ୍ଥିତ • ଜାତୀୟ ଶିକ୍ଷା ନୀତି ଆମକୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ