କଳା ତାଲିକା ଭୁକ୍ତ କମ୍ପାନୀକୁ ୩୦୦ କୋଟି ଟଙ୍କାର କାମ ଦେଲେ ରାଜ୍ୟ ସରକାର, ବିଜେଡି ଆଣିଲା ଦୁର୍ନୀତି ଅଭିଯୋଗ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଗଷ୍ଟ ମାସରେ ବିଧାନସଭାରେ ଯେଉଁ କମ୍ପାନୀକୁ କଳା ତାଲିକା ଭୁକ୍ତ ହୋଇଥିବା ସଚୂ ନା ଦେଇଥିଲେ, ସେହି କମ୍ପାନୀକୁ ରାଜ୍ୟ ସରକାର ଅକ୍ଟୋବର ମାସରେ ୩୦୦ କୋଟି ଟଙ୍କାର କାମ ଦେଇଛନ୍ତି, ଯାହା ବିଜେପି ସରକାରଙ୍କ ଦୁର୍ନୀତିକୁ ପଦାକୁ ଆଣୁଛି ବୋଲି ଶଙ୍ଖ ଭବନ ଠାରେ ଆଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡଃ ଲେନିନ ମହାନ୍ତି କହିଛନ୍ତି। ଦୁଃଖ ଓ ପରିତାପର ବିଷୟ ଯେ, ଏହି କଳା ତାଲିକା ଭୁକ୍ତ କମ୍ପାନୀକୁ ଜନଜାତି ଛାତ୍ରଛାତ୍ରୀ ମାନଙ୍କ ପାଇଁ ଉଦିଷ୍ଟ, ଆଶ୍ରମ ସ୍କୁଲର ପାହ୍ୟାବୃଦ୍ଧି ପାଇଁ ଓ ଜନଜାତି ଐତିହ୍ୟ ଓ ସ୍ୱାଭିମାନ ଭବନ ନିର୍ମାଣ ପାଇଁ ଏହି କାମ ଦିଆଯାଇଛି । ଡଃ ମହାନ୍ତି କହିଥିଲେ ଯେ, ୨୨.୦୮.୨୦୨୪ ତାରିଖରେ ସୁନ୍ଦରଗଡ଼ ସଦର ବିଧାୟକ ଶ୍ରୀ ଯୋଗେଶ କୁମାର ସିଂଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଥିଲେ ଯେ, ୱାପକୋସ ଲିମିଟେଡ଼କୁ ପତ୍ର ସଂଖ୍ୟା ୧୧୨୯/ଡିଏମଏଫ ତା.୦୪.୦୩.୨୦୨୪ ତାରିଖରେ କଳା ତାଲିକା ଭୁକ୍ତ କରି କାର୍ଯ୍ୟରୁ ଅନ୍ତର କରି ଦିଆଯାଇଥିଲା ।

ଉଲ୍ଲେଖଯୋଗ୍ୟ, ଏହି କମ୍ପାନୀକୁ ସୁନ୍ଦରଗଡ଼ ସହରର ମଧ୍ୟ ଭାଗରେ ଥିବା ବିଜୁଳି ବନ୍ଧ (ପୋଖରୀର) ସୌନ୍ଦର୍ଯ୍ୟକରଣ ପାଇଁ ଡିଏମଏଫ ତରଫରୁ ୩ କୋଟି ୪୨ ଲକ୍ଷ ଟଙ୍କା ବ୍ୟୟ ଅଟକଳ ହୋଇଥିବା କାମ ୱାପକୋସ ଦ୍ୱାରା ସମ୍ପାଦନା କରାଯାଉଥିଲା। ଏହି କାର୍ଯ୍ୟରେ ଅଗ୍ରଗତି ନହେବାରୁ କମ୍ପାନୀକୁ ବାରମ୍ୱାର ତାଗିଦ କରାଯାଇଥିଲା, କିନ୍ତୁ ତା ସତ୍ତ୍ୱେ କାମରେ ଅଗ୍ରଗତି ହୋଇ ନଥିବା ଯୋଗୁଁ କମ୍ପାନୀକୁ କଳା ତାଲିକା ଭୁକ୍ତ କରାଯାଇଥିଲା। ଗତ ଅଗଷ୍ଟ ମାସରେ ବିଧାନସଭାରେ ମୁଖ୍ୟମନ୍ତ୍ରୀ ଯେଉଁ କମ୍ପାନୀ କଳା ତାଲିକା ଭୁକ୍ତ ହୋଇଥିବା ସୂଚନା ଦେଇଥିଲେ, ସେହି କମ୍ପାନୀକୁ ଅକ୍ଟୋବର ମାସରେ ୩୦୦ କୋଟି ଟଙ୍କାର କାମ କରିବାକୁ କିପରି ଯୋଗ୍ୟତା ପାଇଲା ବୋଲି ଡଃ ମହାନ୍ତି ପ୍ରଶ୍ନ କରିଥିଲେ। ଓଡିଶା ସରକାରଙ୍କ ଏସସି/ଏସଟି ଡେଭେଲପମେଣ୍ଟ ବିଭାଗ ପକ୍ଷରୁ ଚିଠି ନମ୍ୱର ୨୧୬୨୬, ୧୯.୧୦. ୨୦୨୪ ତାରିଖ ଦିନ ୱାପକୋସ ଲିମିଟେଡ଼କୁ ରାଜ୍ୟର ଆଶ୍ରମ ସ୍କୁଲ ଗୁଡିକର ପାହ୍ୟାବୃଦ୍ଧି ପାଇଁ ୧୭୮ କୋଟି ଟଙ୍କାର କାମ ଦିଆଯାଇଛି। ସେହି ବିଭାଗର ଚିଠି ନମ୍ୱର ୨୧୪୨୬, ୧୭.୧୦.୨୦୨୪ ତାରିଖ ଦିନ ୱାପକୋସ ଲିମିଟେଡ଼କୁ ଜନଜାତି ଐତିହ୍ୟ ଓ ସ୍ୱାଭିମାନ ଭବନ ନିର୍ମାଣ ପାଇଁ ପ୍ରାୟ ୧୫୦ କୋଟି ଟଙ୍କାର କାମ ଦିଆଯାଇଛି। ତେଣୁ, ରାଜ୍ୟବାସୀଙ୍କ ତରଫରୁ ସରକାରଙ୍କୁ ପ୍ରଶ୍ନ କେଉଁ ପରିସ୍ଥିତିରେ ମାତ୍ର ଛଅ ମାସ ତଳେ କଳା ତାଲିକା ଭୁକ୍ତ ହୋଇଥିବା କମ୍ପାନୀ ୩୦୦ କୋଟି ଟଙ୍କାର କାମ କରିବାକୁ ଯୋଗ୍ୟତା ହାସଲ କଲା ? ରାଜ୍ୟ ସରକାରଙ୍କ କଳା ତାଲିକା ଭୁକ୍ତ କମ୍ପାନୀ ପ୍ରତି ଅନୁକମ୍ପାରୁ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହୋଇ ପଡୁଛି ବୋଲି ଡଃ ମହାନ୍ତି କହିଥିଲେ।

ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ, ଏକ ଅରାଜକତା ସ୍ପଷ୍ଟ ପରିଲକ୍ଷିତ ହେଉଛି। ଓଡ଼ିଆ ଅସ୍ମିତା ନାରା ଦେଇ କ୍ଷମତାକୁ ଆସିଥିବା ବିଜେପି ସରକାର ଜଣେ ଓଡ଼ିଆ ଅଧିକାରୀଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଓ ଜୋତାରେ ଛେପ ପକାଇ ତାକୁ ଚାଟିବାକୁ କହିବା ଘଟଣାରେ ଓଡିଶା ସରକାରଙ୍କ ତଦନ୍ତ ବାଟବଣା ହୋଇଯାଇଛି। ପନ୍ଦର ଦିନରେ ତଦନ୍ତର ରିପୋର୍ଟ ଜିଲ୍ଲାପାଳ ଦେବେ ବୋଲି ସରକାର କହିଥିଲେ, କିନ୍ତୁ ଛଅ ମାସ ବିତି ଯାଇଥିଲେ ସୁଦ୍ଧା ରିପୋର୍ଟର ଚିହ୍ନବର୍ଣ୍ଣ ନାହିଁ। ଏହି ସମ୍ୱନ୍ଧରେ, ବିଧାନସଭାରେ ଏକ ପ୍ରଶ୍ନର ଉତ୍ତରରେ ସରକାର ତଥ୍ୟ ସଂଗ୍ରହ ଚାଲିଛି ବୋଲି କହିଛନ୍ତି, ଯାହା ସରକାରଙ୍କ ଅପାରଗତାକୁ ସ୍ପଷ୍ଟ କରୁଛି। ସେହିପରି, ଆମ୍ୱ ଟାକୁଆ ଜାଉ ଖାଇ ତନି ି ମହିଳାଙ୍କ ମୃତ୍ୟୁ ଘଟଣାରେ, ସେ ଅଞ୍ଚଳରେ ଏହି ଘଟଣା ପୂର୍ବରୁ ରାସନ ଦିଆଯାଇଥିଲା କି ନାହିଁ ବୋଲି ବିଧାନସଭାର ଏକ ପ୍ରଶ୍ନର ଉତ୍ତରରେ ସରକାର କହିଛନ୍ତି, ତଥ୍ୟ ସଂଗ୍ରହ ଚାଲିଛି, ଯାହା କେବଳ ସତ୍ୟକୁ ଲୁଚାଇବା ପାଇଁ ଅପଚେଷ୍ଟା ବୋଲି ଡଃ ମହାନ୍ତି କହିଥିଲେ।

  • Related Posts

    ବେଳାଭୂମିରେ ମଦ ବିକିପାରିବ ଓଟିଡିସି

    ଭୁବନେଶ୍ଵର: ଅବକାରୀ ବିଭାଗର ନୂଆ ଗାଇଡଲାଇନ୍। ଟେଟ୍ରା ପ୍ୟାକରେ ମିଳିବ ମଦ। ୧୮୦ ମିଲି ପର୍ଯ୍ୟନ୍ତ ମଦ ଟେଟ୍ରା ପ୍ୟାକରେ ଉପଲବ୍ଧ ହେବ। ଏଥିରେ ୬ଟି ସୁରକ୍ଷା ଲେୟର ରହିବ। ସେପଟେ ପୁରୀ ବେଳାଭୂମିରେ ମଦ ଦୋକାନ ଖୋଲିବାକୁ ଅନୁମତି ମିଳିବ…

    Continue reading
    ୮ ନକଲି ସିଆଇଡିକୁ ବାନ୍ଧିଲା ଅସଲି ପୁଲିସ

    ଭୁବନେଶ୍ୱର : ନକଲି ସିଆଇଡିଙ୍କୁ ବାନ୍ଧିଲା ଅସଲି ପୁଲିସ। ଚନ୍ଦ୍ରଶେଖର ପୁଲିସ ଏହି ନକଲି ସିଆଇଡି ଅଧିକାରୀଙ୍କୁ ଗିରଫ କରିଛି। ସିଆଇଡି ପରିଚୟ ଦେଇ ଏମାନେ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ବ୍ୟବସାୟୀଙ୍କୁ ଲୁଟୁଥିଲେ। ଚନ୍ଦ୍ରଶେଖରପୁରର ଏକ ଘରୋଇ ଶିକ୍ଷାନୁଷ୍ଠାନ ବାହାରେ ଗିରଫ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ