କଂଗ୍ରେସ ଦଳ ‘ମିଥ୍ୟାର ଗନ୍ତାଘର’: ଧର୍ମେନ୍ଦ୍ର

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହ ବାବାସାହେବ ଆମ୍ବେଦକରଙ୍କ ପାଇଁ କଂଗ୍ରେସ କରିଥିବା ଷଡ଼ଯନ୍ତ୍ରର ବାସ୍ତବ ତଥ୍ୟକୁ ଦେଶବାସୀଙ୍କ ସାମ୍ନାରେ ରଖିଛନ୍ତି । ଏ ପ୍ରସଙ୍ଗରେ କଂଗ୍ରେସ ପାଖରେ ତଥ୍ୟଭିତ୍ତିକ ଜବାବ ନଥିବା କାରଣରୁ ଜାଣିଶୁଣି ଗୃହମନ୍ତ୍ରୀଙ୍କ ଭିଡିଓ ଏଡିଟ୍ କରି ଲୋକଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରାଯାଉଛି । ଏହି କାମରେ ସେମାନେ କେବେ ବି ସଫଳ ହେବେ ନାହିଁ। କଂଗ୍ରେସ ଦଳ ‘ମିଥ୍ୟାର ଗନ୍ତାଘର’ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ ଆମ ସରକାର ବିଗତ ଏକ ଦଶନ୍ଧି ଧରି ଡକ୍ଟର ବାବାସାହେବ ଆମ୍ବେଦକରଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଅକ୍ଳାନ୍ତ ପରିଶ୍ରମ କରୁଛନ୍ତି। ତେବେ କ୍ରମାଗତ ପରାଜୟ ଏବଂ ଦେଶର ଦଳିତ ଓ ପଛୁଆ ସମାଜ ଦ୍ୱାରା ହୋଇଥିବା ପ୍ରତ୍ୟାଖ୍ୟାନର ହତାଶା ଭାବ ଯୋଗୁଁ କଂଗ୍ରେସ ଦଳ ‘ମିଥ୍ୟାର ଗନ୍ତାଘର’ ଭାବରେ ପରିଣତ ହୋଇଛି । କଂଗ୍ରେସ ଏବେ ନିଜ ହିସାବରେ ଭିଡିଓ ଏଡିଟ୍ କରି ଦେଶବାସୀଙ୍କୁ ଠକିବାର କାମ କରୁଛି। ଦେଶର ଦଳିତ ଓ ପଛୁଆ ସମାଜ କଂଗ୍ରେସର ଏହି ଦଳିତ ଓ ପଛୁଆ ବିରୋଧୀ କାର୍ଯ୍ୟ ବିଷୟରେ ବେଶ୍ ଅବଗତ ଅଛନ୍ତି। ବାବାସାହେବ ଆମ୍ବେଦକରଙ୍କୁ ସଂସଦରେ ନପହଞ୍ଚାଇବା ପାଇଁ ଚେଷ୍ଟା କରିଥିବା, ଭାରତରତ୍ନ ନଦେବା ପାଇଁ ଷଡ଼ଯନ୍ତ୍ର କରିଥିବା ଏକ ପରିବାର ଓ କଂଗ୍ରେସ ନିଜର ଏହି ଅପରାଧକୁ କେବେ ବି ଲୁଚାଇପାରିବ ନାହିଁ। ସେମାନଙ୍କ ପ୍ରକୃତ ମୁଖା ଦେଶବାସୀଙ୍କ ସାମ୍ନାରେ ଖୋଲିସାରିଛି। ବାବାସାହେବଙ୍କ ପ୍ରତି ଘୃଣ୍ୟ ମାନସିକତା ପାଇଁ କଂଗ୍ରେସ ଦେଶବାସୀଙ୍କୁ କ୍ଷମା ମାଗିବା ଦରକାର ବୋଲି ସେ ମତପ୍ରକାଶ କରିଛନ୍ତି।

  • Related Posts

    ଉଜ୍ଜୟିନୀରେ ‘ମହାକାଳ : ଦ ମାଷ୍ଟର ଅଫ୍ ଟାଇମ୍’ ଆନ୍ତର୍ଜାତୀୟ ସମ୍ମିଳନୀ ଶୁଭାରମ୍ଭରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

    ପୁରୀ, ଉଜ୍ଜୟିନୀ ଏବଂ କାଶୀ ଭାରତୀୟ ଜ୍ଞାନ ପରମ୍ପରାର ପ୍ରମୁଖ କେନ୍ଦ୍ର – ଧର୍ମେନ୍ଦ୍ର ପ୍ରଧାନମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡା. ମୋହନ ଯାଦବ ଏବଂ ଆରଏସଏସର ଅଖିଳ ଭାରତୀୟ କାର୍ଯ୍ୟକାରିଣୀ ସଦସ୍ୟ ସୁରେଶ ସୋନୀ ଉପସ୍ଥିତ • ଜାତୀୟ ଶିକ୍ଷା ନୀତି ଆମକୁ…

    Continue reading
    ବେଳାଭୂମିରେ ମଦ ବିକିପାରିବ ଓଟିଡିସି

    ଭୁବନେଶ୍ଵର: ଅବକାରୀ ବିଭାଗର ନୂଆ ଗାଇଡଲାଇନ୍। ଟେଟ୍ରା ପ୍ୟାକରେ ମିଳିବ ମଦ। ୧୮୦ ମିଲି ପର୍ଯ୍ୟନ୍ତ ମଦ ଟେଟ୍ରା ପ୍ୟାକରେ ଉପଲବ୍ଧ ହେବ। ଏଥିରେ ୬ଟି ସୁରକ୍ଷା ଲେୟର ରହିବ। ସେପଟେ ପୁରୀ ବେଳାଭୂମିରେ ମଦ ଦୋକାନ ଖୋଲିବାକୁ ଅନୁମତି ମିଳିବ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ