ଦେଶର ପାଓ୍ବାରଫୁଲ ୧୦ ଡିଜି, କାଲି ହେବ ରଣନୀତି, ଶତ୍ରୁପକ୍ଷ…

ଭୁବନେଶ୍ୱର : ଭୁବନେଶ୍ୱରରେ ହେବ ରଣନୀତି। ସାବାଡ ହେବେ ଶତ୍ରୁ। ଟପ୍‌ ପୋଲିସ ଅଫିସରଙ୍କ ସହ ରଣନୀତି ପ୍ରସ୍ତୁତ କରିବେ ଅଜିତ ଡୋଭାଲ। ତାଙ୍କ ନାଁ ଉଣା ଅଧିକେ ସମନ୍ତେ ଶୁଣିଥିବେ। ହେଲେ ସେ କୌଣସି ସାଧାରଣ ବ୍ୟକ୍ତି ନୁହଁନ୍ତି ବରଂ ଡୋଭାଲ ହେଉଛନ୍ତି ଜାତୀୟ ସୁରକ୍ଷା ପରାମର୍ଶଦାତା। ସେ ବି ଡିଜିପି ସମ୍ମିଳନୀରେ ଯୋଗ ଦେଇଛନ୍ତି। ଆଭ୍ୟନ୍ତରିଣ ଏବଂ ବାହ୍ୟ ସୁରକ୍ଷା ନେଇ ପିଏମଙ୍କ ସହ ମନ୍ତ୍ରଣା କରୁଥିବା ଡୋଭାଲ ଏବେ ଟପ ପୋଲିସ ଅଫିସରଙ୍କୁ ମନ୍ତ୍ର ଦେବେ। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ। ସିଧା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରିପୋର୍ଟ କରନ୍ତି। ପିଏମଙ୍କ ସହ ଉଭୟ ଆଭ୍ୟନ୍ତରିଣ ଏବଂ ବାହ୍ୟ ସୁରକ୍ଷା ନେଇ ମନ୍ତ୍ରଣା କରିଥାନ୍ତି ଡୋଭାଲ।

ତେବେ ଭୁବନେଶ୍ୱରରେ ଏକାଠି ହୋଇଛନ୍ତି ସବୁ ରାଜ୍ୟର ହାପ୍ରୋଫାଇଲ ମୁଖିଆ। ଆଜିଠାରୁ ଭୁବନେଶ୍ୱରରେ ଆରମ୍ଭ ହୋଇଛି ପୋଲିସ ମହାନିର୍ଦ୍ଦେଶକଙ୍କ ମହାସମ୍ମିଳନୀ। ଏହି ତିନି ଦିନିଆ ସର୍ବଭାରତୀୟ ସମ୍ମିଳନୀରେ ବିଭିନ୍ନ ରାଜ୍ୟର ପୋଲିସ ମୁଖିଆ ଯୋଗ ଦେଇଥିବାବେଳେ, ଉଦ୍‌ଘାଟନ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ତେବେ ଏହି କନଫରେନ୍ସରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିସହ ମୋଦିଙ୍କ ସ୍ବତନ୍ତ୍ର ସଚିବ ପିକେ ମିଶ୍ରଙ୍କ ସହ ପରାମର୍ଶଦାତା ତରୁଣ କପୁର। ମହାସମ୍ମିଳନୀରେ ବି ଯୋଗ ଦେଉଛନ୍ତି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଓ କେନ୍ଦ୍ର ଗୃହ ସଚିବ ଗୋବିନ୍ଦ ମୋହନ। ଦିଲ୍ଲୀ ଦରବାରରେ ସବୁଠୁ ପାୱାରଫୁଲ ଓଡ଼ିଆ ଅଫିସର ପିକେ ମିଶ୍ର। କୁହାଯାଏ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରମୁଖ ରଣନୀତିକାରଙ୍କ ମଧ୍ୟରୁ ଅନ୍ୟତମ। ସେହିପରି ସମ୍ମିଳନୀରେ ଯୋଗ ଦେଇଛନ୍ତି ଭାରତୀୟ ଗୁଇନ୍ଦା ବ୍ୟୁରୋର ନିର୍ଦ୍ଦେଶକ ତପନ କୁମାର ଡେକା ଏବଂ ପ୍ରମୁଖ ବୈଷୟିକ ଗୁଇନ୍ଦା ଏଜେନ୍ସି ନ୍ୟାସନାଲ ଟେକ୍ନିକାଲ ଇଣ୍ଟେଲିଜେନ୍ସ ଅର୍ଗାନାଇଜେସନ- ଏନଟିଆରଓର ଅଧ୍ୟକ୍ଷ ଅରୁଣ କୁମାର ସିହ୍ନା। ସେହିପରି ଦେଶର ପ୍ରମୁଖ ତଦନ୍ତକାରୀ ସଂସ୍ଥା ସିବିଆଇ ନିର୍ଦ୍ଦେଶକ ପ୍ରବୀଣ ସୂଦ ମଧ୍ୟ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକର ଅଂଶ ପାଲଟିଛନ୍ତି ।

  • Related Posts

    ରାଜ୍ୟରେ ପ୍ରଥମ ଦିନରେ ସ୍ଵଜନଗଣନା କରିଛନ୍ତି ୧୭ ହଜାର

    ଭୁବନେଶ୍ଵର : ରାଜ୍ୟରେ ଜନଗଣନାକୁ ନେଇ ଆସିଲା ବଡ଼ ଅପଡେଟ୍। ପ୍ରଥମ ଦିନରେ ସ୍ଵଜନଗଣନା କରିଛନ୍ତି ୧୭ ହଜାର ଲୋକ। ସ୍ଵଜନଗଣନା ପ୍ରକ୍ରିୟାରେ ଅଧିକରୁ ଅଧିକ ସାମିଲ ହେବା ପାଇଁ ସାଧାରଣ ଲୋକଙ୍କୁ ଅପିଲ୍ କଲେ ମୁଖ୍ୟ ଶାସନ ସଚିବ ଏବଂ…

    Continue reading
    ଜଣେ ବି ଚାଷୀର ଧାନ ରହିବ ନାହିଁ: ସମବାୟ ମନ୍ତ୍ରୀ

    ଭୁବନେଶ୍ୱର: ଏଥର ଖରିଫରେ ରେକର୍ଡ ସଂଖ୍ୟକ ଧାନ ସଂଗ୍ରହ ହୋଇଛି। ଧାନ ବିକ୍ରି କରିଛନ୍ତି ୧୮ ଲକ୍ଷ ୬୪ ହଜାର ଚାଷୀ। ଏଯାବତ ୭୭ ଲକ୍ଷ ମେଟ୍ରିକ୍ ଟନ ଧାନ କିଣା ସରିଛି। ବାକି ବଳକା ଧାନ କିଣିବାକୁ ୭ ଦିନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ